Advertisment

ଆଖି ବୁଜିଲେ ମାଧୁରୀଙ୍କ ମା’

ମା’ଙ୍କ ମୃତ୍ୟୁକୁ ନେଇ ମାଧୁରୀଙ୍କୁ ଶକ୍ତ ଝଟ୍‌କା ଲାଗିଛି।

author-image
Madhupriya Mistry
Madhuri Dixit with his Mother

Madhuri Dixit with his Mother

ଆଖି ବୁଜିଲେ ବଲିଉଡର ଧକ୍ ଧକ୍ ଗାର୍ଲ ତଥା ମାଧୁରୀ ଦୀକ୍ଷିତଙ୍କ ମା’ ସ୍ନେହଲତା ଦୀକ୍ଷିତ । ଆଜି ସକାଳୁ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମାଧୁରୀ ଏବଂ ତାଙ୍କ ସ୍ୱାମୀ ଶ୍ରୀରାମ ନେନେ ଏନେଇ ସୂଚନା ଦେଇଛନ୍ତି।

Advertisment

ମାଧୁରୀଙ୍କ ମା’ ସ୍ନେହଲତା ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ଜଣାପଡି ନାହିଁ। ମୁମ୍ବାଇର ୱର୍ଲିର ବୈକୁଣ୍ଠ ଧାମରେ ଅପରାହ୍ଣରେ ସ୍ନେହଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। 

ସେପଟେ ମା’ଙ୍କ ମୃତ୍ୟୁକୁ ନେଇ ମାଧୁରୀଙ୍କୁ ଶକ୍ତ ଝଟ୍‌କା ଲାଗିଛି। ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ମାଧୁରୀ ଦୀକ୍ଷିତ ତାଙ୍କ ମାଙ୍କ ସହ ଅତି ନିକଟତର ଥିଲେ। କ୍ୟାରିୟର ଆରମ୍ଭରେ, ମାଧୁରୀ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ମା’ ସହିତ ରହୁଥିଲେ। ସେ ସେହି ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ ଏବେ ଭାବୁକ ହୋଇପଡିଛନ୍ତି।

Advertisment

ଗତବର୍ଷ ମାଧୁରୀ ତାଙ୍କ ମା’ଙ୍କ ୯୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଅଭିନେତ୍ରୀ ତାଙ୍କ ମା’ଙ୍କ ଏକ ଫଟୋ ଶେଆର କରି ହୃଦୟସ୍ପର୍ଶୀ କ୍ୟାପସନ ମଧ୍ୟ ଲେଖିଥିଲେ। ସେ କ୍ୟାପସନ୍‌ରେ, ‘ହାପି ବାର୍ଥ ଡେ’ ମା’। କୁହାଯାଏ  ଝିଅର ଘନିଷ୍ଠ ବନ୍ଧୁ ହେଉଛି ତା’ ମା’, ଏହା ପୂରାପୁରି ସତ  ଆପଣ ଯାହା ବି ମୋ ପାଇଁ କରିଛନ୍ତି, ଆପଣ ଯାହା ବି ମୋତେ ଶିଖାଇଛନ୍ତି, ତାହା ମୋ ପାଇଁ ସବୁଠୁ ବଡ଼ ଉପହାର।’ 

Bollywood News Bollywood Madhuri Dixit