Advertisment

ଶାହରୁଖଙ୍କୁ ହତ୍ୟା ଧମକ, ସୁରକ୍ଷା ବଢ଼ାଇଲେ ସରକାର

‘ପଠାନ’ ଓ ‘ଯବାନ’ର ସଫଳତା ପରେ ଶାହରୁଖ ଖାନଙ୍କୁ ହତ୍ୟା ଧମକ ମିଳିଛି।

Shahrukh Khan

Shahrukh Khan

Advertisment

ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ ମିଳିଛି ହତ୍ୟା ଧମକ। ସେଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ତାଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

Advertisment

ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ପୁଲିସ ଆଇଜି (ଭିଆଇପି ସୁରକ୍ଷା) ଶାହରୁଖଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି। ଏଥିପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ, ତାହା ଶାହରୁଖ ପ୍ରଦାନ କରିବେ। ସେ ରାଜ୍ୟ ସରକାରଙ୍କୁ ଏହି ଅର୍ଥ ଦେବେ।

‘ପଠାନ’ ଓ ‘ଯବାନ’ର ସଫଳତା ପରେ ଶାହରୁଖ ଖାନଙ୍କୁ ହତ୍ୟା ଧମକ ମିଳିଛି। ‘ଯବାନ’ ସାରା ବିଶ୍ୱରେ ୧୧୦୩.୨୭ କୋଟି ଟଙ୍କା ଆୟ କରିଛି। ଭାରତରେ ଏହା ୭୩୩.୩୭ କୋଟି ଟଙ୍କା ଆୟ କରିଥିବା ବେଳେ ବିଦେଶରେ ୩୬୯.୯୦ କୋଟି ଟଙ୍କା ଆୟ କରିଛି।

Advertisment

ଗତ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍ ହୋଇଥିଲା ‘ଯବାନ’। ଅଟଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହୋଇଥିଲା।

Shah Rukh Khan Death Threat Y Plus Security
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe