Advertisment

କ୍ରିତିଙ୍କ ସହ ରୋମାନ୍ସ କରିବେ ଭିକ୍କି

ମୁମ୍ବାଇ: ପ୍ରଥମଥର ପାଇଁ ଏକାଠି ସ୍କ୍ରିନ୍‌ ଶେଆର କରିବେ ଅଭିନେତ୍ରୀ କ୍ରିତି ସାନନ ଓ ଉରି ଫେମ୍‌ ଅଭିନେତା ଭିକ୍କି କୌଶଲ। ଏ ଦୁହିଁଙ୍କୁ ଏକାଠି ବଡ଼ ପରଦାରେ ଦେଖିବାକୁ ମିଳିବ। ୨୦୦୧ରେ ରିଲିଜ ହୋଇଥିବା ରୋମାଣ୍ଟିକ ଫିଲ୍ମ `ରେହେନା ହୈ ତେରେ ଦିଲ୍‌ ମେଁ’ର ରିମେକ୍‌ରେ ଉଭୟ ନଜର ଆସିବେ। ଏକ ମିଡିଆ ରିପୋର୍ଟ ଅନୁଯାୟୀ ଏହି ରିମେକ୍‌ ଫିଲ୍ମର ଲିଡ୍‌ ରୋଲ ପାଇଁ କ୍ରିତି ଗ୍ରୀନ୍‌ ସିଗ୍‌ନାଲ ଦେଇଥିବା ବେଳେ ଭିକ୍କି ମଧ୍ୟ ହଁ […]

ଅଦ୍ୟତନ ହୋଇଛି
କ୍ରିତିଙ୍କ ସହ ରୋମାନ୍ସ କରିବେ ଭିକ୍କି

kriti-sanon-and-vicky-kaushal

Advertisment

ମୁମ୍ବାଇ: ପ୍ରଥମଥର ପାଇଁ ଏକାଠି ସ୍କ୍ରିନ୍‌ ଶେଆର କରିବେ ଅଭିନେତ୍ରୀ କ୍ରିତି ସାନନ ଓ ଉରି ଫେମ୍‌ ଅଭିନେତା ଭିକ୍କି କୌଶଲ। ଏ ଦୁହିଁଙ୍କୁ ଏକାଠି ବଡ଼ ପରଦାରେ ଦେଖିବାକୁ ମିଳିବ। ୨୦୦୧ରେ ରିଲିଜ ହୋଇଥିବା ରୋମାଣ୍ଟିକ ଫିଲ୍ମ `ରେହେନା ହୈ ତେରେ ଦିଲ୍‌ ମେଁ'ର ରିମେକ୍‌ରେ ଉଭୟ ନଜର ଆସିବେ।

Advertisment

ଏକ ମିଡିଆ ରିପୋର୍ଟ ଅନୁଯାୟୀ ଏହି ରିମେକ୍‌ ଫିଲ୍ମର ଲିଡ୍‌ ରୋଲ ପାଇଁ କ୍ରିତି ଗ୍ରୀନ୍‌ ସିଗ୍‌ନାଲ ଦେଇଥିବା ବେଳେ ଭିକ୍କି ମଧ୍ୟ ହଁ ଭରି ଥିବା ଶୁଣିବାକୁ ମିଳିଛି। ଏବେ କେବଳ ଏହି ଫିଲ୍ମର ଫାଇନାନ୍ସ ଏବଂ ଶୁଟିଂ ତାରିଖକୁ ନେଇ କାମ ଚାଲିଛି। ଯଦି  ସବୁ କିଛି ଠିକ୍‌ ରୁହେ ତେବେ ପ୍ରଥମ କରି ପରଦାରେ ଭିକ୍କି କୌଶଲ ଏବଂ କ୍ରିତି ସାନନ୍‌ଙ୍କ ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ। ସେପଟେ ଏହି ଦୁଇ ଷ୍ଟାରଙ୍କ ଯୋଡିକୁ ନେଇ ବି-ଟାଉନରେ ଚର୍ଚ୍ଚା ଚାଲିଛି ।

ସେପଟେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ରବି ଉଦୟକର ସମ୍ଭାଳିବେ। ସେ ବର୍ତ୍ତମାନ ଏକ ସାଉଥ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଅନ୍ୟପଟେ ଏହି ଫିଲ୍ମକୁ ନେଇ ଜ୍ୟାକି ଭଗନାନୀ ମଧ୍ୟ ବେଶ୍‌ ଉତ୍ସୁକ ଥିବା ଶୁଣିବାକୁ ମିଳିଛି।

Advertisment

ସୂଚନାଯୋଗ୍ୟ ଯେ, ୨୦୦୧ରେ ରିଲିଜ ହୋଇଥିବା ସୁପର ହିଟ୍‌ ଫିଲ୍ମ `ରେହେନା ହୈ ତେରେ ଦିଲ୍‌ ମେଁ'ର ଲିଡ୍‌ ରୋଲରେ ଦିଆ ମିର୍ଜା ଓ ଆର୍‌ ମାଧବନ ଥିଲେ। ଅନ୍ୟ ପ୍ରମୁଖ ଭୂମିକାରେ ସୈଫ ଅଲ୍ଲିଖାନ୍‌ ଓ ଅନୁପମ ଖେର୍‌ଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମଟି ସେତେବେଳେ ବକ୍ସ ଅଫିସରେ ଜବରଦସ୍ତ ହିଟ୍‌ ପ୍ରମାଣିତ ହୋଇଥିଲା।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe