ଚାଲିଗଲେ ମନୋଜ ବାଜପେୟୀଙ୍କ ମା’

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଭର୍ସଟାଇଲ ଅଭିନେତା ମନୋଜ ବାଜପେୟୀଙ୍କ ମା’। ଆଜି ସକାଳୁ ଗୀତା ଦେବୀଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳୁ ହିଁ ଅଭିନେତା ମନୋଜ ବାଜପେୟୀଙ୍କ ମା’ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମା’ଙ୍କ ମୃତ୍ୟୁ ପରେ ମନୋଜ ସମେତ […]

manoj-bajpayee

Madhupriya Mistry
  • Published: Thursday, 08 December 2022
  • , Updated: 08 December 2022, 02:29 PM IST

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଭର୍ସଟାଇଲ ଅଭିନେତା ମନୋଜ ବାଜପେୟୀଙ୍କ ମା’। ଆଜି ସକାଳୁ ଗୀତା ଦେବୀଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳୁ ହିଁ ଅଭିନେତା ମନୋଜ ବାଜପେୟୀଙ୍କ ମା’ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ମା’ଙ୍କ ମୃତ୍ୟୁ ପରେ ମନୋଜ ସମେତ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏନେଇ ଅଶୋକ ପଣ୍ଡିତ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ମନୋଜ ବାଜପେୟୀଙ୍କ ମା’ଙ୍କ ଦେହାନ୍ତ ଖବରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସୂଚନା ମୁତାବକ, କିଛି ଦିନ ପୂର୍ବେ ଗୀତା ଦେବୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ଡାକ୍ତରଙ୍କ ଦେଖାରେଖାରେ ସେ ସୁସ୍ଥ ଅନୁଭବ କରୁଥିଲେ। କିନ୍ତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡି ଯାଇଥିଲା। ଏହାପରେ ତାଙ୍କର ଦେହାନ୍ତ ହୋଇଛି। ହସ୍ପିଟାଲରେ ମା’ଙ୍କୁ ଦେଖା କରିବାକୁ ମନୋଜ ପ୍ରତିଦିନ ଯାଉଥିଲେ। ନିଜ ଶୁଟିଂରୁ ସମୟ ବାହାର କରି ମା’ଙ୍କୁ ଦେଖା କରିବା ସହ ତାଙ୍କ ହାଲଚାଲ ପଚାରୁଥିଲେ।

ରିପୋର୍ଟ ଅନୁଯାୟୀ, ଅଭିନେତା କିଛି ଦିନ ପୂର୍ବରୁ ହିଁ ନିଜ ବାପାଙ୍କୁ ହରାଇଥିଲେ। ମନୋଜ ନିଜ ବାପା-ମା’ଙ୍କ ବେଶ୍ ନିକଟତର ଥିଲେ। ସେ ନିଜ ମନର ସବୁ କଥା ବାପା-ମା’ଙ୍କ ସହ ଶେଆର କରୁଥିଲେ।

Related story