Advertisment

୬୦ କୋଟିର ଠକେଇ: ଶିଳ୍ପା ଶେଟ୍ଟୀ ଓ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାଁରେ ଲୁକ ଆଉଟ ନୋଟିସ

୬୦ କୋଟି ଟଙ୍କାର ଠକେଇ ମାମଲାରେ ଶିଳ୍ପା ଓ ରାଜଙ୍କ ନାଁରେ ମୁମ୍ବାଇ ପୁଲିସ୍‌ ଲୁକ ଆଉଟ ନୋଟିସ ଜାରି କରିଛି।

Raj

Raj

Advertisment

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିଛି। ୬୦ କୋଟି ଟଙ୍କାର ଠକେଇ ମାମଲାରେ ଶିଳ୍ପା ଓ ରାଜଙ୍କ ନାଁରେ ମୁମ୍ବାଇ ପୁଲିସ୍‌ ଲୁକ ଆଉଟ ନୋଟିସ ଜାରି କରିଛି। ଏହି ସେଲେବ୍ରିଟି ଦମ୍ପତି ଜଣେ ବ୍ୟବସାଙ୍କୁ ୬୦ କୋଟି ଟଙ୍କାର ଚୂନ ଲଗାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବନ୍ଦ ହୋଇ ସାରିଥିବା ଦମ୍ପତିଙ୍କ ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିଃ ସହ ଗୋଟିଏ ପୁଞ୍ଜି ନିବେଶ ବୁଝାମଣା ଜରିଆରେ ଏପରି ଠକେଇ ହୋଇଥିବା କୁହାଯାଉଛି।

Advertisment

ଆର୍ଥିକ ଅପରାଧିକ ୱିଙ୍ଗ (EOW) ସୂତ୍ରରେ କୁହାଯାଇଛି ଯେ ଏବେ ପୁଲିସ୍‌ ୬୦ କୋଟିର ଠକେଇ ମାମଲାରେ ଶିଳ୍ପା ଓ ରାଜଙ୍କ ଯାତ୍ରା ବିବରଣୀକୁ ଯାଞ୍ଚ କରୁଛି। କମ୍ପାନୀର ଅଡିଟରଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ କରାଯାଇଛି। 

ବ୍ୟବସାୟୀ ଦୀପକ କୋଠାରୀ ଅଭିଯୋଗ କରିଛନ୍ତି ଯେ ୨୦୧୫ରୁ ୨୦୨୩ ମଧ୍ୟରେ ଶିଳ୍ପା ଓ ରାଜ ତାଙ୍କ ଠାରୁ ବ୍ୟବସାୟ ସଂପ୍ରସାରଣ ପାଇଁ ୬୦ କୋଟି ଟଙ୍କା ନେଇଥିଲେ। କିନ୍ତୁ ଏହାକୁ ସେମାନେ ବ୍ୟବସାୟ ବଦଳରେ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିଲେ। ପ୍ରଥମେ ଏହାକୁ ସେମାନେ ଋଣ ଆକାରରେ ଶ୍ରୀ କୋଠାରୀଙ୍କୁ ଠାରୁ ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ କମ୍ପାନୀରେ ନିବେଶ ଭାବେ ଦର୍ଶାଇଥିଲେ।

Advertisment

ଋଣ ନେବା ବେଳେ ଶିଳ୍ପା ଓ ରାଜ ମିଳିତ ଭାବେ କୋଠାରୀଙ୍କୁ କହିଥିଲେ ଯେ ଗୋଟିଏ ସୀମିତ ସମୟ ମଧ୍ୟରେ ୧୨% ସୁଧ ସହ ତାଙ୍କୁ ସେମାନେ ଟଙ୍କା ଫେରସ୍ତ କରିବେ। ଏପରି କି ୨୦୧୬ ଏପ୍ରିଲ ମାସରେ ଶିଳ୍ପା ଶେଟ୍ଟୀ ଲିଖିତ ଭାବେ ଟଙ୍କା ଫେରସ୍ତର ଗ୍ୟାରେଣ୍ଟୀ ଦେଇଥିଲେ। କିନ୍ତୁ କିଛି ମାସ ପରେ କମ୍ପାନୀର ନିର୍ଦ୍ଦେଶକ ପଦରୁ ଶିଳ୍ପା ଇସ୍ତଫା ଦେଇଥିଲେ।

ବ୍ୟବସାୟୀ ଜଣଙ୍କ ଦାବି କରିଛନ୍ତି ଯେ ପରବର୍ତ୍ତୀ ସମୟରେ କମ୍ପାନୀ ବିରୋଧରେ ୧.୨୮ କୋଟିର ଗୋଟିଏ ଦେବାଳିଆ ମାମଲା ଚାଲିଥିବା ସେ ଜାଣିବାକୁ ପାଇଥିଲେ। କିନ୍ତୁ ଏ ସମ୍ପର୍କରେ ତାଙ୍କୁ ଆଗୁଆ କୁହାଯାଇ ନଥିଲା। ଏନେଇ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ବ୍ୟବସାୟୀ କୋଠାରୀ ଏପରି ଅଭିଯୋଗ ଆଣିଥିବା ବେଳେ ଶିଳ୍ପା ଓ ରାଜ ଏହାକୁ ଖଣ୍ଡନ କରିଛନ୍ତି। ସେମାନଙ୍କ ଛବିକୁ ମଳିନ କରିବା ପାଇଁ ବ୍ୟବସାୟୀ ଜଣଙ୍କ ଏପରି ଅଭିଯୋଗ ଆଣିଥିବା ଉଭୟ କହିଛନ୍ତି। ତଥାପି ଶିଳ୍ପା ଓ ରାଜଙ୍କ ବିରୋଧରେ ମୁମ୍ବାଇ ପୁଲିସ୍‌ ଲୁକ ଆଉଟ ସର୍କୁଲାର ଜାରି କରିଛି।

Mumbai Police Shilpa Shetty Raj Kundra Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe