ଆର୍‌ଏସ୍‌ଏସ୍‌ରେ ଯୋଗ ଦେବେ କେଆର୍‌କେ

ମୁମ୍ବାଇ: ପୁଣି ଚର୍ଚ୍ଚାରେ କମାଲ ରସିଦ ଖାନ ଓରଫ୍‌ କେଆର୍‌କେ। ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରୁହନ୍ତି। ନିଜର ବିବାଦୀୟ ଟ୍ୱିଟ୍‌କୁ ନେଇ ସେ ଅନେକଥର ଫସିଛନ୍ତି। ଏବେ ସେ ପୁଣିଥରେ ନିଜର ଏକ ନୂଆ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କେଆରକେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଖୁବ ଶୀଘ୍ର ଆରଏସଏସରେ ଯୋଗଦେବାକୁ ଯାଉଥିବା ନେଇ ଟ୍ୱିଟ୍‌ ଜରିଆରେ ଘୋଷଣା କରିଛନ୍ତି। ସେ […]

kRk

Madhupriya Mistry
  • Published: Thursday, 29 September 2022
  • , Updated: 29 September 2022, 04:32 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ କମାଲ ରସିଦ ଖାନ ଓରଫ୍‌ କେଆର୍‌କେ। ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରୁହନ୍ତି। ନିଜର ବିବାଦୀୟ ଟ୍ୱିଟ୍‌କୁ ନେଇ ସେ ଅନେକଥର ଫସିଛନ୍ତି। ଏବେ ସେ ପୁଣିଥରେ ନିଜର ଏକ ନୂଆ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ନିକଟରେ କେଆରକେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଖୁବ ଶୀଘ୍ର ଆରଏସଏସରେ ଯୋଗଦେବାକୁ ଯାଉଥିବା ନେଇ ଟ୍ୱିଟ୍‌ ଜରିଆରେ ଘୋଷଣା କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ‘ବର୍ତ୍ତମାନ ଏହା ଚୂଡାନ୍ତ ଏବଂ ନିଶ୍ଚିତ ଯେ ନାଗପୁରରେ ଆରଏସଏସରେ ଯୋଗଦେବାକୁ ଯାଉଛି।’

https://twitter.com/kamaalrkhan/status/1575346514116825088?s=20&t=AxoyQB7WKKsmqmKmLNPCjg

ସୋଶାଲ ମିଡିଆରେ ତାଙ୍କର ଏହି ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ଟ୍ୱିଟକୁ ନେଇ ଅନେକ ଲୋକ କମେଣ୍ଟ ମଧ୍ୟ ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ଅନେକ ଲୋକ ସମର୍ଥନ କରୁଛନ୍ତି। ଏଥି ସହିତ କିଛି ୟୁଜର୍ସ ଏହାକୁ ବିରୋଧ ମଧ୍ୟ କରୁଛନ୍ତି।

ଏହାପୂର୍ବରୁ କେଆର୍‌କେ ଫିଲ୍ମ ରିଭ୍ୟୁ କରିବା ଛାଡିଦେବେ ବୋଲି ଘୋଷଣା କରିଥିଲେ। ସେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ଯେ, 'ବିକ୍ରମ ବେଧା' ଶେଷ ଫିଲ୍ମ, ଯାହାର ସେ ରିଭ୍ୟୁ କରିବେ।' ସେ ଟୁଇଟ୍ କରି କହିଥିଲେ, 'ମୋ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା। ପ୍ରଥମଟି ହେଲା ମୁଁ ମୁମ୍ବାଇ ଛାଡିବା ଏବଂ ଦ୍ୱିତୀୟଟି ହେଲା ମୁଁ ଫିଲ୍ମ ସମୀକ୍ଷା କରିବା ବନ୍ଦ କରିବା। ତେଣୁ ମୁଁ ଦ୍ୱିତୀୟ ବିକଳ୍ପ ବାଛିଲି। କାରଣ ମୋ ବିରୋଧରେ ମିଥ୍ୟା ମାମଲା ଦାୟର କରିବାକୁ ବଲିଉଡର ଲୋକଙ୍କ ପାଖରେ ବହୁ ରାଜନୈତିକ ସମର୍ଥନ ରହିଛି।'

ନିକଟରେ ନିଜର ୨ ବର୍ଷ ତଳର ବିବାଦୀୟ ଟ୍ୱିଟ୍‌କୁ ନେଇ ଗିରଫ ହୋଇଥିଲେ କେଆର୍‌କେ। ମୁମ୍ବାଇ ବିମାନ ବନ୍ଦରରୁ ପୁଲିସ ତାଙ୍କୁ ନେଇଥିଲା। ୧୦ ଦିନ ଯାଏଁ ସେ ଜେଲ୍‌ରେ କଏଦ ଥିଲେ। ଜେଲ୍‌ରୁ ବାହାରକୁ ଆସିବା ପରେ ଟ୍ୱିଟ୍‌ କରି ସେ କିଭଳି ଜେଲ୍‌ରେ ଦିନ କାଟିଲେ ତାର ଅନୁଭୂତି କିଭଳି ଥିଲା ତାହା ବଖାଣିଥିଲେ।

Related story