Advertisment

ମାଧବନଙ୍କ ପୁଅ ଜିତିଲେ ୭ଟି ପଦକ

ମୁମ୍ବାଇ: ବଲିଉଡ୍ ଅଭିନେତା ଆର୍‌ ମାଧବନଙ୍କ ପୁଅ ବେଦାନ୍ତ ୭ଟି ପଦକ ଜିତିଛନ୍ତି। ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଜୁନିଅର ନ୍ୟାଶ୍‌ନାଲ୍ ଆକ୍ୱାଟିକ୍ ଚାମ୍ପିଅନ୍‌ଶିପ୍‌ରେ ସେ ସ୍ୱିମିଂରେ ମହାରାଷ୍ଟ୍ର ତରଫରୁ ଭାଗ ନେଇ ଏହି ସବୁ ପଦକ ଜିତିଛନ୍ତି। ସ୍ପୋର୍ଟସ୍‌ ୱେବ୍‌ସାଇଟି ଦି ବ୍ରିଜ୍‌ର ରିପୋର୍ଟ ଅନୁଯାୟୀ, ବେଦାନ୍ତ ଜିତିଥିବା ୭ଟି ପଦକ ମଧ୍ୟରୁ ୪ଟି ରୌପ୍ୟ ହୋଇଥିବା ବେଳେ ୩ଟି ବ୍ରୋଞ୍ଜ। ସେ ୮୦୦ ମିଟର ଫ୍ରୀଷ୍ଟାଇଲ୍‌, ୧୫୦୦ ମିଟର ଫ୍ରୀଷ୍ଟାଇଲ୍‌, ୪ ଗୁଣା ୧୦୦ ଫ୍ରୀଷ୍ଟାଇଲ୍‌ […]

ଅଦ୍ୟତନ ହୋଇଛି
ମାଧବନଙ୍କ ପୁଅ ଜିତିଲେ ୭ଟି ପଦକ

R Madhavan & his son

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ଆର୍‌ ମାଧବନଙ୍କ ପୁଅ ବେଦାନ୍ତ ୭ଟି ପଦକ ଜିତିଛନ୍ତି। ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଜୁନିଅର ନ୍ୟାଶ୍‌ନାଲ୍ ଆକ୍ୱାଟିକ୍ ଚାମ୍ପିଅନ୍‌ଶିପ୍‌ରେ ସେ ସ୍ୱିମିଂରେ ମହାରାଷ୍ଟ୍ର ତରଫରୁ ଭାଗ ନେଇ ଏହି ସବୁ ପଦକ ଜିତିଛନ୍ତି।

Advertisment

ସ୍ପୋର୍ଟସ୍‌ ୱେବ୍‌ସାଇଟି ଦି ବ୍ରିଜ୍‌ର ରିପୋର୍ଟ ଅନୁଯାୟୀ, ବେଦାନ୍ତ ଜିତିଥିବା ୭ଟି ପଦକ ମଧ୍ୟରୁ ୪ଟି ରୌପ୍ୟ ହୋଇଥିବା ବେଳେ ୩ଟି ବ୍ରୋଞ୍ଜ। ସେ ୮୦୦ ମିଟର ଫ୍ରୀଷ୍ଟାଇଲ୍‌, ୧୫୦୦ ମିଟର ଫ୍ରୀଷ୍ଟାଇଲ୍‌, ୪ ଗୁଣା ୧୦୦ ଫ୍ରୀଷ୍ଟାଇଲ୍‌ ରିଲେ ଓ ୪ ଗୁଣା ୨୦୦ ରିଲେରେ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୧୦୦ ମିଟର ଫ୍ରୀଷ୍ଟାଇଲ୍, ୨୦୦ ମିଟର ଫ୍ରୀଷ୍ଟାଇଲ ଓ ୪୦୦ ମିଟର ଫ୍ରୀଷ୍ଟାଇଲ୍ ସ୍ୱିମିଂରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପୁଅ ବେଦାନ୍ତକୁ ସବୁବେଳେ ଉତ୍ସାହିତ କରି ଆସିଥିବା ମାଧବନ ତାଙ୍କର ଏହି ସଫଳରେ ବହୁତ ଖୁସି ଅଛନ୍ତି। ସେ ଅନେକ ସମୟରେ ପୁଅର ଖେଳରେ ଅଂଶ ଗ୍ରହଣ କରିବା ଫଟୋ ସୋଶାଲ୍ ମିଡିଆରେ ପୋଷ୍ଟ କରନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe