ସୁସ୍ମିତା ସେନଙ୍କ ପ୍ରେମରେ ଲଳିତ ମୋଦି: ଏବେ ଚାଲିଛି ଡେଟିଂ, ଆଗକୁ ବାହାଘର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ଼ ବଡ ଖବର ସାମ୍ନାକୁ ଆସିଛି। ତାଙ୍କ ପ୍ରେମରେ ପଡ଼ିଛନ୍ତି ବ୍ୟବସାୟୀ ତଥା ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି। ଉଭୟ ଏବେ ଡେଟ କରୁଛନ୍ତି। ଆଗକୁ ବାହା ମଧ୍ୟ ହେବେ। ନିଜେ ଲଳିତ ମୋଦି ଆଜି ସୁସ୍ମିତାଙ୍କ ସହ ଏକାଧିକ ରୋମାଣ୍ଟିକ ଫୋଟ ଶେୟାର କରି ନିଜ ନୂଆ ଆରମ୍ଭ ସମ୍ପର୍କରେ ସୂଚନା ଦେଇଛନ୍ତି। ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଲଳିତ ମୋଦି […]

Lalati

Lalati

Hemant Lenka
  • Published: Thursday, 14 July 2022
  • Updated: 14 July 2022, 10:12 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ଼ ବଡ ଖବର ସାମ୍ନାକୁ ଆସିଛି। ତାଙ୍କ ପ୍ରେମରେ ପଡ଼ିଛନ୍ତି ବ୍ୟବସାୟୀ ତଥା ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି। ଉଭୟ ଏବେ ଡେଟ କରୁଛନ୍ତି। ଆଗକୁ ବାହା ମଧ୍ୟ ହେବେ। ନିଜେ ଲଳିତ ମୋଦି ଆଜି ସୁସ୍ମିତାଙ୍କ ସହ ଏକାଧିକ ରୋମାଣ୍ଟିକ ଫୋଟ ଶେୟାର କରି ନିଜ ନୂଆ ଆରମ୍ଭ ସମ୍ପର୍କରେ ସୂଚନା ଦେଇଛନ୍ତି।

ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଲଳିତ ମୋଦି ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ସେ ଏବେ ସୁସ୍ମିତା ସେନଙ୍କୁ ଡେଟ କରୁଛନ୍ତି। ଲଲିତ ମୋଦି ଦୁଇଟି ଟ୍ୱିଟ କରିଛନ୍ତି। ସେ ପ୍ରଥମ ଟ୍ୱିଟରେ ଏକାଧିକ ଫଟୋ ଶେୟାର କରି ଏମିତି କିଛି ଲେଖିଥିଲେ ଯେ ଲାଗୁଥିଲା ଉଭୟ ବିବାହ କରି ସାରିଛନ୍ତି। କିଛି ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା।

ତେବେ ଏହାର କିଛି ସମୟ ପରେ ସେ ଆଉ ଏକ ଟ୍ୱିଟ କରିଥିଲେ। ଏଥିରେ ସେ ଲେଖିଛନ୍ତି ଯେ “ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏପର୍ଯ୍ୟନ୍ତ ବିବାହ କରିନୁ। କିନ୍ତୁ ହଁ ଗୋଟିଏ ଦିନ ଏହା ହେବ।” ଲଲିତ ମୋଦି ଶେୟାର କରିଥିବା ଫଟୋରେ ସେ ଓ ସୁସ୍ମିତା ସେନ ବେଶ ରୋମାଣ୍ଟିକ ପୋଜରେ ରହିଛନ୍ତି। ପ୍ରଥମ ଟ୍ୱିଟରେ ଲଳିତ ମୋଦି ଲେଖିଥିଲେ ଯେ “ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଏବେ ଲଣ୍ଡନ ଫେରିଛୁ। ପରିବାର ସହିତ ମାଲଦ୍ୱୀପ ଓ ସରଡିନିଆ ଯାଇଥିଲି। ମୋ ବେଟର ହାଫ ସୁସ୍ମିତା ସେନଙ୍କ ସହ ନୂଆ ଆରମ୍ଭ ପାଇଁ ବେଶ ଉତ୍ସାହିତ।”


ସୁସ୍ମିତାଙ୍କୁ ପାଖରେ ପାଇ ଲଳିତ ମୋଦି ବେଶ ଉତ୍ସାହିତ ହୋଇପଡ଼ିଥିବା ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି। ଟ୍ୱିଟ କରି ପୂରା ବିଶ୍ୱକୁ ଏହି ସୂଚନା ଦେବା ପରେ ଲଳିତ ମୋଦି ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏହି ଫଟୋରେ ସେ ସୁସ୍ମିତା ସେନଙ୍କ ସହ ନେଇଥିବା ସେଲଫିକୁ ରଖିଛନ୍ତି। ଇନଷ୍ଟାଗ୍ରାମ ବାୟୋରେ ସେ ନୂଆ ଆରମ୍ଭ ବୋଲି ଉଲ୍ଲେଖ କରିଛନ୍ତି।

ଲଲିତ ମୋଦି ଆଇପିଏଲର ପ୍ରଥମ ଚେୟାରମ୍ୟାନ୍। ସେ ପ୍ରାୟ ତିନି ବର୍ଷ ଧରି ସେ ଆଇପିଏଲର ଅଧ୍ୟକ୍ଷ ରହିଥିଲେ। ସେ ଚାମ୍ପିୟନ୍ସ ଲିଗ୍ ଟି-୨୦ର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।


ଏହାବାଦ ଲଳିତ ମୋଦି ୫ ବର୍ଷ ଧରି ବିସିସିଆଇର ଉପାଧ୍ୟକ୍ଷ ଭାବେ କାମ କରିଛନ୍ତି। ତେବେ ୨୦୧୦ ପରଠାରୁ ସେ ଭାରତ ଛାଡ଼ି ଲଣ୍ଡନରେ ରହୁଛନ୍ତି। ତାଙ୍କ ନାଁରେ ଟିକସ ଫାଙ୍କିବା ଓ ମନି ଲଣ୍ଡରିଂ ମାମଲା ରହିଛି। ଏସବୁ ଭିତରେ ସୁସ୍ମିତା ସେନ ଓ ସେ ପରସ୍ପରକୁ ଡେଟ କରୁଛନ୍ତି। ୫୬ ବର୍ଷୀୟ ଲଳିତ ମୋଦି ପୂର୍ବରୁ ବିବାହ କରିଥିଲେ। ୧୯୯୧ରୁ ୨୦୧୮ ଯାଏ ସେ ତାଙ୍କ ପତ୍ନୀ ମିନାଲ ମୋଦିଙ୍କ ସମ୍ପର୍କରେ ଥିଲେ। ହେଲେ ଏବେ ସେ ୧୯୯୪ରେ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିବା ସୁସ୍ମିତାଙ୍କୁ ପ୍ରେମ କରିବା ଆରମ୍ଭ କରିଛନ୍ତି।

ललित मोदी ने बदली प्रोफाइल फोटो

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos