Advertisment

ଟେରାସରୁ ଡେଇଁ ପଡ଼ିଲେ ମଲାଇକା ଅରୋରାଙ୍କ ବାପା, ଚାଲିଗଲା ଜୀବନ

ଅନୀଲ ଅରୋରା ଆଜି ସକାଳେ ନିଜ ମୁମ୍ବାଇ ବାନ୍ଦ୍ରାସ୍ଥିତ ଫ୍ଲାଟ୍‌ର ଟେରାସରୁ ଡେଇଁ ପଡ଼ିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Malaika Arora with family

Malaika Arora with family

Advertisment

ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା ଅନୀଲ ଅରୋରା ଆତ୍ମହତ୍ୟା କରିଛନ୍ତି।  ଅନୀଲ ଅରୋରା ଆଜି ସକାଳେ ନିଜ ମୁମ୍ବାଇ ବାନ୍ଦ୍ରାସ୍ଥିତ ଫ୍ଲାଟ୍‌ର ଟେରାସରୁ ଡେଇଁ ପଡ଼ିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ଘଟଣା ପରେ ପୁଲିସ୍ ପହଞ୍ଚି ଯାଞ୍ଚ କରିବା ସହ ସିସିଟିଭି ଫୁଟେଜ୍ର ଖୋଳତାଡ଼ କରୁଛି। ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ତଦନ୍ତ କରାଯାଉଛି।

ଏହି ଘଟଣା ସମୟରେ ମଲାଇକା ପୁଣେରେ ଥିଲେ। ନିଜ ପିତାଙ୍କ ଦୁଃଖଦ ମୃତ୍ୟୁ ସମ୍ପର୍କରେ ସୂଚନା ପାଇ ସେ ମୁମ୍ବାଇ ଆସିଥିବା ଜଣାପଡ଼ିଛି।  ଏହି ଖବର ପ୍ରଚାରିତ ହେବା ପରେ ମଲାଇକାଙ୍କ ପୂର୍ବତନ  ସ୍ୱାମୀ ଅରବାଜ୍ ଖାନ୍ ଙ୍କ ସମେତ ବଲିଉଡର ଅନେକ କଳାକାର ତାଙ୍କ ଘରେ ପହଞ୍ଚିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ମଲାଇକାଙ୍କ ବାପା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଏହାକୁ ନେଇ ପାରିବାରିକ ଅଶାନ୍ତି ବି ଥିବା ଚର୍ଚ୍ଚା ହେଉଛି। ମଚାଣ୍ଟ ନେଭିରୁ ଅବସର ନେବା ପରେ ମୁମ୍ବାଇରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ ଅନୀଲ ଅରୋରା।

ମଲାଇକାଙ୍କ ପିତା ପଞ୍ଜାବୀ ହିନ୍ଦୁ ହୋଇଥିବା ବେଳେ ତାଙ୍କ ପରିବାର ସୀମା ନିକଟବର୍ତ୍ତୀ ଫାଜିଲ୍କା ଜିଲ୍ଲାର ବାସିନ୍ଦା ବୋଲି ଜଣାଯାଇଛି। ଅନୀଲ ଅରୋରା ମଲୟାଲି କ୍ରିଶ୍ଚିୟନଙ୍କୁ ବିବାହ କରିଥିଲେ।  ମାତ୍ର ଏହି ବିବାହ ବେଶି ଦିନ ତିଷ୍ଠି ନ ଥିଲା।

ମଲାଇକା ମାତ୍ର ୧୧ ବର୍ଷର ହୋଇଥିବା ବେଳେ ତାଙ୍କ ବାପାମା’ଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ସେତେବେଳେ ତାଙ୍କ ସାନ ଭଉଣୀ ଅମ୍ରିତା ଅରୋରା ମାତ୍ର ୬ ବର୍ଷର ହୋଇଥିଲେ। ଏହାପରେ ମଲୟାଲି ଏକୁଟିଆ ନିଜ ଦୁଇ ଝିଅଙ୍କ ଲାଳନପାଳନ କରିଥିଲେ। ନିଜ ଅଭିଭାବକଙ୍କ ବିଚ୍ଛେଦ ମଲାଇକାଙ୍କ ଉପରେ ଗଭୀର ମାନସିକ ପ୍ରଭାବ ପକାଇଥିବା ସେ କହିଥିଲେ।

Mumbai Malaika Arora
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe