ଅଲବିଦା କେକେ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ: ସବୁ ଦିନ ପାଇଁ ନିରବି ଗଲେ ସ୍ୱରର ଯାଦୁଗର କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେ। ସମସ୍ତଙ୍କ ଗହଣରୁ ସେ ନେଲେ ଅଲବିଦା। ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ଏହି ଫେମସ ସିଙ୍ଗର। ମୁମ୍ବାଇ ବର୍ସୋବା ସ୍ଥିତ ହିନ୍ଦୁ ଶ୍ମଶାନ ଘାଟରେ ସରିଲା ତାଙ୍କ ଅନ୍ତିମ ସଂସ୍କାର। କେକେଙ୍କୁ ମୁଖାଗ୍ନି ଦେଲେ ତାଙ୍କ ପୁଅ। ଏହି ଅବସରରେ ତାଙ୍କ ପରିବାର ଲୋକଙ୍କ ସମେତ କେକେଙ୍କୁ ଅନ୍ତିମ ଦର୍ଶନ ପାଇଁ ଅନେକ ବଲିଉଡ କଳାକାର ଓ ସିଙ୍ଗର […]

KK cremated

Madhupriya Mistry
  • Published: Thursday, 02 June 2022
  • , Updated: 02 June 2022, 03:30 PM IST

ମୁମ୍ବାଇ: ସବୁ ଦିନ ପାଇଁ ନିରବି ଗଲେ ସ୍ୱରର ଯାଦୁଗର କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେ। ସମସ୍ତଙ୍କ ଗହଣରୁ ସେ ନେଲେ ଅଲବିଦା। ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ଏହି ଫେମସ ସିଙ୍ଗର। ମୁମ୍ବାଇ ବର୍ସୋବା ସ୍ଥିତ ହିନ୍ଦୁ ଶ୍ମଶାନ ଘାଟରେ ସରିଲା ତାଙ୍କ ଅନ୍ତିମ ସଂସ୍କାର। କେକେଙ୍କୁ ମୁଖାଗ୍ନି ଦେଲେ ତାଙ୍କ ପୁଅ। ଏହି ଅବସରରେ ତାଙ୍କ ପରିବାର ଲୋକଙ୍କ ସମେତ କେକେଙ୍କୁ ଅନ୍ତିମ ଦର୍ଶନ ପାଇଁ ଅନେକ ବଲିଉଡ କଳାକାର ଓ ସିଙ୍ଗର ସେଠାରେ ଉପସ୍ଥିତ ଥିଲେ।

ଲୋକପ୍ରିୟ ଗାୟକ କେକେଙ୍କ ମଙ୍ଗଳବାର ରାତିରେ କୋଲକାତାରେ ଏକ କନ୍‌ସର୍ଟ ବେଳେ ଦେହାନ୍ତ ହୋଇଥିଲା। ୫୩ ବର୍ଷ ବୟସରେ ସେ ଆଖିବୁଜି ଥିଲେ। ହୃଦ୍‌ଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ତାଙ୍କର ହଠାତ୍‌ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଏବେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ହଠାତ ତାଙ୍କ ମୃତ୍ୟୁକୁ କେହି ମଧ୍ୟ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।

ଗତକାଲି କୋଲକାତର ଏକ ହସ୍ପିଟାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସେଠାରେ ତାଙ୍କୁ ତୋପ ସଲାମି ଦିଆଯାଇଥିଲା। ଏହାପରେ ତାଙ୍କ ମର ଶରୀରକୁ ମୁମ୍ବାଇ ଅଣାଯାଇଥିଲା। ଅନ୍ତିମ ଦର୍ଶନ ପାଇଁ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ତାଙ୍କ ମରଶରୀରକୁ ରଖାଯାଇଥିଲା। ଆଜି ସକାଳୁ ବଲିଉଡର ଅନେକ ବଡ ବଡ କଳାକାର ଓ ଗାୟକମାନେ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ବଲିଉଡ ସିଙ୍ଗର ଉଦିତ ନାରାୟଣଙ୍କ ଠାରୁ ଆରମ୍ଭ କରି ଅଭିଜିତ ଭଟ୍ଟାଚାର୍ଜ୍ୟ, ସଲିମ ମର୍ଚେଣ୍ଟ, ଜାଭେଦ ଅଲ୍ଲି, ରାହୁଲ ବୈଦ୍ୟ ଆହୁରି ଅନେକ କଳାକାର ତାଙ୍କ ଅନ୍ତିମ ଦର୍ଶନ କରିଥିଲେ।

ତେବେ ଏହି ପ୍ରସିଦ୍ଧ ସିଙ୍ଗର କେକେଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ଝିଅ ତାମରା ବାପାଙ୍କୁ ମନେପାକାଇ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଇମୋସନାଲ ନୋଟ୍‌ ଶେଆର କରିଥିଲେ। ବାପା କେକେଙ୍କ ଏକ ଫଟୋ ଶେଆର କରି ସେ “Love you forever dad” ଲେଖିଥିଲେ।

ମେ' ୩୧ ତାରିଖରେ କେକେଙ୍କ ଯେଉଁ ଲାଇଭ କନ୍‌ସର୍ଟ ଆୟୋଜିତ ହୋଇଥିଲା ତାକୁ Black Eyed Events House କମ୍ପାନୀ ଅର୍ଗାନାଇଜ କରିଥିଲା। ଏହି କନ୍‌ସର୍ଟ ଗୁରଦାସ କଲେଜର ଷ୍ଟୁଡେଣ୍ଟ ୟୁନିଅନ ପାଇଁ ରଖାଯାଇଥିଲା, ଯାହାକୁ ତ୍ରୁଣମୂଳ କଂଗ୍ରେସର ଛାତ୍ର ପରିଷଦ ପରିଚାଳନା କରୁଛି। ଏହି କନ୍‌ସର୍ଟରେ ହିଁ କେକେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ପରେ ତାଙ୍କ ମୃତ୍ୟୁ ହୋଇଥିଲା।

Related story