ଚାଲିଗଲେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ବାପା

ହାଇଦ୍ରାବାଦ: ଦୁଇ ମାସ ତଳେ ମା’ଙ୍କୁ ହରାଇଥିଲେ ଏବେ ଚାଲିଗଲେ ବାପା। ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ବାପା କୃଷ୍ଣାଙ୍କ ଦେହାନ୍ତ ହୋଇଛି। ରବିବାର ହୃଦଘାତର ଶିକାର ହେବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପାଇ ପୂରା ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ, […]

mahesh-babu-father

mahesh-babu-father

Madhupriya Mistry
  • Published: Tuesday, 15 November 2022
  • , Updated: 15 November 2022, 10:15 AM IST

ହାଇଦ୍ରାବାଦ: ଦୁଇ ମାସ ତଳେ ମା’ଙ୍କୁ ହରାଇଥିଲେ ଏବେ ଚାଲିଗଲେ ବାପା। ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ବାପା କୃଷ୍ଣାଙ୍କ ଦେହାନ୍ତ ହୋଇଛି। ରବିବାର ହୃଦଘାତର ଶିକାର ହେବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପାଇ ପୂରା ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

Veteran actor Krishna, Mahesh Babu's father, dies at 80 - Hindustan Times

ସୂଚନା ମୁତାବକ, ରବିବାର ରାତିରେ ହୃଦଘାତର ଶିକାର ହୋଇଥିଲେ ଅଭିନେତା କୃଷ୍ଣା। ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅଭିନେତା କୃଷ୍ଣାଙ୍କୁ ୨୦ ମିନିଟ୍ ଧରି ସିପିଆର ଦେଇଥିଲେ। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ମୁତାବକ, କୃଷ୍ଣାଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୮ରେ ମହେଶ ବାବୁଙ୍କ ମା’ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଥିଲା।

ଟଲିଉଡର ପ୍ରଥମ ସୁପରଷ୍ଟାର କୁହାଯାଉଥିବା କୃଷ୍ଣା ପ୍ରାୟ ୩୫୦ ତେଲୁଗୁ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଲୋକପ୍ରିୟ ପାଲଟିଥିଲେ। ତାଙ୍କ ସମୟରେ ସେ ସବୁଠାରୁ ଅଧିକ ଫିସ୍ ନେଉଥିବା ଅଭିନେତା ଥିଲେ। ୨୦୦୯ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।

କୃଷ୍ଣା ଟିଡିପି ନେତା ଜୟ ଗଲ୍ଲାଙ୍କ ଶ୍ୱଶୂର ମଧ୍ୟ ଥିଲେ। କିଛି ଦିନ ପାଇଁ ସେ ରାଜନୀତିରେ ବି ସକ୍ରିୟ ଥିଲେ। ସେ କଂଗ୍ରେସରେ ସାମିଲ ହୋଇଥିଲେ। ୧୯୮୦ରେ ସେ ସାଂସଦ ବନିଥିଲେ। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ ସେ ରାଜନୀତିରୁ ସନ୍ୟାସ ନେଇଥିଲେ।

Related story