କେକେଙ୍କ ହାର୍ଟରେ ଥିଲା ୮୦% ବ୍ଲକେଜ୍‌, ପୋଷ୍ଟମର୍ଟମ ରିପୋର୍ଟରୁ ଖୁଲାସା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ତଥା ପ୍ରସିଦ୍ଧ ସିଙ୍ଗର କେକେଙ୍କ ମୃତ୍ୟୁକୁ ନେଇ ଏକ ଚକିତ କଲା ଭଳି ଖୁଲାସା ହୋଇଛି। ତାଙ୍କର ପୂର୍ବରୁ ହାର୍ଟ ସମସ୍ୟା ଥିଲା। ସେ ଦୀର୍ଘ ଦିନ ଧରି ହାର୍ଟ ସହ ଜଡିତ ସମସ୍ୟାରେ ପୀଡିତ ଥିଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଏଭଳି କିଛି ଖୁଲାସା ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ଡାକ୍ତର କହିଛନ୍ତି, କେକେଙ୍କ ବାମ କୋରୋନରୀ ଆର୍ଟରିରେ ୮୦% ବ୍ଲକେଜ ମିଳିଛି। ଅନ୍ୟ ଆର୍ଟରିଜ ଏବଂ ସବ-ଆର୍ଟରିଜରେ […]

Singer KK

Madhupriya Mistry
  • Published: Thursday, 02 June 2022
  • , Updated: 02 June 2022, 04:35 PM IST

ମୁମ୍ବାଇ: ବଲିଉଡର ଲୋକପ୍ରିୟ ତଥା ପ୍ରସିଦ୍ଧ ସିଙ୍ଗର କେକେଙ୍କ ମୃତ୍ୟୁକୁ ନେଇ ଏକ ଚକିତ କଲା ଭଳି ଖୁଲାସା ହୋଇଛି। ତାଙ୍କର ପୂର୍ବରୁ ହାର୍ଟ ସମସ୍ୟା ଥିଲା। ସେ ଦୀର୍ଘ ଦିନ ଧରି ହାର୍ଟ ସହ ଜଡିତ ସମସ୍ୟାରେ ପୀଡିତ ଥିଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଏଭଳି କିଛି ଖୁଲାସା ହୋଇଛି।

ଶବ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ଡାକ୍ତର କହିଛନ୍ତି, କେକେଙ୍କ ବାମ କୋରୋନରୀ ଆର୍ଟରିରେ ୮୦% ବ୍ଲକେଜ ମିଳିଛି। ଅନ୍ୟ ଆର୍ଟରିଜ ଏବଂ ସବ-ଆର୍ଟରିଜରେ ମଧ୍ୟ କିଛି କିଛି ସ୍ଥାନରେ ବ୍ଲକେଜ ମିଳିଛି। ଲାଇଭ ଶୋ'ରେ ପରଫର୍ମ କରିବା ବେଳେ ସେ ଅତ୍ୟଧିକ ଉତ୍ସାହିତ ହୋଇପଡିଥିଲେ।

ଏଥିଯୋଗୁଁ ଆର୍ଟରିଜରେ କିଛି ସମୟ ପାଇଁ ରକ୍ତ ପ୍ରବାହ ବନ୍ଦ ହୋଇଯାଇଥିଲା ଏବଂ ପରେ ତାଙ୍କର ହୃଦଘାତ ହୋଇଥିଲା। ଯଦି ସେହି ସମୟରେ ସିଙ୍ଗରଙ୍କୁ ସଙ୍ଗେ ସଙ୍ଗେ CPR (କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍) ଦିଆଯାଇଥାନ୍ତା, ତେବେ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା। ଗାୟକଙ୍କର ଦୀର୍ଘ ସମୟ ଧରି ହୃଦୟ ସମ୍ବନ୍ଧୀୟ ସମସ୍ୟା ରହିଥିଲା ​​ଯାହା ସେ ନିଜେ ଜାଣି ନଥିଲେ କି ତା'ର ଚିକିତ୍ସା ମଧ୍ୟ କରିନଥିଲେ ବୋଲି ଡାକ୍ତର କହିଛନ୍ତି।

ଡାକ୍ତର ଆହୁରି କହିଛନ୍ତି, କେକେ ଗତ କିଛି ଦିନ ହେବ ଆଣ୍ଟାସିଡସ୍‌ ନେଉଥିଲେ। ଯନ୍ତ୍ରଣାର ହେଉଥିବା ଯୋଗୁ ସେ ନିଶ୍ଚୟ ଆଣ୍ଟାସିଡ୍ ନେବା ଆରମ୍ଭ କରିଥିବେ। ସେ ହୁଏତ ଭାବିଥିବେ ଯେ ତାଙ୍କର କିଛି ଗ୍ୟାଷ୍ଟିକ୍‌ ସମସ୍ୟା ଅଛି, କିନ୍ତୁ ବାସ୍ତବରେ ତାଙ୍କର ହାର୍ଟ ବ୍ଲକେଜ ଥିଲା। ସେପଟେ ଦିବଙ୍ଗତ ଗାୟକ କେକେଙ୍କ ପତ୍ନୀ ପୁଲିସକୁ କହିବା ମୁତାବକ, କୋଲକାତା ଆସିବା ପୂର୍ବରୁ କେକେଙ୍କ ହାତ ଏବଂ କାନ୍ଧରେ ଯନ୍ତ୍ରଣା ଥିଲା। ତାଙ୍କ ହୋଟେଲ ରୁମ୍‌ରୁ ଅନେକ ଆଣ୍ଟାସିଡ୍‌ ପିଲ୍‌ ମଧ୍ୟ ଜବତ ହୋଇଛି।

ମେ' ୩୧ ତାରିଖ କୋଲକାତାରେ ଏକ ଲାଇଭ କନସର୍ଟ ବେଳେ ଗାୟକ କେକେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ହୋଟେଲ ରୁମ୍‌କୁ ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବା ପରେ ତାଙ୍କୁ ସେଠାରୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ହସ୍ପିଟାଲ ନେବା ବାଟରେ ହିଁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।

Related story