Advertisment

କରୋନା ପରେ ଲତାଙ୍କୁ ନିମୋନିଆ, ଚିନ୍ତାରେ ଫ୍ୟାନ୍‌

ମୁମ୍ବାଇ: କରୋନା ପରେ ନିମୋନିଆରେ ପୀଡିତ ହୋଇଛନ୍ତି ବଲିଉଡର ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର। ଶନିବାର ରାତିରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେ ଆହୁରି ୧୦ରୁ ୧୨ ଦିନ ଆଇସିୟୁରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ଖର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇ ପଡିଛନ୍ତି। ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ […]

କରୋନା ପରେ ଲତାଙ୍କୁ ନିମୋନିଆ, ଚିନ୍ତାରେ ଫ୍ୟାନ୍‌

Lata Mangeshkar

Advertisment

ମୁମ୍ବାଇ: କରୋନା ପରେ ନିମୋନିଆରେ ପୀଡିତ ହୋଇଛନ୍ତି ବଲିଉଡର ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର। ଶନିବାର ରାତିରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେ ଆହୁରି ୧୦ରୁ ୧୨ ଦିନ ଆଇସିୟୁରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

Advertisment

ଏହି ଖର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇ ପଡିଛନ୍ତି। ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଭଗବାନଙ୍କ ନିକଟରେ ସେ କିଭଳି ସୁସ୍ଥ ହୋଇଯିବେ ସେଥିପାଇଁ ପ୍ରାର୍ଥନା କରୁଛନ୍ତି। ଏପରି ଟ୍ୱିଟର୍‌ରେ ଗେଟ୍‌ ୱେଲ୍‌ ସୁନ୍‌ ଲତା ଟ୍ରେଣ୍ଡ କରୁଛି। ଫ୍ୟାନ୍‌ଙ୍କ ବ୍ୟତୀତ ବଲିଉଡ ସେଲେବ୍ରିଟିମାନେ ମଧ୍ୟ ଲତା ମଙ୍ଗେସକଙ୍କ ସୁସ୍ଥ କମନା କରିଛନ୍ତି।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଧାନୀ କହିଛନ୍ତି, 'ଗାୟିକା ଲତା ମଙ୍ଗେସ୍‌କର ‘ଆଇସିୟୁ’ ୱାର୍ଡରେ ରହିବେ। ତାଙ୍କୁ ୧୦-୧୨ ଦିନ ନିରୀକ୍ଷଣରେ ରଖାଯିବ। କୋଭିଡ୍‌ ସହ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କ ଅବସ୍ଥା ଅଳ୍ପ ଚିନ୍ତାଜନକ ରହିଛି। କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି।'

Advertisment

ମଙ୍ଗଳବାର ଦିନ ଲତା ମଙ୍ଗେସକରଙ୍କ ଛିଆରୀ ରଚନା ଶାହା କନ୍‌ଫର୍ମ କରିଥିଲେ ଯେ, 'ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି।  କେବଳ ବୟସାଗତ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ରୂପେ ତାଙ୍କୁ ‘ଆଇସିୟୁ’ରେ ରଖାଯାଇଛି। ସେ ଜଣେ ଫାଇଟ୍‌ର ଏବଂ ବିଜେତା ମଧ୍ୟ।  ଆମ ଘର କଥାକୁ ସମ୍ମାନ ଦିଅନ୍ତୁ।  ଦିଦିଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିବା ତାଙ୍କ ସମସ୍ତ ଫ୍ୟାନ୍‌ଙ୍କୁ ମୁଁ ଧନ୍ୟବାଦ ଜଣାଉଛି।'

ସୂଚନା ମୁତାବକ,  ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ କୋଭିଡ୍‌-୧୯ଜନିତ ନିମୋନିଆରେ ଆକ୍ରାନ୍ତ ହୋଇଥିବା ୯୨ ବର୍ଷୀୟ ଲତା ମଙ୍ଗେସକର୍‌ଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ଛାତିରେ ଭୂତାଣୁଜନିତ ବ୍ଲକେଜ୍‌ରେ ଆକ୍ରାନ୍ତ ହୋଇଥିବା ଲତାଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବେ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

https://twitter.com/ANI/status/1481130035545505792?s=20

https://twitter.com/salim_merchant/status/1480809487065763840?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe