ରାଜକୀୟ ଢ଼ଙ୍ଗରେ ବିବାହ କରିବେ କିଆରା-ସିଦ୍ଧାର୍ଥ, ନେବେ ସାତଫେରା

ମୁୁମ୍ବାଇ: ପୁଣି ବଲିଉଡରେ ବାଜିବ ଶାହାନାଇ। ଖୁବଶୀଘ୍ର ହାତକୁ ଦି ହାତ ହେବେ ବଲିଉଡର ଲଭ୍ ବାର୍ଡ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା। ପଡିବ ହାତଗଣ୍ଠି, ନେବେ ସାତ ଫେରା। ଏଭଳି କିଛି ଖବର ଏବେ ବି-ଟାଉନ୍‌ରେ ଚର୍ଚ୍ଚା ହେଉଛି। କିଆରା-ସିଦ୍ଧାର୍ଥ ନିଜ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ବର୍ତ୍ତମାନ ଦୁହେଁ ବିବାହ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି। କିଆରା-ସିଦ୍ଧାର୍ଥଙ୍କ ହେବ ଗ୍ରାଣ୍ଡ ୱେଣ୍ଡିଂ। ତେବେ କେଉଁଠି ବିବାହ କରିବେ? କିଭଳି ହେବ ବିବାହ? […]

kiara-advani-and-sidharth-malhotra

Madhupriya Mistry
  • Published: Saturday, 07 January 2023
  • , Updated: 07 January 2023, 12:11 PM IST

ମୁୁମ୍ବାଇ: ପୁଣି ବଲିଉଡରେ ବାଜିବ ଶାହାନାଇ। ଖୁବଶୀଘ୍ର ହାତକୁ ଦି ହାତ ହେବେ ବଲିଉଡର ଲଭ୍ ବାର୍ଡ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା। ପଡିବ ହାତଗଣ୍ଠି, ନେବେ ସାତ ଫେରା। ଏଭଳି କିଛି ଖବର ଏବେ ବି-ଟାଉନ୍‌ରେ ଚର୍ଚ୍ଚା ହେଉଛି। କିଆରା-ସିଦ୍ଧାର୍ଥ ନିଜ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ବର୍ତ୍ତମାନ ଦୁହେଁ ବିବାହ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି।

କିଆରା-ସିଦ୍ଧାର୍ଥଙ୍କ ହେବ ଗ୍ରାଣ୍ଡ ୱେଣ୍ଡିଂ। ତେବେ କେଉଁଠି ବିବାହ କରିବେ? କିଭଳି ହେବ ବିବାହ? କିଏ କିଏ ଗେଷ୍ଟ ରୂପେ ଯୋଗ ଦେବେ? କେଉଁ ଡିଜାଇନର୍‌ଙ୍କ ପୋଷକ ପିନ୍ଧିବେ କପଲ? କ’ଣ ରହିବ ବିବାହର ଥିମ୍‌? ଏସବୁ କିଛିର ସରିଛି ପ୍ରସ୍ତୁତି।

କିଆରା-ସିଦ୍ଧାର୍ଥ ଉଭୟ ଜୈସଲମେର୍‌ର ସୂର୍ଯ୍ୟଗଢ ଦୁର୍ଗରେ ରାଜକୀୟ ଢ଼ଙ୍ଗରେ ନେବେ ସାତଫେରା। ଚାରିଆଡେ ମରୁଭୂମି ଓ ମଝିରେ ଥିବା ଏହି ଦୁର୍ଗରେ ୮୩ଟି କୋଠରୀ ଅଛି। ତେବେ ଲଗ୍‌ଜୁରୀରେ ଭରପୁର ଏହି ଦୁର୍ଗର ପ୍ରତ୍ୟେକଟି ରୁମ୍‌ର ଭଡା ଭିନ୍ନ ଭିନ୍ନ ରହିଛି। ପ୍ରତିଟି ରୁମ୍‌ର ଭଡା ୧୨ ହଜାରରୁ ଆରମ୍ଭ କରି ଲକ୍ଷ ଲକ୍ଷ ଯାଏଁ ରହିଛି।

କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ଉଭୟଙ୍କ ପରିବାର ଓ ସମ୍ପର୍କୀୟଙ୍କ ବ୍ୟତୀତ ଅନେକ ବଡ ବଡ ସେଲେବ୍ରିଟିମାନେ ମଧ୍ୟ ସାମିଲ ହେବେ। ପ୍ରାୟ ୨୦୦ରୁ ୩୦୦ ଅତିଥି ଏହି ବିବାହରେ ସାମିଲ ହୋଇପାରନ୍ତି। ବଲିଉଡ ସେଲେବ୍ରିଟିଙ୍କ ବିବାହ ପାଇଁ ଏହି ଦୁର୍ଗକୁ ୫ ଦିନ ପାଇଁ ବୁକ୍ କରାଯାଇଛି। କେବଳ ସେତିକି ନୁହେଁ ବିବାହ ପୂର୍ବର କାର୍ଯ୍ୟକ୍ରମ ଯେପରିକି ହଳଦୀ, ମେହେନ୍ଦି ସବୁ ଏଠାରେ ହିଁ ଅନୁଷ୍ଠିତ ହେବ। ବିବାହ ପରେ ଦିଲ୍ଲୀ ଓ ମୁମ୍ବାଇରେ ଉଭୟଙ୍କ ରିସେପ୍‌ସନ୍ ହେବ ବୋଲି ଶୁଣିବାକୁ ମିଳୁଛି।

Related story