Advertisment

ଆଇସିୟୁରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ତଥା ପ୍ରଖ୍ୟାତ୍‌ ସୁର ସାମ୍ରାଜ୍ଞୀଙ୍କୁ କରୋନା । ହସ୍ପିଟାଲରେ ଭର୍ତ୍ତି ହେଲେ ୯୨ ବର୍ଷୀୟା ଲତା ମଙ୍ଗେସକର୍‌। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କ ବୟସକୁ ନଜରରେ ରଖି ଲତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ଝିଆରୀ ରଚନା ସୂଚନା ଦେଇଛନ୍ତି। ତେବେ କୁଇନ୍‌ ଅଫ୍‌ ମେଲୋଡିଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଆଶ୍ୱସ୍ତିକର କଥା ଯେ, ଲତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ […]

ଅଦ୍ୟତନ ହୋଇଛି
କରୋନାକୁ ହରାଇଲେ ୯୨ ବର୍ଷୀୟ ସ୍ୱର ସାମ୍ରାଜ୍ଞୀ

Lata mangeshkar

Advertisment

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ତଥା ପ୍ରଖ୍ୟାତ୍‌ ସୁର ସାମ୍ରାଜ୍ଞୀଙ୍କୁ କରୋନା । ହସ୍ପିଟାଲରେ ଭର୍ତ୍ତି ହେଲେ ୯୨ ବର୍ଷୀୟା ଲତା ମଙ୍ଗେସକର୍‌। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କ ବୟସକୁ ନଜରରେ ରଖି ଲତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ଝିଆରୀ ରଚନା ସୂଚନା ଦେଇଛନ୍ତି।

Advertisment

ତେବେ କୁଇନ୍‌ ଅଫ୍‌ ମେଲୋଡିଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଆଶ୍ୱସ୍ତିକର କଥା ଯେ, ଲତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ଲିଜେଣ୍ଡ୍ରି ଗାୟିକାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଲତା ମଙ୍ଗେସକରଙ୍କୁ କରୋନା ହେବା ଖବର ସାମ୍ନାକୁ ଆସିବା ପରେ ବଲିଉଡରେ ହଲଚଲ ସୃଷ୍ଟି ହୋଇଯାଇଛି। ସେଲେବ୍ରିଟିଙ୍କ ସମେତ ଫ୍ୟାନ୍‌ମାନେ ମଧ୍ୟ କୋକିଳ କଣ୍ଠୀଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି।

ସୂଚନା ମୁତାବକ, ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କରୋନା ସ୍ଥିତି ଚିନ୍ତା ଜନକ ରହିଛି। ଏଠାରେ ଲଗାତାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୋମବାର ମହାରାଷ୍ଟ୍ରରୁ ଦିନକରେ ୩୩, ୪୭୦ ନୂଆ ମାମଲା ସାମ୍ନାକୁ ଆସିଥିଲା। ଏଥିସହ ୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏଥିରୁ ୧୩,୬୪୮ଟି ପଜିଟିଭ ମାମଲା କେବଳ ମୁମ୍ବାଇରୁ ଥିଲା। ସେହିପରି ୮ ଜଣ ମୃତକଙ୍କ ମଧ୍ୟରୁ ମୁମ୍ବାଇର ୫ ଜଣ ମାୟାନଗରୀରେ ଥିଲେ।

Advertisment

https://twitter.com/ANI/status/1480791847005929473?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe