Advertisment

ଦିଲ୍ଲୀପଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଲତା

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର। ତାଙ୍କ ବିୟୋଗରେ ପୂରା ସ୍ତବ୍ଧ ହୋଇପଡିଛି ବଲିଉଡ । ତାଙ୍କ ମୃତ୍ୟୁରେ ହିନ୍ଦୀ ସିନେମା ଜଗତରେ ଏକ ଯୁଗର ଅବସନ ଘଟିଛି। ଦିଲ୍ଲୀପ ବିୟୋଗରେ ପୂରା ନିଶବ୍ଦ ହୋଇପଡିଛନ୍ତି ତାଙ୍କ ସାନ ଭଉଣୀ ସୁର ସାମ୍ରାଜ୍ଞି ଲତା ମଙ୍ଗେସକର। ଦିଲ୍ଲୀପଙ୍କ ସାନ ଭଉଣୀ ଥିଲେ ଲତା ମଙ୍ଗେସକର। ତାଙ୍କ ହାରେ ରାଖୀ ବାନ୍ଧି ତାଙ୍କୁ ବଡ଼ ଭାଇ କରିଥିଲେ ଲତା। ଟ୍ରାଜେଡି କିଙ୍ଗ ଦିଲ୍ଲୀପ ଓ […]

ଅଦ୍ୟତନ ହୋଇଛି
ଦିଲ୍ଲୀପଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଲତା

lata-dilip

Advertisment

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର। ତାଙ୍କ ବିୟୋଗରେ ପୂରା ସ୍ତବ୍ଧ ହୋଇପଡିଛି ବଲିଉଡ । ତାଙ୍କ ମୃତ୍ୟୁରେ ହିନ୍ଦୀ ସିନେମା ଜଗତରେ ଏକ ଯୁଗର ଅବସନ ଘଟିଛି। ଦିଲ୍ଲୀପ ବିୟୋଗରେ ପୂରା ନିଶବ୍ଦ ହୋଇପଡିଛନ୍ତି ତାଙ୍କ ସାନ ଭଉଣୀ ସୁର ସାମ୍ରାଜ୍ଞି ଲତା ମଙ୍ଗେସକର।

Advertisment

ଦିଲ୍ଲୀପଙ୍କ ସାନ ଭଉଣୀ ଥିଲେ ଲତା ମଙ୍ଗେସକର। ତାଙ୍କ ହାରେ ରାଖୀ ବାନ୍ଧି ତାଙ୍କୁ ବଡ଼ ଭାଇ କରିଥିଲେ ଲତା। ଟ୍ରାଜେଡି କିଙ୍ଗ ଦିଲ୍ଲୀପ ଓ ସୁର ସାମ୍ରାଜ୍ଞି ଲତାଙ୍କ ମଧ୍ୟରେ ଥିଲା ଭାଇ-ଭଉଣୀର ନିବିଡ ସମ୍ପର୍କ। ସବୁ ଦୁଃଖ ସୁଖର ସାଥୀ ଥିଲେ ଦୁହେଁ । ହେଲେ ଏବେ ଦିଲ୍ଲୀପ ତାଙ୍କୁ କିନ୍ତୁ ଏକା କାରି ଚାଲି ଯାଇଛନ୍ତି। ଦିଲ୍ଲୀପଙ୍କ ମୃତ୍ୟୁ ଖବର ଲତାଙ୍କୁ ଶକ୍ତ ଆଘାତ ଦେଇଛି। ସେ ନିଃଶବ୍ଦ ହୋଇପଡିଛନ୍ତି।

https://twitter.com/mangeshkarlata/status/1412654544194998274?s=20

ଦଲ୍ଲୀପଙ୍କୁ ମନେ ପକାଇ ଲତା ନିଜ ଟୁଇଟର ହ୍ୟାଣ୍ଡେଲରେ କିଛି ପୁରୁଣା ଫଟୋକୁ ସେଆର କରିଛନ୍ତି। ଫଟୋକୁ ସେଆର କରି ଲେଖିଛନ୍ତି, ଆଜି ୟୁସୁଫ ଭାଇ ନିଜ ସାନ ଭଉଣୀଙ୍କୁ ଛାଡି ଚାଲିଯାଇଛନ୍ତି। ୟୁସୁଫଙ୍କ ବିୟୋଗରେ ସେ ବହୁତ ମର୍ମାହତ, ତାଙ୍କ ପାଖରେ କହିବାକୁ କିଛି ଶବ୍ଦ ନାହିଁ। ୟୁସୁଫ ଭାଇଙ୍କ ଏଭଳି ବିୟୋଗରେ ଲତାଙ୍କ ଜୀବନରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଭଗବାନ ତାଙ୍କ ଆତ୍ମାକୁ ଶନ୍ତି ଦିଅନ୍ତୁ ବୋଲି ସେ ଲତା ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି।

Advertisment

https://twitter.com/mangeshkarlata/status/1412651183932465153?s=20

https://twitter.com/mangeshkarlata/status/1412652760604942339?s=20

ବର୍ଷିଆନ୍ ଅଭିନେତା ଦିଲ୍ଲୀପ କୁମାର ବହୁ ଦିନ ଧରି ଅସୁସ୍ଥ ଥିଲ । ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଫୁସ୍‌ଫୁସ୍‌ରେ ପାଣି ଜମି ରହିଥିବା ନେଇ ଡାକ୍ତରମାନେ ସୂଚନା ଦେଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ଭୋରୁ ତାଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀପଙ୍କ ନିଧନରେ ବଲିଉଡ ସମେତ ଅନେକ ରାଜନେତାମାନେ ମଧ୍ୟ ଶୋକ ପ୍ରାକଶ କରିଛନ୍ତି।

Dillip Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe