Advertisment

ସଲମାନଙ୍କ ନାଁରେ ସୁପାରୀ, ମୁସେଓ୍ୱାଲ ଷ୍ଟାଇଲ୍‌ରେ ହତ୍ୟା କରିବାକୁ ଥିଲା ପ୍ଲାନିଂ

ସଲମାନଙ୍କୁ ହତ୍ୟା କରିବା ପାଇଁ ୨୫ ଲକ୍ଷ ଟଙ୍କାର ସୁପାରୀ ନେଇଥିଲା ଲରେନ୍ସ ବିଷ୍ଣୋଇ ଗ୍ୟଙ୍ଗ।

Salman Khan

Salman Khan

Advertisment

ବଲିଉଡର ଭାଇଜାନ ସଲମାନ ଖାନ। ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ବଲିଉଡର ଟାଇଗର। ସେ କୁଆଡେ ଆସନ୍ତି ଓ କେଉଁ ଆଡେଯାନ୍ତି। ଏ ସବୁ ତାଙ୍କ ପରିବାର ଲୋକେ ଜାଣି ନଥିଲେ ବି ତାଙ୍କ ଶ୍ରତୁଙ୍କ ପାଖରେ ରହିଛି ଟିକିନିଖି ଖବର। ସଲମାନଙ୍କ ପାଇଁ ଦିଆଯାଇିଲା ସୁପାରୀ। ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର। ସିଦ୍ଧୁ ମୁସେଓ୍ୱାଲା ଷ୍ଟାଇଲ୍‌ରେ ହତ୍ୟା କରିବାକୁ ହୋଇଥିଲା ପ୍ଲାନିଂ। ଏଥିପାଇଁ ୨୫ ଲକ୍ଷ ଟଙ୍କାର ସୁପାରୀ ନେଇଥିଲା ଲରେନ୍ସ ବିଷ୍ଣୋଇ ଗ୍ୟଙ୍ଗ। ଏଭଳି କିଛି ବଡ଼ ଖୁଲାସା ହୋଇଛି ପୁଲିସ ଦାଖଲ କରିଥିବା ଚାର୍ଜସିଟ୍‌ରୁ।

Advertisment

ସଲମାନଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି ଶତ୍ରୁ। କେବଳ ଗୋଟିଏ ମଉକା ଅପେକ୍ଷାରେ ରହିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। କେତେବେଳେ ସେ ସଲମାନ ଖାନ୍‌ଙ୍କ ଟାର୍ଗେଟ୍‌ କରିବ, ସେଥିପାଇଁ ସେ ମଉକା ଖୋଜୁଛି। ଏଥିପାଇଁ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଛି। ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ୫ ଜଣଙ୍କ ବିରୋଧରେ ଦାଖଲ ହୋଇଥିବା ଏକ ନୂଆ ଚାର୍ଜସିଟ୍‌ରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ନବି ମୁମ୍ବାଇ ପୁଲିସ ଦ୍ୱାରା ଦାଖଲ ହୋଇଥିବା ଏହି ୩୫୦ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ଗ୍ୟାଙ୍ଗର ସମ୍ପୃକ୍ତ ଅଭିଯୁକ୍ତ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ AK-92 ଭଳି ଆଧୁନିକ ଅସ୍ତ୍ର ହାସଲ କରିବାକୁ ଯୋଜନା କରୁଥିବା କୁହାଯାଇଛି।

Advertisment

ଗତ ଏପ୍ରିଲ୍ ୧୪ ତାରିଖରେ, ବାଇକ୍‌ରେ ଆସି ଦୁଇଜଣ ବ୍ୟକ୍ତି ଆସି ମୁମ୍ବାଇର ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ବାସଭବନ ବାହାରେ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଗ୍ୟାଙ୍ଗ ପାନଭେଲରେ ଥିବା ତାଙ୍କ ଫାର୍ମହାଉସ ନିକଟରେ ସଲମାନ ଖାନଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏହି ଗ୍ୟାଙ୍ଗ ବିଦେଶରୁ ଅସ୍ତ୍ରଶସ୍ତ୍ର ଆଣିବାକୁ ଯୋଜନା କରିଥିଲା।

ତଦନ୍ତରୁ ଜଣାପଡିଛି ଯେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ଭଳି ସଲମାନଙ୍କୁ ମଧ୍ୟ ହତ୍ୟା କରିବାକୁ ଯୋଜନା ହୋଇଥିଲା। ଏହି ଗ୍ୟାଙ୍ଗ ଅଭିନେତାଙ୍କୁ ତୁର୍କୀରେ ନିର୍ମିତ ଜିଗାନା ପିସ୍ତଲ ସହିତ ହତ୍ୟା କରିବାକୁ ଚାହୁଁଥିଲା, ଯାହାକୁ ୨୦୨୨ ମସିହାରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା କରିବାରେ ବ୍ୟବହୃତ ହୋଇଥିଲା।

ଜଣେ ଅଭିଯୁକ୍ତ ପଚରାଉଚରା ବେଳେ ପ୍ରକାଶ କରିଥିଲେ ଯେ ଅଭିନେତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟାଇବା ପାଇଁ ସେ ଏମ୍‌୧୬, ଏକେ-୪୭ ଏବଂ ଏକେ-୯୨ ରାଇଫଲ କିଣିବା ପାଇଁ ପାକିସ୍ତାନର ଜଣେ ଅସ୍ତ୍ର ବିକ୍ରେତାଙ୍କ ସହ ଯୋଗାଯୋଗରେ ଥିଲେ।

ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣାରେ ଲରେନ୍ସ ଏବଂ ତାଙ୍କ ସାନଭାଇ ଅନମୋଲଙ୍କ ସମେତ ୧୭ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଲରେନ୍ସ ବର୍ତ୍ତମାନ ଅହମ୍ମଦାବାଦର ସାବରମତି ଜେଲରେ।

Sidhu Moose Wala Bollywood Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe