Advertisment

ପୁଣି ମା' ହେବାକୁ ମନ!

ମୁମ୍ବାଇ: ମଲାଇକା ଅରୋରାଙ୍କ ଘରକୁ ଆସିବ ନୂଆ ଅତିଥି। ଏନେଇ ଆରମ୍ଭ ହୋଇଛି ସଜବାଜ। ପୁଣି ଥରେ ମା’ ହେବା ପାଇଁ ମନ କରିଛନ୍ତି ମଲାଇକା। ହେଲେ ଏଥର କିନ୍ତୁ ତାଙ୍କୁ ଆଉ ପୁଅ ଦରକାର ନାହିଁ, ତାଙ୍କୁ କୁଆଡେ ଏବେ ଝିଅ ଦରକାର। ଜଣେ କନ୍ୟା ସନ୍ତାନର ମା’ ହେବା ପାଇଁ ଇଚ୍ଛା ରଖିଛନ୍ତି ବଲିଉଡର ହଟ୍‌ ଆଣ୍ଡ ସିଜଲିଂ ଅଭିନେତ୍ରୀ ମଲାଇକା ଅରୋରା। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ବଲିଉଡର ସବୁଠାରୁ ଫିଟ୍‌ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପୁଣି ମା' ହେବାକୁ ମନ!

Malaika

ମୁମ୍ବାଇ: ମଲାଇକା ଅରୋରାଙ୍କ ଘରକୁ ଆସିବ ନୂଆ ଅତିଥି। ଏନେଇ ଆରମ୍ଭ ହୋଇଛି ସଜବାଜ। ପୁଣି ଥରେ ମା' ହେବା ପାଇଁ ମନ କରିଛନ୍ତି ମଲାଇକା। ହେଲେ ଏଥର କିନ୍ତୁ ତାଙ୍କୁ ଆଉ ପୁଅ ଦରକାର ନାହିଁ, ତାଙ୍କୁ କୁଆଡେ ଏବେ ଝିଅ ଦରକାର। ଜଣେ କନ୍ୟା ସନ୍ତାନର ମା' ହେବା ପାଇଁ ଇଚ୍ଛା ରଖିଛନ୍ତି ବଲିଉଡର ହଟ୍‌ ଆଣ୍ଡ ସିଜଲିଂ ଅଭିନେତ୍ରୀ ମଲାଇକା ଅରୋରା। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।

Advertisment

ବଲିଉଡର ସବୁଠାରୁ ଫିଟ୍‌ ଆଣ୍ଡ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ମଲାଇକା। ସ୍ୱାମୀ ଅରବାଜ ଖାନ୍‌ଙ୍କ ଠାରୁ ଅଲଗା ହେବା ପରେ ସେ ଏବେ ପୁଣି ଥରେ ମା' ହେବାକୁ ମନ କରିଛନ୍ତି। ସେ ଜଣେ କନ୍ୟା ସନ୍ତାନକୁ ଆଡପ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ନିକଟରେ ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ମଲାଇକା କହିଛନ୍ତି, ସେ ଜଣେ ଝିଅର ମା' ହେବା ପାଇଁ ଚାହୁଁଛନ୍ତି। ଏଥିପାଇଁ ସେ ତାଙ୍କ ପୁଅ ଅରହାନ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି। ମଲାଇକା ତାଙ୍କ ପୁଅ ଅରହାନଙ୍କୁ ବେଶ୍‌ ଭଲ ପାଆନ୍ତି।  ସେ ମଧ୍ୟ ଜଣେ ଭଉଣୀ ଚାହୁଁଥିବା ମଲାଇକା କହିଛନ୍ତି।

Advertisment

ମଲାଇକା ଆହୁରି କହିଛନ୍ତି, 'ତାଙ୍କର ଅନେକ ଘନିଷ୍ଠ ବନ୍ଧୁମାନେ ମଧ୍ୟ ଛୁଆ ଆଡପ୍ଟ କରିଛନ୍ତି।  ଏହା ଜାଣି ବେଶ ଖୁସି ଲାଗେ ଯେ ପିଲାମାନେ ଆପଣଙ୍କ ଜୀବନରେ ସୁଖ ଆଣିଥାନ୍ତି। ଆମେ କିପରି ଦିନେ ଏକ ଶିଶୁକୁ ଆଡପ୍ଟ କରି ଏବଂ ତାଙ୍କୁ ପରିବାର ଏବଂ ଘର ଦେଇପାରିବା, ସେନେଇ ମୁଁ ମୋ ପୁଅ ଅରହାନଙ୍କ ସହ ବହୁତ କଥାବାର୍ତ୍ତା କଲି। ଆମେ ସବୁ ବିଷୟରେ ଆଲୋଚନା କରିଥିଲୁ ​​କିନ୍ତୁ ବର୍ତ୍ତମାନ ଏବେ ସେ ଭଳି କିଛି ଯୋଜନା ନାହିଁ ବୋଲି ମଲାଇକା କହିଛନ୍ତି।'

ସୂଚନା ମୁତାବକ, ମଲାଇକା ଏବଂ ଅରବାଜ ଖାନ୍‌ଙ୍କ ୨୦୧୭ରେ ଛାଡପତ୍ର ହୋଇସାରିଛି। ଏବେ ମଲାଇକା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି। ଉଭୟଙ୍କୁ ପ୍ରାୟତଃ ପାର୍ଟି ଏବଂ ଫଙ୍କସନରେ ଏକାଠି ଦେଖିବାକୁ ମିଳେ। ସେ ଅର୍ଜୁନ କପୁରଙ୍କ ସହ ଦ୍ୱିତୀୟ ବିବାହ କରିବା ନେଇ ଚର୍ଚ୍ଚା ହେଉଛି।

Bollywood News