Advertisment

ଓସ୍କାର ରେସ୍‌ରୁ ଆଉଟ ହେଲା 'ଲାପତା ଲେଡିଜ୍‌'

କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍‌ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।

laapataa-ladies-

laapataa-ladies-

Advertisment

ଓସ୍କାର ରେସ୍‌ରୁ ଆଉଟ ହେଲା 'ଲାପତା ଲେଡିଜ୍‌' । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍‌ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।

Advertisment

ଗତକାଲି Academy of Motion Picture Arts and Sciences ପକ୍ଷରୁ ପରବର୍ତ୍ତୀ ରାଉଣ୍ଡ ପାଇଁ ୧୫ ଫିଲ୍ମର ନାମ ଘୋଷଣା କରାଯାଇଥିଲା। ମାତ୍ର ଏହି ତାଲିକାରେ କିରଣ ରାଓଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାପତା ଲେଡିଜ୍‌'ର ନାମ ନାହିଁ। ପ୍ରଥମ ରାଉଣ୍ଡରୁ ଏହା କଟି ଯାଇଛି। ଏବେ ମନୋନୀତ ହୋଇଥିବା ୧୫ଟି ଫିଲ୍ମକୁ ଏକାଡେମୀର ସଦସ୍ୟ ଦେଖିବେ । ଏହାପରେ ସେମାନେ ଫାଇନାଲ୍‌ ଲିଷ୍ଟ ପ୍ରସ୍ତୁତ କରିବେ।

ଆମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମ ରେସ୍‌ରୁ ବାହାରି ସାରିଥିବା ବେଳେ ୟୁକେ ତରଫରୁ ଓସ୍କାର-୨୦୨୫ ପାଇଁ ପଠା ଯାଇଥିବା ହିନ୍ଦୀ ଫିଲ୍ମ ‘ସନ୍ତୋଷ’ କିନ୍ତୁ ଶର୍ଟଲିଷ୍ଟ ହୋଇଛି। ଏହି ଫିଲ୍ମକୁ ବ୍ରିଟିଶ ଇଣ୍ଡିଆନ ଫିଲ୍ମ ମେକର ସନ୍ଧ୍ୟା ସୁରୀ ନିର୍ଦ୍ଦେଶନା ଦେଇଛନ୍ତି।

Advertisment

ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ 'ଲାପତା ଲେଡିଜ୍‌' ଫିଲ୍ମ ପରଦାକୁ ଆସିଥିଲା। ଆମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମରେ ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ନୀତାଂଶି ଗୋୟଲ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଅଭିନେତା ରବି କିଶନ ଏବଂ ଛାୟା କଦମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି କ୍ରମେ ଆମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ 'ଲାପତା ଲେଡିଜ୍'କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ତାମିଲ ଫିଲ୍ମ 'ମହାରାଜା', ତେଲୁଗୁର 'କାଲ୍‌କି ୨୮୯୮ ଖ୍ରୀଷ୍ଟାବ୍ଦ' ଏବଂ 'ହନୁ-ମାନ୍' କୁ ମଧ୍ୟ ଏହି ଫିଲ୍ମ ପଛରେ ପକାଇ ଏହା ଓସ୍କାର ରେସ୍‌ରେ ସାମିଲ ହୋଇଥିଲା।

Bollywood News Oscars 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe