'ମୋ ପୁଅ କ୍ରସ୍‌ ବ୍ରିଡ୍‌, ନା ସେ ସିଂହ ନା ସେ ବାଘ, ସେ ହେଉଛି ଲାଇଗର୍‌'

ମୁମ୍ବାଇ: ମୋ ପୁଅ ବାଘ ଓ ସିଂହର ଛୁଆ। ସେ କ୍ରସ୍‌ ବ୍ରିଡ୍‌। ନା ସେ ସିଂହ ନା ସେ ବାଘ, ସେ ହେଉଛି ଲାଇଗର। ଏଭଳି କିଛି ଦମ୍‌ଦାର ଡାଏଲଗ୍‌ ସହ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଇଗର’ର ଟ୍ରେଲର। ଏହି ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା। ଆକ୍ସନ, ଡ୍ରାମା, ରୋମାନ୍ସରେ ଭରପୁର ଫିଲ୍ମ ‘ଲାଇଗର’ର ଟ୍ରେଲର। ୨.୦୨ ମିନିଟ୍‌ର ଏହି ଟ୍ରେଲରରେ ଅଧିକ ଡାଏଲଗ୍‌ ଶୁଣିବାକୁ […]

Vijay Debarkonda

Madhupriya Mistry
  • Published: Thursday, 21 July 2022
  • , Updated: 21 July 2022, 02:42 PM IST

ମୁମ୍ବାଇ: ମୋ ପୁଅ ବାଘ ଓ ସିଂହର ଛୁଆ। ସେ କ୍ରସ୍‌ ବ୍ରିଡ୍‌। ନା ସେ ସିଂହ ନା ସେ ବାଘ, ସେ ହେଉଛି ଲାଇଗର। ଏଭଳି କିଛି ଦମ୍‌ଦାର ଡାଏଲଗ୍‌ ସହ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ 'ଲାଇଗର'ର ଟ୍ରେଲର। ଏହି ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା।

ଆକ୍ସନ, ଡ୍ରାମା, ରୋମାନ୍ସରେ ଭରପୁର ଫିଲ୍ମ 'ଲାଇଗର'ର ଟ୍ରେଲର। ୨.୦୨ ମିନିଟ୍‌ର ଏହି ଟ୍ରେଲରରେ ଅଧିକ ଡାଏଲଗ୍‌ ଶୁଣିବାକୁ ମିଳିନି କିନ୍ତୁ ଜବରଦସ୍ତ ଆକ୍ସନ ସିକ୍ୱେନ୍ସ ଓ ବିଜୟ ଦେବରକୋଣ୍ଡାଙ୍କର ଜୋରଦାର ଆକ୍ସନ କିନ୍ତୁ ଲୋକଙ୍କୁ ପାଗଳ କରିଛି। ଟ୍ରେଲରଟି ରିଲିଜ ହେବାର କିଛି ସମୟ ମଧ୍ୟରେ ହିଁ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ବିଜୟଙ୍କ ସ୍ୱାଗ୍‌ ଆଉ ଷ୍ଟାଇଲ୍‌ ସମସ୍ତଙ୍କୁ ମତୁଆଲା କରୁଛି। ଏହି ଟ୍ରେଲରରେ ସେ ଖନେଇ ଖନେଇ ଦୁଇରୁ ୩ଟି ଡାଏଲଗ କହିଛନ୍ତି, ବାସ୍‌ ସେତିକିରେ ତାଙ୍କ ଉପରେ ଫିଦା ହୋଇଯାଇଛନ୍ତି ସମସ୍ତେ। ଏଥିରେ ବିଜୟଙ୍କ ମା' ଭୂମିକାରେ ବାହୁବଳୀ ଫେମ୍‌ ରାମ୍ୟା କୃଷ୍ଣନ ଅଛନ୍ତି। ତାଙ୍କୁ ମଧ୍ୟ ଏଥିରେ ବେଶ୍‌ ଆଗ୍ରେସିଭ୍‌ ଭୂମିକାରେ ଦେଖିବାକୁ ମିଳିଛି। ସେ ବିଜୟଙ୍କୁ ବାଘ ଓ ସିଂହର ମିଶ୍ରଣ ବୋଲି କହିଛନ୍ତି।

'ଲାଇଗର' ଟ୍ରେଲରକୁ ଦୁଇଟି ସହରରେ ବଡ ଧରଣରେ ଲଞ୍ଚ କରାଯିବ। ଗୋଟିଏ ଇଭେଣ୍ଟ ହାଇଦ୍ରାବଦରେ ରଖାଯାଇଥିବା ବେଳେ ଅନ୍ୟଟି ମୁମ୍ବାଇରେ ଆୟୋଜିତ ହୋଇଛି। ଏହି ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅଭିନେତା ରଣବୀର ସିଂହ ସ୍ପେଶାଲ ଗେଷ୍ଟ ରୂପେ ଯୋଗ ଦେବେ।

'ଲାଇଗର' ଏକ ସ୍ପୋର୍ଟସ୍‌ ଡ୍ରାମା ଓ ଆକ୍ସନ ଫିଲ୍ମ ଅଟେ। ଏହାକୁ ପୁରୀ ଜଗନ୍ନାଥ ନର୍ଦ୍ଦେଶାନା ଦେଇଛନ୍ତି। କରଣ ଜୋହର, ଚାର୍ମି କୌର ଓ ପୁରୀ ଜଗନ୍ନାଥ ମିଶି ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି। ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ଅପୋଜିଟରେ ଅନନ୍ୟା ପାଣ୍ଡେ ଅଛନ୍ତି। କେବଳ ସେତିକି ନୁହେଁ ଏଥିରେ ଆମେରିକାନ୍‌ ବକ୍ସର୍‌ ମାଇକ ଟାଇସନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ତାଙ୍କର ଏଥିରେ କେମିଓ ରୋଲ ରହିଛି। ଏହି ଫିଲ୍ମ ଜରିଆରେ ସେ ଭାରତୀୟ ସିନେମା ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ରୋନିତ ରୟ ଅଛନ୍ତି। ଆସନ୍ତ ଅଗଷ୍ଟ ୨୫ରେ ଫିଲ୍ମଟି ପରଦାକୁ ଆସିବ।

https://youtu.be/TgcruVx0dNM

Related story