Advertisment

ଅନୁପମ କହିଲେ-ମୁଁ ବୁଡ଼ି ମରିଯିବା ଉଚିତ୍‌

ମୁୁମ୍ବାଇ: ବଲିଉଡର ବର୍ଷିଆନ୍ ଅଭିନେତା ଅନୁପମ ଖେର୍। ତାଙ୍କ ଅଭିନୟ ଓ ଦମଦାର ଡାଏଲଗ ଡେଲିଭିରୀ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି। ବର୍ଷ ବର୍ଷ ଧରି ବଲିଉଡର ରାଜ କରୁଥିବା ଅନୁପମଙ୍କ କ୍ରେଜ ଦେଶ ସମେତ ବିଦେଶରେ ମଧ୍ୟ ରହିଛି। କିନ୍ତୁ ନିକଟରେ ଅନୁପମଙ୍କ ସହ କିଛି ଏଭଳି ଘଟିଛି ଯାହା ତାଙ୍କୁ ଚକିତ କରିଦେଇଛି। ଏଥିପାଇଁ ସେ ନିଜକୁ ବୁଡି ମରିଯିବା ଉଚିତ ବୋଲି କହିଛନ୍ତି। ଅନୁପମ ଏବେ ତାଙ୍କ ହୋମ୍‌ଟାଉନ୍ ସିମଲାରେ […]

ଅଦ୍ୟତନ ହୋଇଛି
ଅନୁପମ କହିଲେ-ମୁଁ ବୁଡ଼ି ମରିଯିବା ଉଚିତ୍‌

Anupam

Advertisment

ମୁୁମ୍ବାଇ: ବଲିଉଡର ବର୍ଷିଆନ୍ ଅଭିନେତା ଅନୁପମ ଖେର୍। ତାଙ୍କ ଅଭିନୟ ଓ ଦମଦାର ଡାଏଲଗ ଡେଲିଭିରୀ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି। ବର୍ଷ ବର୍ଷ ଧରି ବଲିଉଡର ରାଜ କରୁଥିବା ଅନୁପମଙ୍କ କ୍ରେଜ ଦେଶ ସମେତ ବିଦେଶରେ ମଧ୍ୟ ରହିଛି। କିନ୍ତୁ ନିକଟରେ ଅନୁପମଙ୍କ ସହ କିଛି ଏଭଳି ଘଟିଛି ଯାହା ତାଙ୍କୁ ଚକିତ କରିଦେଇଛି। ଏଥିପାଇଁ ସେ ନିଜକୁ ବୁଡି ମରିଯିବା ଉଚିତ ବୋଲି କହିଛନ୍ତି।

Advertisment

ଅନୁପମ ଏବେ ତାଙ୍କ ହୋମ୍‌ଟାଉନ୍ ସିମଲାରେ ଅଛନ୍ତି। ତେବେ ଦିନେ ସେଠାରୁ ସେ ସକାଳୁ ସକାଳୁ ମର୍ଣ୍ଣି ୱକରେ ବାହାରିଥିଲେ। ଏହି ସମୟର ସେ ଏକ ଭିଡିଓ ତିଆରି କରିଥିଲେ। ଭିଡିଓ ତିଆରି କରୁ କରୁ ରାସ୍ତାରେ ତାଙ୍କୁ ଜଣେ ବ୍ୟକ୍ତି ଭେଟିଥିଲେ। ସେହି ବକ୍ତିଙ୍କ ନାଁ ଥିଲା ଜ୍ଞାନଚାନ୍ଦ ଠାକୁର। ତାଙ୍କୁ ଦେଖି ଅନୁପମ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ଅନୁପମକୁ ଦେଖି କିଛି ଫରକ ପଡିନଥିଲା। ସେ ଅନୁପମଙ୍କୁ ଚିହ୍ନି ନଥିଲେ।

ଏହାପରେ ଅନୁପମ ନିଜ ମାସ୍କ ବାହାର କରି ତାଙ୍କୁ ପଚାରିଥିଲେ, ଏବେ ଚିହ୍ନି ପାରିଲେ। ଏହାପରେ ମଧ୍ୟ କିଛି ପ୍ରତିକ୍ରିୟା ଦେଇନଥିଲେ ଜ୍ଞାନଚାନ୍ଦ। ବ୍ୟକ୍ତି ଜଣକ କହିଥିଲେ, ସାର୍ ମୋତେ ଆପଣଙ୍କ ନାଁ ମନେ ନାହିଁ। ଏହା ଶୁଣିବା ପରେ ଅନୁପମ ମଜାଳିଆ ଢ଼ଙ୍ଗରେ କହିଥିଲେ, ମୋତେ ପାଣିରେ ବୁଡ଼ି ମାରିଯିବା ଉଚିତ।

Advertisment

ଅନୁପମ କହିଥିଲେ, ‘ମୁଁ କିଏ ଏହି ବ୍ୟକ୍ତି ଜଣଙ୍କୁ କିଛି ଫରକ ପଡୁନି। ସେ ଆହୁରି କହିଥିଲେ ଯେ, ଜ୍ଞାନଚାନ୍ଦ ଜୀ ସେହି ଅଭିନେତାଙ୍କୁ ଚିହ୍ନି ନାହାନ୍ତି ଯିଏ ୫୧୮ଟି ଫିଲ୍ମରେ କାମ କରିଛି।’

ଅନୁପମ ଏହି ପୂରା ଘଟଣାର ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଯାଏ ଏହାକୁ ୫୩ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe