ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରଲୋକ

ମୁମ୍ବାଇ: ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ ସିଇଓ ଡାକ୍ତର ଏନ୍‌ ସନ୍ଥନାମ ଏହି ଖବର ସ୍ପଷ୍ଟ କରିଛନ୍ତି। ଆଜି ସକାଳ ୮ଟା ୧୨ ମିନିଟ୍‌ରେ ସମସ୍ତଙ୍କ ପ୍ରିୟ ଲତାଙ୍କ ପରଲୋକ ହୋଇଥିଲା। ଜାନୁଆରୀ ୮ ତାରିଖରେ ଲତା ମଙ୍ଗେଶକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବୟସାଧିକ ଯୋଗୁ ତାଙ୍କୁ ସଙ୍ଗେ ସଙ୍ଗେ […]

Lata Mangeskar

Lata Mangeskar

Jitendra Garnayak
  • Published: Sunday, 06 February 2022
  • Updated: 06 February 2022, 12:03 PM IST

Sports

Latest News

ମୁମ୍ବାଇ: ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ ସିଇଓ ଡାକ୍ତର ଏନ୍‌ ସନ୍ଥନାମ ଏହି ଖବର ସ୍ପଷ୍ଟ କରିଛନ୍ତି। ଆଜି ସକାଳ ୮ଟା ୧୨ ମିନିଟ୍‌ରେ ସମସ୍ତଙ୍କ ପ୍ରିୟ ଲତାଙ୍କ ପରଲୋକ ହୋଇଥିଲା।

ଜାନୁଆରୀ ୮ ତାରିଖରେ ଲତା ମଙ୍ଗେଶକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବୟସାଧିକ ଯୋଗୁ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା’ପରେ ସେ ନିମୋନିଆରେ ମଧ୍ୟ ପୀଡ଼ିତ ଥିବା ଜଣାପଡ଼ିଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜାନୁଆରୀ ୨୮ ତାରିଖରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ। ତେବେ ହଠାତ୍ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା। ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ତାଙ୍କଠାରେ ଆଉ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଆଉ ଆଜି ସକାଳେ ସେ ଆଖି ବୁଜି ଦେଇଥିଲେ।

ଲତା ମଙ୍ଗେଶକରଙ୍କ ପରଲୋକରେ ପୂରା ଦେଶ ମ୍ରିୟମାଣ ହୋଇଯାଇଛି। ବିଭିନ୍ନ ବର୍ଗର ଲୋକେ ତାଙ୍କର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଖବର ପାଇ ବିଶ୍ୱର କୋଟି କୋଟି ଲୋକଙ୍କ ଭଳି ତାଙ୍କ ହୃଦୟ ବି ଭାଙ୍ଗି ଯାଇଛି। ସେ ଅତୁଳନୀୟ ହୋଇ ରହିବେ ବୋଲି ରାଷ୍ଟ୍ରପତି କହିଛନ୍ତି।

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖକୁ ପ୍ରକାଶ କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ। ଲତା ମଙ୍ଗେଶକରଙ୍କ ପରଲୋକରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା କେବେ ପୂରଣ ହୋଇପାରିବ ନାହିଁ। ପିଢ଼ି ପରେ ପିଢ଼ି ତାଙ୍କୁ ଲୋକେ ମନେ ରଖିବେ।

୧୯୨୯ରୁ ୨୦୨୨

୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଜନ୍ମ ହୋଇଥିଲେ ଲତା ମଙ୍ଗେଶକର। ତାଙ୍କ ବାପାଙ୍କ ନାଁ ଥିଲା ଦୀନାନାଥ ମଙ୍ଗେଶକର ଓ ମା’ଙ୍କ ନାଁ ଥିଲା ସେବନ୍ତୀ। ଦୀନାନାଥ ମଙ୍ଗେଶକର ଜଣେ ଗାୟକ ଓ ଥିଏଟର ଅଭିନେତା ଥିଲେ।

ଜନ୍ମବେଳେ ଲତାଙ୍କ ନାଁ ଥିଲା ହେମା। ପରେ ତାଙ୍କ ବାପାମା’ ତାଙ୍କ ନାଁ ଲତା ରଖିଥିଲେ। ଦୀନାନାଥଙ୍କ ଏକ ନାଟକର ଏକ ମହିଳା ଚରିତ୍ର ଲତିକା ଆଧାରରେ ଏହି ନାଁ ଦିଆଯାଇଥିଲା।

ଲତା ଥିଲେ ତାଙ୍କ ବାପାମା’ଙ୍କ ଜ୍ୟେଷ୍ଠ ସନ୍ତାନ। ମୀନା ଖଡ଼ିକର, ଆଶା ଭୋସଲେ, ଉଷା ମଙ୍ଗେଶକର ଓ ହୃଦୟନାଥ ମଙ୍ଗେଶକର ହେଉଛନ୍ତି ଲତାଙ୍କ ଭଉଣୀ ଓ ଭାଇ। ଆଉ ଏମାନେ ସମସ୍ତେ ଗାୟକ।

ସଂଗୀତ ଶିକ୍ଷାରେ ଲତାଙ୍କ ପ୍ରଥମ ଗୁରୁ ଥିଲେ ତାଙ୍କ ବାପା। ସେ କଥା କହିବା ଶିଖିବା ପରେ ପରେ ତାଙ୍କ ବାପା ତାଙ୍କୁ ଗୀତ ଶିଖାଇଥିଲେ। ମାତ୍ର ୫ ବର୍ଷ ବୟସରେ ଲତା ମଙ୍ଗେଶକର ତାଙ୍କ ବାପାଙ୍କ ଏକ ମରାଠୀ ଗୀତିନାଟ୍ୟରେ ଅଭିନୟ କରିଥିଲେ।

ଲତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା ସେତେବେଳେ ଦୀନାନାଥ ମଙ୍ଗେଶକରଙ୍କ ପରଲୋକ ହୋଇଯାଇଥିଲା। ଏହା ୧୯୪୨ ମସିହାର କଥା। ସେ ହୃଦ୍‌ରୋଗରେ ପୀଡ଼ିତ ହୋଇ ଚାଲିଯାଇଥିଲେ।

ଦୀନାନାଥଙ୍କ ମୃତ୍ୟୁ ପରେ ପାରିବାରିକ ବନ୍ଧୁ ମାଷ୍ଟର ବିନାୟକ (ବିନାୟକ ଦାମୋଦର କର୍ଣ୍ଣାଟକୀ) ତାଙ୍କ ପରିବାରର ଦେଖାଶୁଣା କରିଥିଲେ। ବିନାୟକଙ୍କର ‘ନବଯୁଗ ଚିତ୍ରପଟ’ ନାଁରେ ଏକ ଫିଲ୍ମ କଂପାନୀ ଥିଲା। ସେ ହିଁ ଲତାଙ୍କୁ ଜଣେ ଗାୟିକା ଓ ଅଭିନେତ୍ରୀ ଭାବେ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିଥିଲେ।

୧୯୪୨ରେ ଲତା ମରାଠୀ ଫିଲ୍ମ ‘କିତି ହସାଲ’ ପାଇଁ ଏକ ଗୀତ ଗାଇଥିଲେ। ତେବେ ଗୀତଟିକୁ ଶେଷ ମୁହୂର୍ତ୍ତରେ ଫିଲ୍ମରୁ ବାଦ୍ ଦିଆଯାଇଥିଲା। ସେହିବର୍ଷ ବିନାୟକଙ୍କ ଏକ ମରାଠୀ ଫିଲ୍ମରେ ଲତା ଏକ ଗୀତ ଗାଇଥିଲେ।

୧୯୪୫ରେ ଲତା ମୁମ୍ବାଇ (ତତ୍‌କାଳୀନ ବମ୍ବେ) ଚାଲି ଆସିଥିଲେ। କାରଣ ବିନାୟକଙ୍କ ଫିଲ୍ମ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇକୁ ସ୍ଥାନାନ୍ତର ହୋଇଥିଲା। ମୁମ୍ବାଇ ଆସିବା ପରେ ଭିଣ୍ଡିବଜାର ଘରାନାର ଉସ୍ତାଦ ଅମନ ଅଲୀ ଖାନଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ ଲତା। ୧୯୪୬ରେ ସେ ହିନ୍ଦୀ ଫିଲ୍ମ ‘ଆପ୍ କି ସେବା ମେଁ’ରେ ଏକ ଗୀତ ଗାଇଥିଲେ। ୧୯୪୫ରେ ବିନାୟକଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ‘ବଡ଼ି ମା’ରେ ଲତା ଓ ଆଶା ଛୋଟ ଚରିତ୍ରରେ ଅଭିନୟ କରିଥିଲେ। ସେହି ଫିଲ୍ମରେ ଲତା ଏକ ଭଜନ ’ମା’ ତେରେ ଚରୋଣ ମେଁ’ ଗାଇଥିଲେ। ୧୯୪୮ରେ ବିନାୟକଙ୍କ ମୃତ୍ୟୁ ପରେ ଲତାଙ୍କୁ ଗାୟିକା ଭାବେ କ୍ୟାରିୟର ଗଢ଼ିବା ପାଇଁ ଗାଇଡ୍ କରିଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର।

୧୯୪୮ରେ ଲତାଙ୍କୁ ମିଳିଥିବା ବଡ଼ ବ୍ରେକ୍‌। ତାଙ୍କୁ ଏହି ସୁଯୋଗ ଦେଇଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର। ହିଟ୍‌ ଫିଲ୍ମ ‘ମଜବୁର’ର ଗୀତ ‘ଦିଲ୍ ମେରା ତୋଡ଼ା, ମୁଝେ କହିଁ କା ନା ଛୋଡ଼ା’ ଗାଇଥିଲେ ସେ। ଲତା ଯେତେବେଳେ ପ୍ରଥମେ ପ୍ରଥମେ ଗୀତ ଗାଉଥିଲେ ସେ ନୂର ଜାହାଁଙ୍କୁ ଅନୁକରଣ କରୁଥିଲେ ବୋଲି କୁହାଯାଉଥିଲା। କିନ୍ତୁ ପରେ ସେ ନିଜସ୍ୱ ଶୈଳୀରେ ଗୀତ ଗାଇଥିଲେ।

ଲତା ଉଭୟ ହିନ୍ଦୀ ଓ ମରାଠୀରେ ଗୀତ ଗାଉଥିଲେ। ସେ ଏକ ହଜାରରୁ ଅଧିକ ହିନ୍ଦୀ ଫିଲ୍ମରେ ଗୀତ ଗାଇଛନ୍ତି। ହିନ୍ଦୀ ଓ ମରାଠୀ ବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ବି ସେ ଗୀତ ଗାଇଛନ୍ତି।

ଲତା ମଙ୍ଗେଶକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହିତ ୪ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା। ତାଙ୍କୁ ଫିଲ୍ମ ଫେୟାର ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା।

୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ। ୨୦୦୧ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ଲତାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟ ମିଳିଥିଲା। ଫ୍ରାନ୍ସ ସରକାର ତାଙ୍କୁ ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନରରେ ସମ୍ମାନିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story