Advertisment

ବିବାହ ବନ୍ଧନରେ ବଲିଉଡର କ୍ୟୁଟ୍‌ କପଲ୍‌, କହିଲେ- ପରମାନେଣ୍ଟ ବୁକିଂ ହୋଇଗଲା

ଉଭୟ କିଆରା ଓ ସିଦ୍ଧାର୍ଥ ନିଜ ଇନ୍‌ଷ୍ଟାଗ୍ରାମରେ ବିବାହ ବେଳର ଫଟୋ ଶେଆର କରିଥିବା ବେଳେ ଖୁବ୍‌ ସୁନ୍ଦର କ୍ୟାପସନ ବି ଦେଇଛନ୍ତି। ଉଭୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sidharth, Kiara marriage

Sidharth, Kiara marriage

Advertisment

ପ୍ରେମ ସପ୍ତାହ ଆରମ୍ଭରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଲଭ ବାର୍ଡ ସିଦ୍ଧାର୍ଥ-କିଆରା। ରାଜସ୍ଥାନ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ରାଜକୀୟ ଅନ୍ଦାଜରେ ସରିଛି ଏହି ହାଇ ପ୍ରୋଫାଇଲ ସେଲିବ୍ରିଟି ବାହାଘର। ମେହନ୍ଦି ଓ ହଲଦୀ ପରେ ବିବାହ ବି ଖୁବ ଧୂମଧାମରେ ହୋଇଛି। ଉଭୟ କିଆରା ଓ ସିଦ୍ଧାର୍ଥ ନିଜ ଇନ୍‌ଷ୍ଟାଗ୍ରାମରେ ବିବାହ ବେଳର ଫଟୋ ଶେଆର କରିଥିବା ବେଳେ ଖୁବ୍‌ ସୁନ୍ଦର କ୍ୟାପସନ ବି ଦେଇଛନ୍ତି।

Advertisment

‘ଏବେ ଆମର ପରମାନେଣ୍ଟ ବୁକିଂ ହୋଇଗଲା’ ବୋଲି ଉଭୟ କ୍ୟାପସନ୍‌ ଦେଇଥିବା ବେଳେ ଏହାକୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରିଛନ୍ତି।  ସେମାନଙ୍କ ଏହି ଯାତ୍ରାରେ ସମସ୍ତଙ୍କ ଆଶୀର୍ବାଦ ଓ ଭଲପାଇବା ଲୋଡିଛନ୍ତି କିଆରା। ଏହାପରେ ଉଭୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। 

କିଆରା ଆଡଭାନୀ ନିଜ ଖାସ୍‌ ଦିନ ପାଇଁ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ପିଙ୍କ୍‌ କଲର ଲେହେଙ୍ଗାକୁ ବାଛିଥିଲେ। ପୂରା ଲେହେଙ୍ଗାରେ ହେଭି ଏମ୍ବ୍ରୋଡରୀ ଜରି କାମ ହୋଇଥିବା ବେଳେ ତା’ ସହ ସେ ମ୍ୟାଚିଂ ବ୍ଲାଉଜ ଓ ହେଭି ୱାର୍କ ଥିବା ଦୁପଟ୍ଟା କ୍ୟାରି କରିଥିଲେ।

Advertisment
Sidharth Kiara marriage‍ବିବାହ ବନ୍ଧନରେ ସିଦ୍ଧାଇ ଓ କିଆରା ।

ବ୍ରାଇଡ୍ରାଲ ଲୁକ୍‌ରେ ଷ୍ଟନିଂ ଲାଗୁଥିବା କିଆରା ନିଜ ଲେହେଙ୍ଗାକୁ ମ୍ୟାଚିଂ କରି ଗ୍ରୀନ୍‌ କଲରର ହୀରା ଚକ୍କର, ମ୍ୟାଚିଂ ଇୟର ରିଙ୍ଗ, ମାଙ୍ଗ ଟିକା ପିନ୍ଧିଥିଲେ। ଏଥିସହ ଲେହେଙ୍ଗାକୁ ମ୍ୟାଚ କରି ସେ ଲାଇଟ୍‌ ପିଙ୍କ କଲରର ବ୍ରାଇଡାଲ ଚୁଡ଼ି ବାଛିଥିଲେ।

ସେହିପରି ଏହି ସ୍ପେଶାଲ ଦିନରେ ବର ବେଶ୍‌ରେ ସଜ ହୋଇଥିବା ସିଦ୍ଧାର୍ଥ ବି କିଛି କମ୍‌ ଲାଗୁ ନ ଥିଲେ। ସେ ବି ନିଜ ଦୁଲହନିଆଙ୍କ ଲେହେଙ୍ଗାକୁ ମ୍ୟାଚ କରି ମନିଷ ମଲହୋତ୍ରାଙ୍କ ଡିଜାଇନ୍‌ ଲାଇଟ୍‌ କଲରର ଶେରୱାନୀ ପିନ୍ଧିଥିଲେ। ଏଥିରେ ଗୋଲଡେନ୍‌ କଲର ଜରିର ହେଭି ୱାର୍କ ହୋଇଥିଲା। ଏଥିସହ ସେ ମନିଷ ମଲହୋତ୍ରାଙ୍କ ଡିଜାଇନ ଏକ ହୀରା ହାର ବି କ୍ୟାରି କରିଥିଲେ।

ଏହି ହାଇପ୍ରୋଫାଇଲ ବିବାହ ଉତ୍ସବରେ ଇଶା ଅମ୍ବାନୀ ଏବଂ ତାଙ୍କ ସ୍ୱାମୀ ଆନନ୍ଦ ପିରାମଲ, ସାହିଦ କପୁର, ମିରା ରାଜପୁତ, ଜୁହି ଚାୱଲା, ମଲାଇକା ଅରୋରା, କରନ ଜୋହର, ମନିଷ ମଲହୋତ୍ରା ପ୍ରମୁଖ ସାମିଲ ହୋଇଥିଲେ ।

ଫିଲ୍ମ ‘ଶେରଶାହ’ ସେଟ୍‌ରେ ଉଭୟଙ୍କ ଭେଟ୍‌ ହୋଇଥିବା ବେଳେ ତା’ ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଥିବା ବେଳେ ବିଭିନ୍ନ ସମୟରେ ସେମାନଙ୍କ ବିବାହ କଥା ଉଠୁଥିଲା। ଶେଷରେ ଜନ୍ମ ଜନ୍ମ ପାଇଁ ପରସ୍ପରର ହୋଇ ଯାଇଛନ୍ତି ବଲିଉଡର ଏହି କ୍ୟୁଟ୍‌ କପଲ୍‌ ।

Kiara Advani Sidhartha Malhotra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe