Advertisment

ତୁମ କ୍ୟାରିୟର୍‌ ନଷ୍ଟ କରିଦେବି… ନାଁ ନ ନେଇ ସଲମାନଙ୍କୁ ଟାର୍ଗେଟ୍‌

ଟ୍ୱିଟରେ ସଲମାନ ବିଷୟରେ ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ଅଙ୍ଗଭଙ୍ଗୀରୁ ସ୍ପଷ୍ଟ ଯେ ସେ ଏହା କେବଳ ସଲମାନଙ୍କ ଆଡକୁ ଇଙ୍ଗିତ କରି କହିଛନ୍ତି।

author-image
Madhupriya Mistry
Salman Khan

Salman Khan

'ମୁଁ ତୁମ କ୍ୟାରିୟର ନଷ୍ଟ କରିଦେବି।' ଏଭଳି କିଛି କହି ନାଁ ନେଇ ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କୁ କରାଯାଇଛି ଟାର୍ଗେଟ୍‌। ବିବାଦୀୟ ଅଭିନେତା କମାଲ ରାସିଦ ଖାନ୍‌ ଓରଫ୍‌ କେଆର୍‌କେ ସଲମାନଙ୍କୁ ଏଭଳି ଟାର୍ଗେଟ୍ କରିଛନ୍ତି। ବେଶ୍‌ କିଛି ଦିନର ନୀରବତା ପରେ କେଆର୍‌କେ ପୁଣି ଥରେ ନିଜ ପୁରୁଣା ଫର୍ମାଟକୁ ଫେରିଛନ୍ତି।

Advertisment

କେଆର୍‌କେ ନିଜ ବିବାଦୀୟ ଟ୍ୱିଟ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏଥିପାଇଁ ତାଙ୍କୁ ଅନେକ ଥର ବହୁ ଅଡୁଆର ସମ୍ମୁଖୀନ ମଧ୍ୟ ହେବାକୁ ପଡିଛି। ସଲମାନ ଖାନ୍‌ ଓ କେଆର୍‌କେଙ୍କ ମଧ୍ୟରେ ପୂର୍ବରୁ ହିଁ ବିବାଦ ଲାଗି ରହିଛି। ଅନେକ ଥର ସଲମାନଙ୍କୁ ଟାର୍ଗେଟ୍‌ କରିଛନ୍ତି କେଆର୍‌କେ। କିନ୍ତୁ ଦୀର୍ଘ ଦିନ ଧରି ସେ ସଲମାନଙ୍କ ବିରୋଧରେ କିଛି କହିନଥିଲେ। କିନ୍ତୁ ଏବେ ପୁଣି ଥରେ ସେ ନିଜ ପୁରୁଣା ଅନ୍ଦାଜକୁ ଫେରି ସଲମାନଙ୍କୁ ଟାର୍ଗେଟ୍‌ କରିଛନ୍ତି।

ବାସ୍ତବରେ, ସଲମାନ ଖାନଙ୍କ ଅପ୍‌କମିଂ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ପ୍ରଥମ ଗୀତ 'ନୈଓ ଲାଗଦା' ନିକଟରେ ରିଲିଜ ହୋଇଛି। ଏହି ଗୀତକୁ ହିମେଶ ରେଶମିଆ ଗାଇଛନ୍ତି। ଏଥିରେ ସଲମାନ ଖାନ ଏକ ରୋମାଣ୍ଟିକ ଷ୍ଟାଇଲ୍‌ରେ ନଜର ଆସିଛନ୍ତି। ତାଙ୍କ ସହ ପୂଜା ହେଗଡେ ନଜର ଆସିଛନ୍ତି। ବର୍ତ୍ତମାନ ଏହି ଗୀତକୁ ନେଇ ବିନା ନାଁ ନ ନେଇ କେଆର୍‌କେ ସଲମାନ ଖାନଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ସେମାବାର କେଆର୍‌କେ ଏକ ଟ୍ୱିଟ୍‌ କରି କହିଛନ୍ତି, 'ହିମେଶ ରେଶମ ୮୦ ଦଶକର ଗୀତ କରିଛନ୍ତି! ହିମେଶ କହିଛନ୍ତି, ଅନ୍ୟ କେହି ଏହା କରନ୍ତୁ କି ନାହିଁ, କିନ୍ତୁ ମୁଁ ତୁମର କ୍ୟାରିୟର ଶେଷ କରିଦେବି।' ଯଦିଓ KRK ଏହି ଟ୍ୱିଟରେ ସଲମାନ ବିଷୟରେ ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ଅଙ୍ଗଭଙ୍ଗୀରୁ ସ୍ପଷ୍ଟ ଯେ ସେ ଏହା କେବଳ ସଲମାନଙ୍କ ଆଡକୁ ଇଙ୍ଗିତ କରି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନେକ ବର୍ଷ ଧରି ସଲମାନ ଏବଂ କେଆର୍‌କେ ମଧ୍ୟରେ ବିବାଦ ଚାଲିଛି। ଏହି ମାମଲା କୋର୍ଟରେ ପହଞ୍ଚିବା ପରେ ସଲମାନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ନ ଦେବାକୁ କେଆର୍‌କେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପରେ ପୁଣିଥରେ ସେ ସଲମାନଙ୍କ ବିରୋଧରେ ଟ୍ୱିଟ କରିଥିଲେ। ଏହାପରେ ସଲମାନ ପୁନର୍ବାର କୋର୍ଟରେ ପହଞ୍ଚି ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କେଆର୍‌କେଙ୍କ ଶେଷ କିଛି ଟ୍ୱିଟ୍ ଅନୁଯାୟୀ କୋର୍ଟ ତାଙ୍କୁ ସଲମାନଙ୍କ ଫିଲ୍ମ ସମୀକ୍ଷା କରିବାକୁ ବାରଣ କରିଛନ୍ତି। ତେବେ ଏହା ସତ୍ତ୍ୱେ ବି ସେ ସଲମାନଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି।

Bollywood News Bollywood Salman Khan