Advertisment

ମଦ ନିଶାରେ ମାତାଲ ଅଭିନେତା, ବିମାନବନ୍ଦରରୁ ଉଠାଇ ନେଲା ପୁଲିସ

ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସେ ଜୋରଦାର ହଙ୍ଗାମା କରିଛନ୍ତି।

author-image
Madhupriya Mistry
Vinayakan

Vinayakan

ମଦ ନିଶାରେ ମାତାଲ ଅଭିନେତା। ବିମାନ ବନ୍ଦରରେ କଲେ ଜୋରଦାର ହଙ୍ଗାମା। କେବଳ ସେତିକି ନୁହେଁ ବିମାନ କର୍ମଚାରୀଙ୍କ ସହ ମଧ୍ୟ କଲେ ଦୁର୍ବ୍ୟବହାର। ଫଳରେ ଉଠାଇ ନେଲେ ପୁଲିସ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ।

Advertisment

ମଲୟାଲମ ଫିଲ୍ମର ଅଭିନେତା ବିନାୟକନ। ସାଉଥସୁପର୍‌ ଷ୍ଟାର୍‌ ରଜନୀକାନ୍ତ ବ୍ଲକବଷ୍ଟର୍‌ ଫିଲ୍ମ 'ଜେଲ୍‌ର'ରେ ଦମ୍‌ଦାର ଅଭିନୟ କରି ସେ ବେଶ୍‌ ଚର୍ଚ୍ଚା ସାଉଁଟି ଥିଲେ। ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ ବିନାୟକନ। ପରଦାରେ ଅଭିନୟ କରି ସମସ୍ତଙ୍କ ପ୍ରଶଂସା ସାଉଟିଥିବା ଏହି ଅଭିନେତା ଏବେ କିନ୍ତୁ ଅସଲ ଜୀବନରେ ଅଡୁଆରେ ଫଶିଛନ୍ତି। ମଦ ନିଶାରେ ମାତାଲ ହୋଇ ସାର୍ବସାଧାରଣରେ କରିଛନ୍ତି ହଙ୍ଗାମା।

ବିନାୟକନ କୋଚ୍ଚିରୁ ହାଇଦ୍ରାବାଦ ପହଞ୍ଚିବା ପରେ ଗୋଆ ଯାଉଥିଲେ। ତେବେ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିବା ପରେ ସେ ଇଣ୍ଡିଗୋ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। ତାଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ବିମାନବନ୍ଦର ଚଟାଣ ଉପରେ ଶାର୍ଟ ଖୋଲି ବସିଛନ୍ତି। ଆଉ କର୍ମଚାରୀଙ୍କ ଉପରେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି।

Advertisment

ଏହି ଘଟଣା ପରେ ବିମାନବନ୍ଦରରେ ଉପସ୍ଥିତ ଥିବା ସିଆଇଏସ୍ଏଫ୍ ସୁରକ୍ଷା ଦଳ ବିନାୟକନଙ୍କୁ ଉଠାଇ ନେଇଥିଲେ। ଏହାପରେ ସ୍ଥାନୀୟ ବିମାନବନ୍ଦର ପୁଲିସକୁ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗିରଫ ବେଳେ ସେ ମଦ ନିଶାରେ ଥିବା ପୁଲିସ ସ୍ପଷ୍ଟ କରିଛି।

ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ବିନାୟକନ ଜେଲ୍‌ ଯାଇ ସାରିଛନ୍ତି। ଅକ୍ଟୋବର ୨୦୨୩ରେ, କେରଳର ଏର୍ନାକୁଲମରେ ଥିବା ଏକ ପୁଲିସ ଷ୍ଟେସନରେ ହଙ୍ଗାମା କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ସେହି ସମୟରେ ସେ ନିଜ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ପରେ ଜାମିନରେ ସେ ବାହାରକୁ ଆସିଥିଲେ।

Hyderabad Airport Malayalam Actor Vinayakan Detained Misconduct