Advertisment

Pankaj Dheer: ଆଉ ନାହାନ୍ତି ମହାଭାରତର କର୍ଣ୍ଣ ପଙ୍କଜ ଧୀର

ପଙ୍କଜ ଧୀର କିଛି ସମୟ ହେଲା କ୍ୟାନସର ସହ ଲଢ଼େଇ କରୁଥିଲେ। କିନ୍ତୁ କିଛି ମାସ ହେବ ଏହି ରୋଗ ବଢ଼ି ଯାଇଥିଲା। ଫଳରେ ପଙ୍କଜ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ ତାଙ୍କର କିଛି ସର୍ଜରୀ ମଧ୍ୟ ହୋଇଥିଲା। ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ପଙ୍କଚ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

author-image
Hemant Lenka
Pankaj-Dheer

ପଙ୍କଜ ଧୀର (ଫାଇଲ ଫଟୋ)

ବରିଷ୍ଠ ଅଭିନେତା ପଙ୍କଜ ଧୀର ଆଉ ନାହାନ୍ତି। ବିଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ନଜର ଆସିଥିବା ପଙ୍କଜ ଧୀରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ମହାଭାରତ ବ୍ୟତୀତ ଅନେକ ବଲିଉଡ(Bollywood) ଫିଲ୍ମରେ ଅଭିନୟ କରିଥିଲେ ପଙ୍କଜ ଧୀର। 

Advertisment

ତାଙ୍କ ଦେହାନ୍ତ ଖବରକୁ ତାଙ୍କ ପୁରୁଣା ବନ୍ଧୁ, ସହକର୍ମୀ ତଥା ସିଆଇଏନଟିଏଏ ସଦସ୍ୟ ଅମିତ ବେହଲ ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ପଙ୍କଜ ଧୀର କିଛି ସମୟ ହେଲା କ୍ୟାନସର ସହ ଲଢ଼େଇ କରୁଥିଲେ। କିନ୍ତୁ କିଛି ମାସ ହେବ ଏହି ରୋଗ ବଢ଼ି ଯାଇଥିଲା। ଫଳରେ ପଙ୍କଜ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।

ଏଥିପାଇଁ ତାଙ୍କର କିଛି ସର୍ଜରୀ ମଧ୍ୟ ହୋଇଥିଲା। ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ପଙ୍କଚ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଆଜି ଅପରାହ୍ନ ୪.୩୦ରେ ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। 

Advertisment

ପଙ୍କଜ ଧୀର ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରି ଘରେଘରେ ପରିଚୟ ହାସଲ କରିଥିଲେ। ଏହାବାଦ ସନମ ବେୱାଫା, ବାଦଶାହ, ତାରଜନ ଭଳି ସିନେମାରେ ସେ ନଜର ଆସିଥିଲେ। ଚନ୍ଦ୍ରକାନ୍ତ ଓ ଶଶୁରାଲ ସିମର କା ଭଳି ଟିଭ ଶୋ’ରେ ମଧ୍ୟ ସେ ଅଭିନୟ କରିଥିଲେ। ମାଇଁ ଫାଦର ଗ୍ରାଣ୍ଡଫାଦରେ ସେ ନିଜ ନିର୍ଦ୍ଦେଶନାର ଦକ୍ଷତା ପ୍ରଦର୍ଶନ କରିଥିଲେ। ଅଭିନୟ ଆକ୍ଟିଂ ଏକାଡେମୀ ପ୍ରତିଷ୍ଠା କରି ସେ ଯୁବପିଢ଼ିଙ୍କୁ ଅଭିନୟ ଶିଖାଉଥିଲେ।

ମୁମ୍ବାଇରେ ପଙ୍କଜ ତାଙ୍କ ପତ୍ନୀ ଅନୀତା ଓ ପୁଅ ତଥା ଅଭିନେତା ନିକିତିନ ଧୀରଙ୍କ ସହ ରହୁଥିଲେ। ଏବେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ତାଙ୍କ ବିୟୋଗ ପୂରା ସିନେମା ଇଣ୍ଡଷ୍ଟ୍ରୀରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ତାଙ୍କ ଦେହାନ୍ତ ଖବରରେ ଅନେକ ବରିଷ୍ଠ କଳାକାର ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। 

Bollywood