ସଲମାନଙ୍କ ବ୍ରେସଲେଟ୍‌ ବେକରେ ପିନ୍ଧିଲେ ମଲାଇକା! ଟ୍ରୋଲ ହେଲେ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଚାର୍ମିଂ ଡିଭା ମଲାଇକା ଅରୋରା। ନିଜର ଫିଟ୍‌ନେସ୍‌ ଓ ଷ୍ଟାଇଲ୍‌ ସେନ୍ସକୁ ନେଇ ସବୁବ‌େଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଯେକୌଣସି କାର୍ଯ୍ୟକ୍ରମରେ ଭାଗ ନିଅନ୍ତି ସେଠାକାର ପୂରା ଲାଇମଲାଇଟ୍‌ ଲୁଟି ନିଅନ୍ତି। ନିକଟରେ ସେ ମିସ୍‌ ଇଣ୍ଡିଆ ୨୦୨୨ ଇଭେଣ୍ଟରେ ସାମିଲ ହୋଇଥିଲେ। ଏହି ଇଭେଣ୍ଟରେ ତାଙ୍କ ଲୁକ୍‌ ଆଉ ଅନ୍ଦାଜ ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା। ସୋଶାଲ ମିଡିଆରେ ତାଙ୍କ ଫଟୋ ଆଉ ଭିଡିଓ ଛାଇ ଯାଇଥିଲା। ତେବେ ତାଙ୍କ […]

Malaika arora

Madhupriya Mistry
  • Published: Monday, 04 July 2022
  • , Updated: 04 July 2022, 12:16 PM IST

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଚାର୍ମିଂ ଡିଭା ମଲାଇକା ଅରୋରା। ନିଜର ଫିଟ୍‌ନେସ୍‌ ଓ ଷ୍ଟାଇଲ୍‌ ସେନ୍ସକୁ ନେଇ ସବୁବ‌େଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଯେକୌଣସି କାର୍ଯ୍ୟକ୍ରମରେ ଭାଗ ନିଅନ୍ତି ସେଠାକାର ପୂରା ଲାଇମଲାଇଟ୍‌ ଲୁଟି ନିଅନ୍ତି। ନିକଟରେ ସେ ମିସ୍‌ ଇଣ୍ଡିଆ ୨୦୨୨ ଇଭେଣ୍ଟରେ ସାମିଲ ହୋଇଥିଲେ। ଏହି ଇଭେଣ୍ଟରେ ତାଙ୍କ ଲୁକ୍‌ ଆଉ ଅନ୍ଦାଜ ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା। ସୋଶାଲ ମିଡିଆରେ ତାଙ୍କ ଫଟୋ ଆଉ ଭିଡିଓ ଛାଇ ଯାଇଥିଲା। ତେବେ ତାଙ୍କ ଲୁକ୍‌କୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେତିକି ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି।

ମିସ୍‌ ଇଣ୍ଡିଆ ୨୦୨୨ ଇଭେଣ୍ଟରେ ମଲାଇକା ଏକ ଟ୍ରାନ୍ସପରାଣ୍ଟ ଗାଉନରେ ନଜର ଆସିଥିଲେ। କେବଳ ସେତିକି ନୁହେଁ ସେ ବେକରେ ଏକ ନେକ୍‌ଲେସ୍‌ ମଧ୍ୟ ପିନ୍ଧିଥିଲେ। ଏହି ନେକ୍‌ଲେସ୍‌ଟି ସଲମାନ ଖାନ୍‌ଙ୍କ ବ୍ରେସଲେଟ୍‌ ଭଳି ଦେଖାଯାଉଥିଲା, ଯାହାକୁ ଦବଙ୍ଗ ଖାନ୍‌ ସର୍ବଦା ହାତରେ ପିନ୍ଧିଥାଆନ୍ତି। ସେହି ବ୍ରେସ୍‌ଲେଟ୍‌ ଡିଜାଇନ୍‌ର ନେକ୍‌ଲେସ୍‌ ପିନ୍ଧି ମିସ୍‌ ଇଣ୍ଡିଆ ଇଭେଣ୍ଟକୁ ଯାଇଥିଲେ ମଲାଇକା। ଏହି ନେକ୍‌ଲେସ୍‌ ପାଇଁ ସେ ଏବେ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି।

ମଲାଇକାଙ୍କର ଏହି ବ୍ରେସ୍‌ଲେଟ୍‌କୁ ଦେଖିବ‌ା ପରେ ସୋସିଆଲ୍‌ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ୍‌ ସବୁ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ସଲ୍‌ମାନ ଖାନ୍‌ଙ୍କ ବ୍ରେସ୍‌ଲେଟ୍‌ ୟାଙ୍କ ବେକରେ କ’ଣ କରୁଛି? ଲାଗୁଛି ଭୁଲ୍‌ରେ ପିନ୍ଧି ଦେଇଛନ୍ତି।’ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ସଲ୍‌ମାନଙ୍କ ବ୍ରେସ୍‌ଲେଟ୍‌କୁ ବେକରେ ପିନ୍ଧି ଦେଇଛନ୍ତି।’

ତେବେ ମଲାଇକା କେବଳ ନିଜ ନେକ୍‌ଲେସ୍‌ ନୁହେଁ, ବରଂ ନିଜର ପତଳା ତଥା ଟ୍ରାନ୍ସପରାଣ୍ଟ ପୋଷାକକୁ ନେଇ ମଧ୍ୟ ଟ୍ରୋଲ୍‌ ହୋଇଛନ୍ତି। ଇଭେଣ୍ଟକୁ ସେ ଗୋଲ୍ଡେନ କଲର୍‌ର ଏକ ଟ୍ରାନ୍ସପରାଣ୍ଟ୍‌(ଜାଲି) ଡ୍ରେସ୍‌ ପିନ୍ଧି ଆସିଥିଲେ। ଏହି ଡ୍ରେସ ଭିତରୁ ତାଙ୍କର ଅଣ୍ଡର ଗାର୍‌ମେଣ୍ଟ ସ୍ପଷ୍ଟ ଭାବେ ନଜର ଆସୁଥିଲା। ଏହାକୁ ନେଇ ଅନେକ ୟୁଜର୍ସ ତାଙ୍କୁ ସମାଲୋଚନା କରିବା ସହ କେହି କେହି ନିନ୍ଦା ବି କରିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

Related story