Advertisment

ବଲିଉଡ଼ରେ ବଂଶବାଦ ଉପରେ ମୁହଁ ଖୋଲିଲେ କ୍ରିତି ସନନ, କହିଲେ ଷ୍ଟାର୍ କିଡ୍ସଙ୍କୁ ମିଳେ ଅଧିକ ସୁଯୋଗ

"ଏପରି ଏକ ସମୟ ଥିଲା, ଯେଉଁ ସମୟରେ କି ମୁଁ ଖୁବ୍ ଅସ୍ଥିର ହୋଇପଡିଥିଲି। କାରଣ ମୁଁ ଜାଣିଥିଲି, ମୋ ପାଖରେ ସାମର୍ଥ୍ୟ ଅଛି, ମୁଁ ପାରିବି। କିନ୍ତୁ..."

Kriti Sanon

Kriti Sanon

Advertisment

ବଲିଉଡର ଜଣାଶୁଣା ଅଭିନେତ୍ରୀ କ୍ରିତି ସନନ ନିଜର ଆକ୍ଟିଂ କ୍ୟାରିଅରର ପୂର୍ବ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି। ଏଥିସହ ବଲିଉଡ଼ରେ କଳାକାର ପିଲାମାନଙ୍କୁ ସୁଯୋଗ ମିଳେ, ଏଥିପାଇଁ ତାଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡ଼ିଛି ବୋଲି କହିଛନ୍ତି କ୍ରିତି।

Advertisment

ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ କ୍ରିତି କହିଛନ୍ତି, "ଏପରି ଏକ ସମୟ ଥିଲା, ଯେଉଁ ସମୟରେ କି ମୁଁ ଖୁବ୍ ଅସ୍ଥିର ହୋଇପଡିଥିଲି। କାରଣ ମୁଁ ଜାଣିଥିଲି, ମୋ ପାଖରେ ସାମର୍ଥ୍ୟ ଅଛି, ମୁଁ ପାରିବି। କିନ୍ତୁ ମୋତେ ସୁଯୋଗ ମିଳୁନଥିଲା, ନିରାଶ ହେବାକୁ ପଡୁଥିଲା। ଏହି ସମୟରେ ମୋ ସାମ୍ନାରେ କିଛି ନୂଆ ଚେହେରାଙ୍କୁ ସୁଯୋଗ ମିଳୁଥିଲା, ଯେଉଁମାନେ ଷ୍ଟାର୍ ବ୍ୟାକଗ୍ରାଉଣ୍ଡ ସହ ଜଡ଼ିତ ଥିଲେ।" 

ସେ ଆହୁରି କହିଛନ୍ତି, "ମୁଁ ଏପରି କିଛି କାମକୁ ଅପେକ୍ଷା କରିଥିଲି, ଯେଉଁଥିରେ ଜଣେ ଅଭିନେତ୍ରୀ ଭାବରେ ମୋର ସାମର୍ଥ୍ୟକୁ ଅଧିକ ପ୍ରଦର୍ଶନ କରିପାରିବି। ସବୁଠୁ ବଡ଼ କଥା ହେଉଛି କି ଆପଣଙ୍କୁ ଯେତେ ବଡ଼ ପାତ୍ର ମିଳିବ ଆପଣ ସେଥିରେ ସେତେ ଅଧିକ ପାଣି ଭରିପାରିବେ। ମୁଁ ସେହି ବଡ଼ ପାତ୍ରକୁ ଦୀର୍ଘଦିନ ଧରି ଅପେକ୍ଷା କରିଥିଲି।" 

Advertisment

କ୍ରିତି ହିରୋପନ୍ତି ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ। ଏହା ପରେ ସେ ଏକାଧିକ ସିନେମାରେ ନଜର ଆସିଥିଲେ ମଧ୍ୟ ମିମି ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏହି ସିନେମା ପାଇଁ ସେ ୬୯ତମ ନ୍ୟାସନାଲ ଫିଲ୍ମ ଆୱାଡରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିଲେ।

Kriti Sanon Bollywood Star Kids Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe