Advertisment

ଇଡି ଜାଲରେ ଫସିଲେ  ମାଲାୟଲମ ଅଭିନେତା

ନୂଆଦିଲ୍ଲୀ: ଇଡି ଜାଲରେ ଫସିଲେ  ମାଲାୟଲମ ଅଭିନେତା। ସାଉଥର ଜଣାଣୁଣା ଅଭିନେତା ତଥା  ପ୍ରଯୋଜକ ମୋହନଲାଲ୍‌ଙ୍କ ନାମରେ  ମନି ଲଣ୍ଡରିଂ ଅଭିଯୋଗ ଆସିଛି। ତାଙ୍କୁ ଇଡି ଜେରା କରିବା।  ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ସମନ କରାଯାଇଛି। ଆସନ୍ତା ସପ୍ତାହରେ କୋଚି ସ୍ଥିତି ଇଡି ଅଫିସ୍‌ରେ ହାଜର ହେବାକୁ ନୋଟିସ୍ କରିଛି। ପୁରାତନ ଦୁର୍ଲଭ ସାମଗ୍ରୀଗୁଡ଼ିକୁ ବେଆଇନ ଭାବେ ଚାଲାଣ କରୁଥିବା ଠକ ମନସୁନ ମାଭୁଙ୍କଲ ସହିତ ଲିଙ୍କ୍ ନେଇ ଇଡି ମୋହନଲାଲ୍‌ଙ୍କ ପଚରାଉଚରା କରିପାରେ। […]

author-image
Tapas Behera
ଇଡି ଜାଲରେ ଫସିଲେ  ମାଲାୟଲମ ଅଭିନେତା

mohanlal

ନୂଆଦିଲ୍ଲୀ: ଇଡି ଜାଲରେ ଫସିଲେ  ମାଲାୟଲମ ଅଭିନେତା। ସାଉଥର ଜଣାଣୁଣା ଅଭିନେତା ତଥା  ପ୍ରଯୋଜକ ମୋହନଲାଲ୍‌ଙ୍କ ନାମରେ  ମନି ଲଣ୍ଡରିଂ ଅଭିଯୋଗ ଆସିଛି। ତାଙ୍କୁ ଇଡି ଜେରା କରିବା।  ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ସମନ କରାଯାଇଛି। ଆସନ୍ତା ସପ୍ତାହରେ କୋଚି ସ୍ଥିତି ଇଡି ଅଫିସ୍‌ରେ ହାଜର ହେବାକୁ ନୋଟିସ୍ କରିଛି। ପୁରାତନ ଦୁର୍ଲଭ ସାମଗ୍ରୀଗୁଡ଼ିକୁ ବେଆଇନ ଭାବେ ଚାଲାଣ କରୁଥିବା ଠକ ମନସୁନ ମାଭୁଙ୍କଲ ସହିତ ଲିଙ୍କ୍ ନେଇ ଇଡି ମୋହନଲାଲ୍‌ଙ୍କ ପଚରାଉଚରା କରିପାରେ।

Advertisment

୧୦ କୋଟି ଟଙ୍କା ଟକେଇ ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ମାସରେ ମନସୁନକୁ ଗିରଫ କରିଥିଲା କେରଳ ପୁଲିସ। ନକଲି ପୁରୁଣା ବହୁମୂଲ୍ୟ କଳାକୃତି ଜାଲିୟାତି କରି ଲୋକଙ୍କୁ କୋଟି କୋଟି ଟଙ୍କାର ମନସୁନ ଠକେଇ କରିଥିବରା ଅଭିଯୋଗ ହୋଇଛି।

ଏହି ଅଭିଯୋଗରେ କେରଳ ପୁଲିସ ଅଲାପ୍ପୁଝା ଜିଲ୍ଲାରୁ ତାକୁ ଗିରଫ କରିଥିଲା। କେରଳ ପୁଲିସର ସୂଚନା ଅନୁସାରେ, ଦୀର୍ଘ ବର୍ଷ ହେବ ମନସୁନ ନିଜକୁ କଳାକୃତି ଓ ଅବଶେଷର ସଂଗ୍ରାହକ କହି ଲୋକଙ୍କୁ ଠକିଆସୁଥିଲା।

Advertisment

ତାଙ୍କନିକଟରେ ଟିପୁ ସୁଲ୍‌ତାନଙ୍କ ଗାଦି, ଧର୍ମଗୁରୁ ମୋସେସ୍‌ଙ୍କ ବାଡ଼ି, ଔରଙ୍ଗଜେବ୍‌ର ମୁଦି, ଛତ୍ରପତି ଶିବାଜୀଙ୍କ ଭଗବତ ଗୀତା କପି, ପର୍ତୁଗୀଜ ପୂଜାରୀ ଏସ୍‌ଟି ଅଣ୍ଟୋନିଙ୍କ ଆଙ୍ଗୁଳି  ନଖ ଏବଂ ଅନ୍ୟ ସାମଗ୍ରୀ ଥିବା ସେ ଦାବି କରୁଥିଲା। ଏହି ବେଆଇନ କାରବାରରେ ତାଙ୍କ ସହ ମୋହନଲାଲ୍‌ଙ୍କ ସମ୍ପୃକ୍ତି ଥିବା ଇଡି ଜାଣିବକୁ ପାଇଛି।