Manika
ରାଜସ୍ଥାନର ମନିକା ବିଶ୍ୱକର୍ମା ମିସ ୟୁନିଭର୍ସ ଇଣ୍ଡିଆ ୨୦୨୫ର ମୁକୁଟ ପିନ୍ଧିଛନ୍ତି। ଜୟପୁରରେ ତାଙ୍କୁ ଗତବର୍ଷର ବିଜେତା ରେହା ସିଙ୍ଘା ଏପରି ସମ୍ମାନରେ ସମ୍ମାନୀତ କରିଛନ୍ତି।ରାଜସ୍ଥାନର ଜୟପୁରରେ ଆୟୋଜିତ ଗ୍ରାଣ୍ଡ ଫାଇନାଲରେ ମନିକା ସମସ୍ତଙ୍କୁ ପଛରେ ପକାଇ ମିସ ୟୁନିଭର୍ସ ଇଣ୍ଡିଆ କ୍ରାଉନ ହାତେଇଛନ୍ତି।
ମନିକା ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବେଳେ ଉତ୍ତର ପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ ଅପ , ହରିୟାଣାର ମେହକ ଧିଙ୍ଗ୍ରା ଦ୍ୱିତୀୟ ରନର୍ସ ଅପ ଓ ଅମିଶି କୌଶିକ ତୃତୀୟ ରନର୍ସ ଅପ ହୋଇଛନ୍ତି। ମନିକାଙ୍କ ପ୍ରକୃତ ଘର ହେଉଛି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ। କିନ୍ତୁ ସେ ଦିଲ୍ଲୀରେ ରୁହନ୍ତି ଓ ରାଜନୀତିକ ବିଜ୍ଞାନ ଏବଂ ଅର୍ଥନୀତି ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ରୀ।
ଗତବର୍ଷ ସେ ମିସ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତିବା ପରେ ଜାତୀୟ ମଞ୍ଚରେ ପାଦ ଥାପିଥିଲେ। ମନିକା ମିସ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଥିବାରୁ ଏବେ ସେ ୭୪ତମ ମିସ ୟୁନିଭର୍ସରେ ଭାରତର ପ୍ରତିନିଧିତ୍ୱ କରିବେ। ଏହା ଚଳିତ ବର୍ଷ ନଭେମ୍ବର ମାସରେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବ।
ବିଶ୍ୱ ମଞ୍ଚରେ ମନିକା ପାଦ ଥାପିବାକୁ ଯାଉଥିବାରୁ ଏବେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି। ସେ ଥାଇଲ୍ୟାଣ୍ଡରେ ଭାରତକୁ ଗୌରବାନ୍ୱିତ କରି ପାରୁଛନ୍ତି କି ନାହିଁ, ସେକଥା ନଭେମ୍ବର ମାସରେ ସ୍ପଷ୍ଟ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Manika_1755603350.jpg)