Advertisment

ଓସ୍କାର ୨୦୨୫ରେ ଏଣ୍ଟ୍ରି କଲା 'ଲାପତା ଲେଡିଜ୍‌'

କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ହୋଇଛି।

ଅଦ୍ୟତନ ହୋଇଛି
Laapataa Ladies

Laapataa Ladies

Advertisment

'ଲାପତା ଲେଡିଜ୍‌'ର ଲାଗିଲା ଲେଟରୀ। ଓସ୍କାର ୨୦୨୫ରେ କଲା ଏଣ୍ଟ୍ରି। ଜବରଦସ୍ତ ହିଟ୍‌ ହେବା ପରେ ଆଉ ଏକ ସଫଳତା ହାସଲ କରିଛି ଫିଲ୍ମ 'ଲାପତା ଲେଡିଜ୍‌'। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ହୋଇଛି।

Advertisment

ଶ୍ରେଷ୍ଠ ବିଦେଶୀ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହା ମନୋନୀତ ହୋଇଛି। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନେ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଘୋଷଣା କରିଛନ୍ତି।

ଫିଲ୍ମ 'ଲାପତା ଲେଡିଜ୍‌' ୨୯ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି। ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍‌ ଫିଲ୍ମ 'ଆନିମଲ', ମଲୟାଲମ ଜାତୀୟ ପୁରସ୍କାର ବିଜେତା ଫିଲ୍ମ 'ଅଟ୍ଟମ୍' ଏବଂ କାନ୍ସ ବିଜେତା 'ଅଲ୍ ଓ୍ୱି ଇମାଜିନ୍‌ ଇଜ୍ ଲାଇଟ୍‌' ମଧ୍ୟ ରହିଥିଲା।।

Advertisment

ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି କ୍ରମେ ଆମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ 'ଲାପତା ଲେଡିଜ୍'କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ତାମିଲ ଫିଲ୍ମ 'ମହାରାଜା', ତେଲୁଗୁର 'କାଲ୍‌କି ୨୮୯୮ ଖ୍ରୀଷ୍ଟାବ୍ଦ' ଏବଂ 'ହନୁ-ମାନ୍' କୁ ମଧ୍ୟ ଏହି ଫିଲ୍ମ ପଛରେ ପକାଇ ଦେଇଛି। 

ଆମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମରେ ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ନୀତାଂଶି ଗୋୟଲ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଅଭିନେତା ରବି କିଶନ ଏବଂ ଛାୟା କଦମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଏହି ଫିଲ୍ମଟି ପରଦାକୁ ଆସିଥିଲା। 

Laapataa Ladies Oscars 2025 Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe