ରିଲିଜ ପୂର୍ବରୁ ବିବାଦରେ ଫସିଲା ଫିଲ୍ମ ‘କୁତେ’

ମୁମ୍ବାଇ: ରିଲିଜ ପୂର୍ବରୁ ବିବାଦରେ ଫସିଲା ଅପ୍‌କମିଂ ଫିଲ୍ମ ‘କୁତେ’। ଏହି ଫିଲ୍ମର ନାଁ ଓ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ହଙ୍ଗାମା। ଏହି ଫିଲ୍ମର ପୋଷ୍ଟର ପୁଲିସ ବିଭାଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ବାସ୍ତବରେ ରାଜସ୍ଥାନ ଜେଲ୍‌ର ଏଏସ୍‌ପି ନରେନ୍ଦ୍ର ଚୌଧୁରୀଙ୍କ ଝିଅ ଫିଲ୍ମ ‘କୁତେ’ର ପୋଷ୍ଟରକୁ ନେଇ ଆପତ୍ତି ଉଠାଇଛନ୍ତି। ଏହାକୁ ବିରୋଧ କରି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଆବଦେନରେ କୁହାଯାଇଛି ଯେ, ଫିଲ୍ମର ପୋଷ୍ଟରରେ ପୁଲିସ ୟୁନିଫର୍ମରେ […]

kuttey-poster

Madhupriya Mistry
  • Published: Thursday, 12 January 2023
  • , Updated: 12 January 2023, 06:44 PM IST

ମୁମ୍ବାଇ: ରିଲିଜ ପୂର୍ବରୁ ବିବାଦରେ ଫସିଲା ଅପ୍‌କମିଂ ଫିଲ୍ମ ‘କୁତେ’। ଏହି ଫିଲ୍ମର ନାଁ ଓ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ହଙ୍ଗାମା। ଏହି ଫିଲ୍ମର ପୋଷ୍ଟର ପୁଲିସ ବିଭାଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ବାସ୍ତବରେ ରାଜସ୍ଥାନ ଜେଲ୍‌ର ଏଏସ୍‌ପି ନରେନ୍ଦ୍ର ଚୌଧୁରୀଙ୍କ ଝିଅ ଫିଲ୍ମ ‘କୁତେ’ର ପୋଷ୍ଟରକୁ ନେଇ ଆପତ୍ତି ଉଠାଇଛନ୍ତି। ଏହାକୁ ବିରୋଧ କରି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଆବଦେନରେ କୁହାଯାଇଛି ଯେ, ଫିଲ୍ମର ପୋଷ୍ଟରରେ ପୁଲିସ ୟୁନିଫର୍ମରେ ଠିଆ ହୋଇଥିବା ଲୋକଙ୍କ ମୁହଁଗୁଡିକୁ କୁକୁର ମୁହଁରେ ପରିବର୍ତ୍ତନ କରାଯାଇଛି। ଏହା ପୁଲିସ ବିଭାଗକୁ ଆଘାତ ପହଞ୍ଚାଇଛି। ତେଣୁ ଏଏସ୍‌ପିଙ୍କ ଝିଅ ଫିଲ୍ମର ନାଁ ଓ ପୋଷ୍ଟରକୁ ବଦଳାଇବା ପାଇଁ ଦାବି କରିଛନ୍ତି।

ଆବେଦନକାରୀ ଓକିଲ ଦୀପେଶ ବେନିୱାଲ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ ଦେଶର ପ୍ରତ୍ୟେକ ବ୍ୟକ୍ତି ସମ୍ମାନର ସହ ବଞ୍ଚିବାର ଅଧିକାର ପାଇଛନ୍ତି। କିନ୍ତୁ ଫିଲ୍ମ ଏହି ଆର୍ଟିକଲକୁ ଉଲ୍ଲଙ୍ଘନ କରିଛି।

ବିଶାଲ ଭରଦ୍ୱାଜଙ୍କ ପୁଅ ଆସମାନ ଭରଦ୍ୱାଜଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଅର୍ଜୁନ କପୁର, ନାସିରୁଦ୍ଦିନ ଶାହା, କୋଙ୍କଣା ସେନ୍ ଓ ତବୁ ଅଛନ୍ତି। ଏହି ଫିଲ୍ମୁ ସେନ୍ସର ବୋର୍ଡ ପକ୍ଷରୁ ଏ ସାର୍ଟିଫିକେଟ୍ ମିଳିଛି। ଆସନ୍ତାକାଲି ଏହି ଫିଲ୍ମଟି ରିଲିଜ ହେବ।

Related story