Advertisment

ସଲମାନ ଖାନଙ୍କ ଘରେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମୁଖ୍ୟମନ୍ତ୍ରୀ ସିନ୍ଦେ ଆଜି ସଲମାନଙ୍କ ଘରେ ପହଞ୍ଚି ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି।

salman Khan

salman Khan

Advertisment

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ତାଙ୍କ ଘରକୁ ଯାଇ ଭେଟିଛନ୍ତି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଦୁଇ ଦିନ ତଳେ ସଲମାନଙ୍କ ବାନ୍ଦ୍ରା ସ୍ଥିତି ବାସଭବନ ବାହାରେ ୨ ଜଣ ବ୍ୟକ୍ତି ୫ ରାଉଣ୍ତ ଗୁଳି ମାଡ଼ କରିଥିଲେ।

Advertisment

ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ସଲମାନଙ୍କ ସୁରକ୍ଷା ବଢ଼ାଇଥିଲେ ସରକାର। ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ସିନ୍ଦେ ଆଜି ସଲମାନଙ୍କ ଘରେ ପହଞ୍ଚି ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି।

ମୁଖ୍ୟମନ୍ତ୍ରୀ ସିନ୍ଦେ ଅଭିନେତାଙ୍କ ଘରକୁ ଯିବାର ଥିବାରୁ ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହାପରେ ସିନ୍ଦେ ପହଞ୍ଚି ବେଶ କିଛି ସମୟ ସଲମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଯେଉଁଥିଲେ ସଲମାନ ବିନ୍ଦାସ ମିଜାଜରେ ସିନ୍ଦେଙ୍କ ସହ ହସିହସି କଥା ହେଉଥିବା ଦେଖିବାକୁ ମିଳିଛି। ସିନ୍ଦେ ମଧ୍ୟ ସଲମାନଙ୍କୁ କୁଣ୍ଢାଇ ଧରିବାର ଭିଡିଓ ଆସିଛି।

ରବିବାର ଭୋର ୫ଟାରେ ୨ ଜଣ ବ୍ୟକ୍ତି ଗୋଟିଏ ବାଇକରେ ସଲମାନଙ୍କ ବାନ୍ଦ୍ରା ସ୍ଥିତ ଗାଲେକ୍ସି ଆପାର୍ଟମେଣ୍ଟ ବାହାରେ ପହଞ୍ଚିଥିଲେ। ଏହାପରେ ସେମାନେ ସଲମାନଙ୍କ ଘରକୁ ଟାର୍ଗେଟ କରି ୫ ରାଉଣ୍ତ ଗୁଳି ଚଳାଇଥିଲେ।

ସେମାନଙ୍କୁ ପୁଲିସ ଆଜି ଗୁଜରାଟରୁ ଗିରଫ କରିଛି। ଗିରଫ ଦ୍ୱୟ ହେଉଛନ୍ତି ବିକି ସାହାବ ଗୁପ୍ତା ଏବଂ ସାଗର ଶ୍ରୀଜୋଗେନ୍ଦର। ଏମାନଙ୍କ ଘର ବିହାରରେ। ଅଭିଯୁକ୍ତମାନେ ଗୁଜରାଟର ଏକ ମନ୍ଦିରରେ ଲୁଚିଥିବା ବେଳେ ପୁଲିସ ସର୍ଚ୍ଚ ଅପରେସନ କରି ସେମାନଙ୍କୁ ଗିରଫ କରିଛି।

ଏହି ଦୁଇ ଅଭିଯୁକ୍ତ ତିହାର ଜେଲରେ ଥିବା ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ପୁଲିସ ସୂତ୍ରରୁ ଜାଣିବାକୁ ପାଇଛି। ଗ୍ୟାଙ୍ଗ୍ ଷ୍ଟର୍ ଲୋରେନ୍ସ ବିଷ୍ଣୋଇ ଦୀର୍ଘଦିନ ହେବ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଆସୁଛି। ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।

ଘଟଣା ଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ସିନ୍ଦେ ଫୋନ ଯୋଗେ ସଲମାନଙ୍କ ସହ କଥା ହୋଇଥିଲେ। ସେହିପରି ସେ ମୁମ୍ବାଇ ପୁଲିସ କମିଶନରଙ୍କ ସହ କଥା ହୋଇ ସଲମାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ କହିଥିଲେ।

୨୦୨୨ ନଭେମ୍ବର ମାସରୁ ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ଧମକ ମିଳି ଚାଲିଛି। ଏଥିପାଇଁ ସରକାର ସଲମାନଙ୍କୁ ୱାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି। ସଲମାନଙ୍କୁ ମଧ୍ୟ ବନ୍ଧୁକ ଲାଇସେନ୍ସ ମିଳିଛି।

Salman Khan Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe