Advertisment

କିରଣ ଖେର୍ ଅସୁସ୍ଥ, ଟ୍ୱିଟ୍ କରି ଦେଲେ ହେଲ୍‌ଥ ଅପଡେଟ୍‌

କିରଣ ଖେର ୨୦୨୧ରେ ମଲ୍ଟିପଲ ମାୟୋଲମା ଏକ ପ୍ରକାର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।

ଅଦ୍ୟତନ ହୋଇଛି
Kirron Kher

Kirron Kher

Advertisment

ବଲିଉଡ ଅଭିନେତ୍ରୀ ତଥା ଚଣ୍ଡିଗଡ଼ ସାଂସଦ କିରଣ ଖେର ଅସୁସ୍ଥ ହୋଇପଡ଼ିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। 

Advertisment

ସେ ନିଜ ପୋଷ୍ଟରେ ଲେଖିଛନ୍ତି, ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍ ହୋଇଛି। ତେଣୁ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ।କିରଣ ଏହି ପୋଷ୍ଟ ଶେଆର କରିବା ପରେ ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

କିରଣ ଖେର ୨୦୨୧ରେ ମଲ୍ଟିପଲ ମାୟୋଲମା ନାମକ ଏକ ପ୍ରକାରର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବିଦେଶ ଯାଇ ଦୀର୍ଘ ଦିନ ଧରି ଚିକିତ୍ସା ପରେ ସେ ଆରୋଗ୍ୟ ହୋଇଥିଲେ। ପରେ ସେ ଭାରତ ଫେରିଥିଲେ। ସୁସ୍ଥ ହେବା ପରେ ସେ ରିଆଲିଟି ଶୋ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟରେ ଜଜ୍ ରୂପେ ଭାଗ ନେଇଥିଲେ। କ୍ୟାନ୍‌ସରରୁ ସୁସ୍ଥ ହେବା ପରେ ସେ ଇଣ୍ଡିଷ୍ଟ୍ରିରେ ସକ୍ରିୟ ଅଛନ୍ତି।  

Advertisment

କିରଣ ଖେର୍ ବଲିଉଡର ଜଣେ ବରିଷ୍ଠ ଅଭିନେତ୍ରୀ। ନିଜର ଦମ୍‌ଦାର ଆକ୍ଟିଂ ଓ ନିଆରା ବ୍ୟକ୍ତିତ୍ୱ ପାଇଁ ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ। ଅଭିନେତା ଅନୁପମ ଖେର୍‌ଙ୍କୁ ସେ ବିବାହ କରିଛନ୍ତି। 

କିରଣ ଖେର୍ ଫିଲ୍ମ ବ୍ୟତୀତ ରାଜନୀତିରେ ମଧ୍ୟ ଅଛନ୍ତି। ବର୍ତ୍ତମାନ ସେ ଲୋକସଭା ସାଂସଦ ଅଛନ୍ତି। ବିଜେପି ଟିକେଟ୍‌ରୁ ଚଣ୍ଡିଗଡ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି କିରଣ। 

Bollywood Kirron Kher Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe