Advertisment

ଲରେନ୍ସ ବିଷ୍ଣୋଇକୁ ଡ଼ାକିବି କି? ଶୁଟିଂ ସେଟ୍‌ରେ ପଶି ସଲମାନଙ୍କୁ ଧମକ

ମୁମ୍ବାଇର ଦାଦର ସ୍ଥିତି ଶିବାଜୀ ପାର୍କ ଅଞ୍ଚଳରେ ସଲମାନ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମର ଶୁଟିଂ ଚାଲିଥିଲା। ଏତିକି ବେଳେ ଶୁଟିଂ ସେଟ୍‌ ଭିତରକୁ ଜଣେ ସନ୍ଦିଗ୍ଧ ପଶି ଆସିଥିଲେ।

author-image
Madhupriya Mistry
Salman Khan

Salman Khan

ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କୁ ପୁଣି ଧମକ। ତେବେ ଏଥର ଏହି ଧମକ କୌଣସି ଫୋନ୍‌ କଲ୍‌ କିମ୍ବା ମେସଜ୍‌ରେ ମିଳିନାହିଁ। ଶୁଟିଂ ସେଟ୍‌ରେ ପଶି ସଲମାନ ଖାନ୍‌ଙ୍କୁ ଧମକ ଦେଇଛି ଜଣେ ବ୍ୟକ୍ତି। ଏହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।

Advertisment

ପ୍ରକୃତରେ ସଲମାନ ଖାନ୍‌ ତାଙ୍କ ଅପ୍‌କମିଂ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ମୁମ୍ବାଇର ଦାଦର ସ୍ଥିତି ଶିବାଜୀ ପାର୍କ ଅଞ୍ଚଳରେ ତାଙ୍କର ଶୁଟିଂ ଚାଲିଥିଲା। ଏତିକି ବେଳେ ଶୁଟିଂ ସେଟ୍‌ ଭିତରକୁ ଜଣେ ସନ୍ଦିଗ୍ଧ ପଶି ଆସିଥିଲେ। ତା'ପରେ ସନ୍ଦେହ ହେବାରୁ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଏଠାରେ କ'ଣ କରୁଛ ବୋଲି ପଚାରିଥିଲେ। କିନ୍ତୁ ସନ୍ଦିଗ୍ଧ ଜଣକ ଲରେନ୍ସ ବିଷ୍ଣୋଇକୁ ଡ଼ାକିବି କି? ବୋଲି ଧମକ ଦେଇଥିଲେ।

ଏନେଇ ଶୁଟିଂ ସେଟ୍‌ରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ସେଠାରେ ଥିବା ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସନ୍ଦିଗ୍ଧଙ୍କୁ ଗରିଫ କରିଛି। ତାଙ୍କୁ ଶିବାଜୀ ପାର୍କ ପୁଲିସ ଷ୍ଟେସନରେ ପଚରାଉଚରା କରାଯାଉଛି। ଯୁବକ ଜଣକ ନିଜକୁ ସଲମାନଙ୍କ ପ୍ରଶଂସକ ଭାବେ ପରିଚୟ ଦେଇଥିବା ପୁଲିସ କହିଛି।

Advertisment

ପୁଲିସର ସୂଚନାନୁସାରେ, ବୁଧବାର ରାତିରେ ହଠାତ୍ ଜଣେ ବ୍ୟକ୍ତି ସଲମାନ ଖାନ୍ ଶୁଟିଂ ସେଟରେ ପହଞ୍ଚିଥିଲେ। ସେ ଶୁଟିଂ ଦେଖିବାକୁ ଚାହୁଁଛନ୍ତି କହି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ତେବେ ସନ୍ଦେହ ହେବାରୁ ତାଙ୍କୁ ବାରଣ କରାଯାଇଥିଲା। ଏହା ଉପରେ ସେ ସୁରକ୍ଷା କର୍ମୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ତା’ପରେ ଉକ୍ତ ବ୍ୟକ୍ତି ଲରେନ୍ସ ବିଷ୍ଣୋଇର ନାଁ ନେଇ ଧମକ ଦେବା ଆରମ୍ଭ କରିଥିଲେ।

କହିରଖୁ ଯେ, ସଲମାନ ଖାନ୍‌ଙ୍କୁ ଏହା ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଜୀବନରେ ମାରିଦେବାକୁ ଧମକ ମିଳିସାରିଛି। ଲରେନ୍ସ ଗ୍ୟାଙ୍ଗର ସଦସ୍ୟମାନେ ଚଳିତ ବର୍ଷ ଏପ୍ରିଲରେ ଅଭିନେତାଙ୍କ ବାନ୍ଦ୍ରା ସ୍ଥିତ ଘର ଉପରକୁ ଗୁଳିମାଡ଼ କରିଥିଲେ। କିଛି ମାସ ପୂର୍ବେ ନବି ମୁମ୍ବାଇ ପୁଲିସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା ବୋଲି ଖୁଲାସା କରିଥିଲା। ଏହା ପରେ ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦିଆ ଯାଇଥିଲା।

Salman Khan Mumbai Police Lawrence Bishnoi Threatened