Advertisment

ଶାହରୁଖଙ୍କୁ ହତ୍ୟା ଧମକ ଘଟଣାରେ ନୂଆ ଟ୍ୱିଷ୍ଟ: ଅଭିନେତାଙ୍କ ନାଁରେ ପୂର୍ବରୁ ଅଭିଯୋଗ କରିଥିଲେ ଅଭିଯୁକ୍ତ

ମୁମ୍ବାଇ ପୁଲିସ୍‌ ତାଙ୍କୁ ଜେରା କରିଥିଲେ ହେଁ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଧମକପୂର୍ଣ୍ଣ କଲ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଓ କେହି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବା ଫୈଜନ କହିଛନ୍ତି।

SRK

SRK

Advertisment

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କୁ ମିଳିଥିବା ହତ୍ୟା ଧମକ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ବାନ୍ଦ୍ରା ପୁଲିସ୍‌ ଷ୍ଟେସନକୁ ଫୋନ କରି ଶାହରୁଖଙ୍କୁ ଧମକ ଦିଆଯାଇଥିଲା। ତାଙ୍କୁ ୫୦ ଲକ୍ଷ ଟଙ୍କା ମଧ୍ୟ ଦେବାକୁ କୁହାଯାଇଥିଲା। 

Advertisment

ଧମକ ମିଳିବା ପରେ ପୁଲିସ୍‌ ତଦନ୍ତ କରି ଫୋନ ଆସିଥିବା ନମ୍ବରର ମାଲିକ ଆଇନଜୀବୀ ଫୈଜନ ଖାନଙ୍କ ପାଖରେ ପହଞ୍ଚିଛି। ତେବେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ପୂର୍ବରୁ ଶାହରୁଖ ଖାନଙ୍କ ନାଁରେ ଅଭିଯୋଗ ଦାଖଲ କରିଥିଲେ ବୋଲି ସୂଚନା ଦେଇଛନ୍ତି। ୧୯୯୪ ମସିହା ଅଞ୍ଜାମ ସିନେମାରେ ଥିବା ଗୋଟିଏ ହରିଣ ଶିକାର ଡାଏଲଗକୁ ନେଇ ଫୈଜନ ଖାନ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ଆଇନଜୀବୀ ଫୈଜନଙ୍କ ଘର ଛତିଶଗଡ଼ର ରାୟପୁରରେ। ସେ ଦାବି କରିଛନ୍ତି ଯେ ନଭେମ୍ବର ୨ରୁ ତାଙ୍କ ‍ଫୋନ ଚୋରି ହୋଇଯାଇଛି। ଚୋରି ସମ୍ପର୍କରେ ସେ ଅଭିଯୋଗ ମଧ୍ୟ ଦାଖଲ କରିସାରିଛନ୍ତି। ଏବେ ଚୋରି ମୋବାଇଲରୁ ଫୋନ କରି କେହି ଶାହରୁଖଙ୍କ ଉଦ୍ଦେଶ୍ୟରେ ହତ୍ୟା ଧମକ ଦେଇଥିବା ସେ କହିଛନ୍ତି।

Advertisment

ମୁମ୍ବାଇ ପୁଲିସ୍‌ ତାଙ୍କୁ ଜେରା କରିଥିଲେ ହେଁ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଧମକପୂର୍ଣ୍ଣ କଲ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଓ କେହି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବା ଫୈଜନ କହିଛନ୍ତି।

ସେ ପୂର୍ବରୁ ଅଭିନେତା ଶାହରୁଖଙ୍କ ନାଁରେ କରିଥିବା ଅଭିଯୋଗର ମଧ୍ୟ ଖୁଲାସା କରିଛନ୍ତି। ଫୈଜନ ଅଭିଯୋଗ କରିଛନ୍ତି ଯେ ଶାହରୁଖ ଦୁଇ ଧାର୍ମିକ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏପରି ଅଭିଯୋଗ ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ଦାଖଲ କରାଯାଇଛି। ୧୯୯୪ ମସିହା ଅଞ୍ଜାମ ଫିଲ୍ମର ଗୋଟିଏ ଦୃଶ୍ୟରେ ଶାହାରୁଖ ତାଙ୍କ ଘରୋଇ ସହାୟକଙ୍କୁ ଗାଡ଼ିରେ ହରିଣର ମୃତଦେହ ରହିଥିବା କଥା କହିଥିଲେ।

ଗୋଟିଏ ଗଣମାଧ୍ୟମକୁ ଫୈଜନ କହିଛନ୍ତି, “ମୋ ଫୋନ ଚୋରି ହୋଇଯାଇଛି। ମୁଁ ଏ ସମ୍ପର୍କରେ ଅଭିଯୋଗ ମଧ୍ୟ କରି ସାରିଛି। ଆଜି ମୁମ୍ବାଇ ପୁଲିସ୍‌ ମୋ ଘରକୁ ଆସିବା ସହ ଧମକପୂର୍ଣ୍ଣ କଲ ସମ୍ପର୍କରେ ପଚାରିଥିଲା। ମୁଁ ଜଣେ ଆଇନଜୀବୀ ବୋଲି ସେମାନଙ୍କୁ କହିଥିଲି। ମୋ ଫୋନ ଚୋରି ହୋଇଯାଇଛି ଓ କିଏ କଲ କରିଛି ବୋଲି ମୁଁ ଜାଣିନାହିଁ।”

ପୁଲିସ୍‌ ତାଙ୍କୁ ୨ ଘଣ୍ଟା କାଳ ଜେରା କରିବା ପରେ ଛାଡ଼ି ଦେଇଛି। ଫୈଜନ କହିଛନ୍ତି ଯେ ତାଙ୍କ ଫୋନ ନମ୍ବର ସହ ଲିଙ୍କ ହୋଇଥିବା ହ୍ୱାଟସଆପ ଆଉ ଗୋଟିଏ ଫୋନରେ ଲିଙ୍କ ରହିଛି। ତେବେ ଚୋରି ହୋଇଥିବା ମୋବାଇଲର ସିମ କାର୍ଡରୁ ଧମକପୂର୍ଣ୍ଣ କଲ କରାଯାଇଛି। ହ୍ୱାଟସଆପ୍‌ରୁ କୌଣସି କଲ ହୋଇନି।

ଅଞ୍ଜାମ ଫିଲ୍ମ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ଫୈଜନ କହିଛନ୍ତି, “ବିଷ୍ଣୋଇ ସଂପ୍ରଦାୟରୁ ଅନେକ ଲୋକ ମୋର ବନ୍ଧୁ। ସେମାନଙ୍କର ୨୯ଟି ନୀତି ରହିଛି। ଏହା ମଧ୍ୟରେ ହରିଣ ହତ୍ୟାକୁ ବାରଣ କରାଯାଇଛି। ଏପରି ସ୍ଥିତିରେ ଜଣେ ମୁସଲିମ ବ୍ୟକ୍ତି ଏପରି ବୟାନ ଦେବା ବିଦ୍ୱେଷ ସୃଷ୍ଟି କରିପାରେ।

ଏଥିପାଇଁ ମୁଁ ଫିଲ୍ମ ଉପରେ ବ୍ୟାନ ଲଗାଇବାକୁ ଦାବି କରିବା ସହ ଏଫଆଇଆର ରୁଜୁ ପାଇଁ ଆବେଦନ କରିଛି। ମୁଁ ଅଭିଯୋଗ ଦାଖଲ କରିବାର କିଛି ଦିନ ପରେ ହିଁ ମୋ ଫୋନ ଚୋରି ହୋଇଛି। ତେଣୁ ମୋତେ କେହି ଫସାଇବାକୁ ଚେଷ୍ଟା କରୁଛି।”

Shahrukh Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe