Advertisment

ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ମେସେଜ କରି କ୍ଷମା ମାଗିଲେ

ଧମକର କିଛି ଦିନ ପରେ ମୁମ୍ବାଇ ଟ୍ରାଫିକ ପୁଲିସ୍‌ କଣ୍ଟ୍ରୋଲ ରୁମର ହ୍ୱାଟସଆପ ନମ୍ବରକୁ ମେସେଜ କରି ବ୍ୟକ୍ତି ଜଣକ କ୍ଷମା ମାଗିଛନ୍ତି।

author-image
Hemant Lenka
Salman Khan

Salman Khan

ବଲିଉଡ ଅଭିନେତା ସଲମାନ ଖାନଙ୍କୁ କ୍ଷମା ମାଗିଛନ୍ତି ଧମକ ଦେଇଥିବା ବ୍ୟକ୍ତି। ଗତ ସପ୍ତାହରେ ସଲମାନଙ୍କୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ବୁଝାମଣା କରିବାକୁ ତାଙ୍କୁ ୫ କୋଟି ଟଙ୍କା ମଗା ଯାଇଥିଲେ। ଟଙ୍କା ନ ମିଳିଲେ ପରିଣାମ ଭୟଙ୍କର ହେବ ବୋଲି ସଲମାନଙ୍କୁ ଧମକ ଦିଆଯାଇଥିଲା।

Advertisment

ତେବେ ଧମକର କିଛି ଦିନ ପରେ ମୁମ୍ବାଇ ଟ୍ରାଫିକ ପୁଲିସ୍‌ କଣ୍ଟ୍ରୋଲ ରୁମର ହ୍ୱାଟସଆପ ନମ୍ବରକୁ ମେସେଜ କରି ବ୍ୟକ୍ତି ଜଣକ କ୍ଷମା ମାଗିଛନ୍ତି। ଧମକପୂର୍ଣ୍ଣ ମେସେଜ ଭୁଲରେ ଯାଇଥିଲା ବୋଲି ସେ ସଫେଇ ଦେଇଛନ୍ତି।

ପ୍ରଥମେ ଆସିଥିବା ଧମକପୂର୍ଣ୍ଣ ମେସେଜରେ ବ୍ୟକ୍ତି ଜଣଙ୍କ ନିଜକୁ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ କହିବା ସହ ୫ କୋଟି ଟଙ୍କା ମାଗିଥିଲେ। ଲରେନ୍ସ ବିଷ୍ଣୋଇ ଓ ସଲମାନଙ୍କ ମଧ୍ୟରେ ଚାଲିଥିବା ବିବାଦରେ ସମାଧାନ ପାଇଁ ସେ ୫ କୋଟି ଟଙ୍କା ମାଗିଥିଲେ।

Advertisment

ଯଦି ସଲମାନ ଟଙ୍କା ନ ଦିଅନ୍ତି, ତା’ହେଲେ ସେ ନିକଟରେ ହତ୍ୟାର ଶିକାର ହୋଇଥିବା ମୁମ୍ବାଇର ରାଜନେତା ବାବା ସିଦ୍ଦିକିଙ୍କ ଠାରୁ ଆହୁରି ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବେ ବୋଲି କହିଥିଲେ। ନିକଟରେ ବାବା ସିଦ୍ଦିକିଙ୍କୁ ବିଚ ରାସ୍ତାରେ ଲରେନ୍ସି ଗ୍ୟାଙ୍ଗର ସଦସ୍ୟ ଗୁଳି କରି ହତ୍ୟା କରିଥିଲେ। ବାବା ହେଉଛନ୍ତି ସଲମାନଙ୍କ ଘନିଷ୍ଠ ବନ୍ଧୁ।

ଧମକର କିଛି ଦିନ ପରେ ମୁମ୍ବାଇ ଟ୍ରାଫିକ ପୁଲିସ୍‌କୁ ସମାନ ନମ୍ବରରୁ ଆଉ ଗୋଟିଏ ମେସେଜ ଆସିଛି। ଏହି ଫଲୋଅପ ମେସେଜରେ ଧମକ ଦେଇଥିବା ବ୍ୟକ୍ତି ଦୁଃଖପ୍ରକାଶ କରିଛନ୍ତି। ଧମକପୂର୍ଣ୍ଣ ମେସେଜ ଅଜାଣତରେ ଯାଇଥିଲା ଓ ଭୁଲ ପାଇଁ ସେ କ୍ଷମା ମାଗୁଥିବା ଉଲ୍ଲେଖ କରିଛନ୍ତି।

ଏହି ମେସେଜ ପରେ ପୁଲିସ୍‌ ଏହାକୁ ପଠାଇଥିବା ବ୍ୟକ୍ତିଙ୍କ ଠିକଣାକୁ ଠାବ କରିଛି। ମେସେଜଟି ଝାରଖଣ୍ଡରୁ ଆସିଥିବା ଜଣାପଡ଼ିବା ପରଆ ଗୋଟିଏ ଟିମ ସେଠାକୁ ଯାଇଛି।

Mumbai Salman Khan Lawrence Bishnoi