Advertisment

ପୁଣି ଏକାଠି ହେବେ ଟାଇଗର୍‌-ପଠାନ୍

ଅପ୍‌କମିଂ ଫିଲ୍ମ ଟାଇଗର-୩ରେ ପଠାନ୍ ତଥା ଶାହରୁଖ ଖାନ୍‌ଙ୍କ ଏଣ୍ଟ୍ରି ହେବ।

author-image
Madhupriya Mistry
Salman Khan with Shahrukh Khan

Salman Khan with Shahrukh Khan

ପୁଣି ଏକାଠି ବଲିଉଡର ଦୁଇ ସୁପରଷ୍ଟାର୍ ଶାହରୁଖ ଖାନ୍ ଓ ସଲମାନ ଖାନ୍। ଗୋଟିଏ ପରଦାରେ ପୁଣି ନଜର ଆସିବେ ଟାଇଗର୍ ଓ ପଠାନ୍। ଏଥିପାଇଁ ଚାଲିଛି ଜୋରସୋର୍‌ରେ ପ୍ରସ୍ତୁତି।

Advertisment

ଅପ୍‌କମିଂ ଫିଲ୍ମ ଟାଇଗର-୩ରେ ପଠାନ୍ ତଥା ଶାହରୁଖ ଖାନ୍‌ଙ୍କ ଏଣ୍ଟ୍ରି ହେବ। ସଲମାନ ଖାନଙ୍କ ଅଭିନୀତ ଏହି ଫିଲ୍ମରେ କିଙ୍ଗ୍ ଖାନ୍ ଶାହରୁଖଙ୍କୁ ଦେଖିବାକୁ ମିଳିବ। ଉଭୟଙ୍କ ଆକ୍ସନ ଦୃଶ୍ୟ ପାଇଁ ଏକ ବିରାଟ ସେଟ ନିର୍ମାଣ କରାଯିବ। ଏହାକୁ ନିର୍ମାଣ କରିବାକୁ ୪୫ ଦିନ ଲାଗିବ। ନିର୍ଦ୍ଦେଶକ ମନୀଶ ଶର୍ମା ସଲମାନ ଏବଂ ଶାହରୁଖଙ୍କୁ ଏକାଠି ଆଣିବାକୁ ସମସ୍ତ ଚେଷ୍ଟା କରିଛନ୍ତି। ଯଦି ସବୁ କିଛି ଠିକ୍ ରୁହେ ତେବେ ଏହି ଦୁଇ ଷ୍ଟାର୍‌ଙ୍କୁ ପୁଣିଥରେ ଦର୍ଶକେ ଗୋଟିଏ ପରଦାରେ ଦେଖିବାକୁ ପାଇବେ। 

ଶାହରୁଖଙ୍କ କଥା ରଖି ସଲମାନ ‘ପଠାନ’ରେ ଅଭିନୟ କରିଥିଲେ। ଫିଲ୍ମରେ ଦୁହିଁଙ୍କ ଆକ୍ସନକୁ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଦୁହିଁଙ୍କୁ ଏକାଠି ଦେଖି ଫ୍ୟାନ୍‌ମାନେ ପାଗଳ ହୋଇଯାଇଥିଲେ । ଥିଏଟର୍‌ରେ ହଲଚଲ ସୃଷ୍ଟି ହୋଇଯାଇଥିଲା। 

Advertisment

ଏବେ ପୁଣି ଥରେ ଏହାର ପୁନରାବୃତ୍ତି ହେବାକୁ ଯାଉଛି। ସଲମାନଙ୍କ ପାଇଁ ଶାହରୁଖ ମଧ୍ୟ ‘ଟାଇଗର ୩’ରେ ଆକ୍ସନ କରିବାକୁ ରାଜି ଅଛନ୍ତି। ସଲମାନଙ୍କ ବ୍ୟତୀତ ‘ଟାଇଗର ୩’ରେ କାଟ୍ରିନା କୈଫ, ଇମ୍ରାନ ହାସମୀ ପ୍ରମୁଖ ଅଭିନୟ କରୁଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଶୁଟିଂ ଚାଲିଛି। ଖୁବଶୀଘ୍ର ଏହି ଫିଲ୍ମଟି ପରଦାକୁ ଆସିବ। 

Bollywood News Salman Khan Shah Rukh Khan