'ନା ଭୁକନ୍ତି, ନା ଗର୍ଜନ କରନ୍ତି…କେବଳ କାମୁଡ଼ନ୍ତି'

ମୁମ୍ବାଇ: କୁତ୍ତେ ବା କୁକୁର। ଏମାନେ ନା ଭୁକନ୍ତି ନା ଗର୍ଜନ କରନ୍ତି…କେବଳ କାମୁଡନ୍ତି। ଏଭଳି କିଛି କହିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି କିଛି ଲେଖିଛନ୍ତି। ରିଲିଜ ହୋଇଛି ଅପକମିଂ ଫିଲ୍ମ ‘କୁତ୍ତେ’ର ଫାଷ୍ଟ ଲୁକ୍‌। ଏହି ପୋଷ୍ଟରକୁ ଅର୍ଜୁନ କପୁର ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଫାଷ୍ଟ ଲୁକ୍‌କୁ ପୋଷ୍ଟ କରି ଏମାନେ ନା ଭୁକନ୍ତି ନା ଗର୍ଜନ କରନ୍ତି…କେବଳ କାମୁଡନ୍ତି ବୋଲି ଲେଖିଛନ୍ତି। ତାଙ୍କର […]

Kutte-First look

Kutte-First look

Madhupriya Mistry
  • Published: Monday, 23 August 2021
  • Updated: 23 August 2021, 05:25 PM IST

Sports

Latest News

ମୁମ୍ବାଇ: କୁତ୍ତେ ବା କୁକୁର। ଏମାନେ ନା ଭୁକନ୍ତି ନା ଗର୍ଜନ କରନ୍ତି…କେବଳ କାମୁଡନ୍ତି। ଏଭଳି କିଛି କହିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି କିଛି ଲେଖିଛନ୍ତି।

ରିଲିଜ ହୋଇଛି ଅପକମିଂ ଫିଲ୍ମ 'କୁତ୍ତେ'ର ଫାଷ୍ଟ ଲୁକ୍‌। ଏହି ପୋଷ୍ଟରକୁ ଅର୍ଜୁନ କପୁର ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଫାଷ୍ଟ ଲୁକ୍‌କୁ ପୋଷ୍ଟ କରି ଏମାନେ ନା ଭୁକନ୍ତି ନା ଗର୍ଜନ କରନ୍ତି…କେବଳ କାମୁଡନ୍ତି ବୋଲି ଲେଖିଛନ୍ତି। ତାଙ୍କର ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।

ଆସମାନ ଭରଦ୍ୱାଜଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍‌ ରୋଲରେ ଅର୍ଜୁନ କପୁର, କୋଙ୍କଣା ସେନ୍‌ ଶର୍ମା, ନାସିରୁଦ୍ଦିନ ଶାହ, କୁମୁଦ ମିଶ୍ରା, ରାଧିକା ମଦାନ, ସାରଦୁଲ ଭରଦ୍ୱାଜ ଏବଂ ତବୁ ନଜର ଆସିବେ। ଆସମାନ ଭରଦ୍ୱାଜ ହେଉଛନ୍ତି ବିଶାଲ ଭରଦ୍ୱାଜ ଏବଂ ରେଖା ଭରଦ୍ୱାଜଙ୍କ ପୁଅ। ଆସମାନଙ୍କ ଏହା ହେଉଛି ଡେବ୍ୟୁ ଫିଲ୍ମ।

ଫିଲ୍ମ 'କୁତ୍ତେ'କୁ ନେଇ ବିଶାଲ ଭରଦ୍ୱାଜ କୁହନ୍ତି, 'ଏହା ମୋ ପାଇଁ ବେଶ୍‌ ଖାସ୍‌ ଫିଲ୍ମ। କାରଣ ଆସମାନ ସହ ଏହା ମୋର ପ୍ରଥମ ଫିଲ୍ମ। ଏହି ଫିଲ୍ମ ଦେଖିବା ପାଇଁ ମୁଁ ବେଶ୍‌ ଉତ୍ସାହିତ।'

ସେପଟେ ପ୍ରଥମଥର ପାଇଁ ଏହି ଫିଲ୍ମ ଜରିଆରେ ଲବ୍‌ ଫିଲ୍ମସ୍‌ ଏବଂ ବିଶାଲ ଭରଦ୍ୱାଜ ଫିଲ୍ମସ୍‌ ଏକାଠି କାମ କରିବାର ସୁଯୋଗ ପାଇଛନ୍ତି। ସେହିପରି ଏହି ଫିଲ୍ମକୁ ଗୁଲସନ କୁମାର ଏବଂ ଭୂଷଣ କୁମାରଙ୍କ ଟି-ସିରିଜ ପ୍ରସ୍ତୁତ କରିଛି। ଫିଲ୍ମର ମ୍ୟୁଜିକ ବିଶାଲ ଦେଇଥିବା ବେଳେ ଲିରିକ୍ସ ଗୁଲଜାର ଲେଖିଛନ୍ତି। ତେବେ ଏହି ଫିଲ୍ମଟି କେବେ ପରଦାକୁ ଆସିବ ସେ ନେଇ ବର୍ତ୍ତମାନ ଯାଏଁ କୌଣସି ସୂଚନା ମିଳି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos