Advertisment

ସିଲ୍‌ ହେଲା ଲତା ଦିଦିଙ୍କ ବିଲ୍‌ଡିଂ

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ମୁମ୍ୱାଇରେ ଥିବା ପ୍ରଭୁକୁଞ୍ଜ ବିଲ୍‌ଡିଂକୁ ଶନିବାର ବିଏମ୍‌ସି ସିଲ୍‌ କରିଛି। ତେବେ ଲତାଙ୍କ ପରିବାର ପରିବାର ସୁସ୍ଥ ଥିବା ଜଣାପଡ଼ିଛି। ଦକ୍ଷିଣ ମୁମ୍ୱାଇରେ ଥିବା ପେଡାର୍‌ ରୋଡ୍‌ ସ୍ଥିତ ପ୍ରଭୁକୁଞ୍ଜ ଭବନରେ ଲତାଜୀ ରୁହନ୍ତି। ଏହି ବିଲ୍‌ଡିଂରେ ଅନେକ ବରିଷ୍ଠ ନାଗରିକ ରହୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଏମ୍‌ସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଲତାଙ୍କ ପରିବାର ଲୋକ କହିଛନ୍ତି। ଲତାଜୀଙ୍କ ପରିବାର […]

author-image
Puspanjali Panda
ଅଦ୍ୟତନ ହୋଇଛି
ସିଲ୍‌ ହେଲା ଲତା ଦିଦିଙ୍କ ବିଲ୍‌ଡିଂ

lll

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ମୁମ୍ୱାଇରେ ଥିବା ପ୍ରଭୁକୁଞ୍ଜ ବିଲ୍‌ଡିଂକୁ ଶନିବାର ବିଏମ୍‌ସି ସିଲ୍‌ କରିଛି। ତେବେ ଲତାଙ୍କ ପରିବାର ପରିବାର ସୁସ୍ଥ ଥିବା ଜଣାପଡ଼ିଛି। ଦକ୍ଷିଣ ମୁମ୍ୱାଇରେ ଥିବା ପେଡାର୍‌ ରୋଡ୍‌ ସ୍ଥିତ ପ୍ରଭୁକୁଞ୍ଜ ଭବନରେ ଲତାଜୀ ରୁହନ୍ତି। ଏହି ବିଲ୍‌ଡିଂରେ ଅନେକ ବରିଷ୍ଠ ନାଗରିକ ରହୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଏମ୍‌ସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଲତାଙ୍କ ପରିବାର ଲୋକ କହିଛନ୍ତି।

Advertisment

ଲତାଜୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଆମ ପାଖରୁ ଶନିବାର ସଂନ୍ଧ୍ୟାରେ ଫୋନ ଆସିଥିଲା ଯେ ଆପଣଙ୍କ ପ୍ରଭୁକୁଞ୍ଜକୁ ସିଲ୍‌ କରିଦିଆଯାଇଛି। ବିଲ୍‌ଡିଂରେ ରହୁଥିବା ସୋସାଇଟିରେ କିଛି ଲୋକ କରୋନାରେ ଆକ୍ରାନ୍ତ ହେବା ପରେ ଏହାକୁ ସିଲ୍‌ କରାଯାଇଥିଲା। ଏପରିକି ସାମାଜିକ ଦୂରତା ରକ୍ଷା କରିବା ପାଇଁ ଆମ ପାରମ୍ପରିକ ଗଣେଶ ପୂଜା କେବଳ ପରିବାର ସଦସ୍ୟଙ୍କୁ ନେଇ ଆୟୋଜନ କରାଯାଇଥିଲା।

ତେବେ ଲତାଜୀଙ୍କ ପ୍ରଭୁକୁଞ୍ଜ ଭବନରେ କିଛି ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଲତାଙ୍କ ପରିବାର ଲୋକ ସୁସ୍ଥ ଅଛନ୍ତି। ତେଣୁ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଗୁଜବକୁ ବିଶ୍ୱାସ ନକରିବା ପାଇଁ କୁହାଯାଇଛି। ଲତାଙ୍କ ପରିବାର ଲୋକ ଆହୁରି ମଧ୍ୟ କହିଛନ୍ତି, ଏଠାରେ ଥିବା ବରିଷ୍ଠ ନାଗରିକମାନେ ସାବଧାନତା ଅବଲମ୍ୱନ କରିବା ସହ ଅନ୍ୟ ସଦସ୍ୟଙ୍କ ସୁରକ୍ଷା ପାଇଁ ସହଯୋଗ କରୁଛନ୍ତି। ଇଶ୍ୱରଙ୍କ କୃପାରୁ ଲୋକଙ୍କ ଶୁଭକାମନା ପାଇଁ ଆମ ପରିବାର ସୁରକ୍ଷିତ ଅଛନ୍ତି ବୋଲି ସେମାନେ କହିଛନ୍ତି।

Advertisment
COVID-19 Lata Mangeshkar