Advertisment

ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର, ୪ ଗରିଫ

ସଲମାନ ଖାନ୍‌ଙ୍କୁ ହତ୍ୟା କରିବା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପ୍ଲାନ୍‌ କରିଥିଲା। ଏଥିପାଇଁ ସେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ମଗାଇଥିଲା।

ଅଦ୍ୟତନ ହୋଇଛି
undefined

Salman Khan

Advertisment

ବଲିଉଡର ଭାଇଜାନ୍‌ଙ୍କୁ ପୁଣି ହତ୍ୟା କରିବାକୁ ଷଡ଼ଯନ୍ତ୍ର। ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ ଅଭିନେତା ସଲମାନ ଖାନ୍‌ଙ୍କ ଉପରେ କରାଯାଇଥାନ୍ତା ଆକ୍ରମଣ। ତାଙ୍କ ଉପରକୁ ଆକ୍ରମଣ କରିଥାନ୍ତେ ଦୁର୍ବୃତ୍ତ। ତେବେ ଏହାପୂର୍ବରୁ ପୁଲିସ ଏହାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ନଓ୍ୱି ମୁମ୍ବାଇ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ସଲମାନ ଖାନ୍‌ଙ୍କୁ ହତ୍ୟା କରିବା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପ୍ଲାନ୍‌ କରିଥିଲା। ଏଥିପାଇଁ ସେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ମଗାଇଥିଲା। ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଯୋଜନା କରିଥିଲା। ଏହି ମାମଲାରେ ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ୪ ଜଣଙ୍କୁ ବାନ୍ଧିଛି। ଏମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ମିଶିଥିବା ପୁଲିସ ଦାବି କରିଛି।

ସୂଚନା ମୁତାବକ, ଜେଲ୍‌ରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ବିଷ୍ଣୋଇ କାନାଡା ସ୍ଥିତ ତା' ଭାଇ ଅନ୍‌ମୋଲ ବିଷ୍ଣୋଇ ଓ ସାଥୀ ଗୋଲ୍ଡି ବ୍ରାବ ସହ ମିଶି ପାକିସ୍ତାନର ଅସ୍ତ୍ରଶସ୍ତ୍ର ଡିଲର୍‌ଙ୍କୁ ଯୋଗାଯୋଗ କରିଥିଲା। ସେ ତାଙ୍କ ଠାରୁ AK-47, M-16, AK-92 ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ର କିଣି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ କରିଥିଲା।

Advertisment

ଏହାପୂର୍ବରୁ ଏପ୍ରିଲ ୧୪ ତାରିଖରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିମାଡ କରାଯାଇଥିଲା। ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସଲମାନଙ୍କ ଘର ଉପରକୁ ଟାର୍ଗେଟ କରି ୫ ରାଉଣ୍ଡ ଗୁଳିମାଡ କରିଥିଲେ। ଏଥିପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା। ପରେ ଗୁଳିମାଡ କରିଥିବା ସମସ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା।

Salman Khan Lawrence Bishnoi Gang Attack On Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe