Advertisment

‘ଆଦିପୁରୁଷ ପାଇଁ ହାତ ଯୋଡ଼ି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି’

ଫିଲ୍ମର ଡାଏଲଗ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ କୋର୍ଟରେ ବି ମାମଲା ରୁଜୁ ହୋଇଛି। ଏପରି ସ୍ଥିତିରେ ସର୍ବସମ୍ମୁଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଫିଲ୍ମର ସ୍କ୍ରିପ୍ଟ ଲେଖକ ତଥା ଗୀତିକାର ମନୋଜ ମୁନ୍ତସିର ।

author-image
Niharika Rout
ଅଦ୍ୟତନ ହୋଇଛି
Manoj Muntashir apologized

Manoj Muntashir apologized

ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଥମୁନି ବିବାଦ । ଫିଲ୍ମର ଡାଏଲଗ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ କୋର୍ଟରେ ବି ମାମଲା ରୁଜୁ ହୋଇଛି। ଏପରି ସ୍ଥିତିରେ ସର୍ବସମ୍ମୁଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଫିଲ୍ମର ସ୍କ୍ରିପ୍ଟ ଲେଖକ ତଥା ଗୀତିକାର ମନୋଜ ମୁନ୍ତସିର ।

Advertisment

ନିଜ ଟ୍ୱିଟ ଆକାଉଣ୍ଟରେ ମନୋଜ, ଫିଲ୍ମ ଯୋଗୁ ଲୋକଙ୍କ ଭାବନାକୁ କଷ୍ଟ ପହଞ୍ଚାଇଥିବାରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିନିମନ୍ତେ ସେ ନିଜ ଭୁଲ୍‌ ସ୍ୱୀକାର କରିଛନ୍ତି। ଏପରିକି ଏଥିଯୋଗୁ ଭାଇ-ଭଉଣୀ, ଗୁରୁଜନ, ସାଧୁସନ୍ଥ ତଥା ରାମ ଭକ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗୁଥିବା ଉଲ୍ଲେଖ କରିଛନ୍ତି। ଏଥିସହ ସେ ଏକ ହାତଯୋଡ଼ା ଇମୋଜି ବି ପୋଷ୍ଟ କରିଛନ୍ତି।

କଥା ଏତିକିରେ ସରିନି । ଏହାପରେ ମନୋଜ ନିଜ ଟ୍ୱିଟରେ ସନାତନ ଧର୍ମ ଓ ଦେଶର ରକ୍ଷା କରିବା କଥା ଉଲ୍ଲେଖ କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ଭଗବାନ ବଜରଙ୍ଗବାଲୀ ଆମ ସମସ୍ତଙ୍କ ଉପରେ କୃପା ନଜର ରଖନ୍ତୁ। ଆମକୁ ଅତୁଟ ରହି ନିଜର ପବିତ୍ର ସନାତନ ଓ ମହାନ ଦେଶର ସେବା କରିବାର ଶକ୍ତି ଦିଅନ୍ତୁ ।

Advertisment

ପ୍ରଭାସ ଓ କ୍ରିତି ସାନନ ଅଭିନୀତ ‘ଆଦିପୁରୁଷ’ ଆରମ୍ଭରୁ ହିଁ ବିବାଦରେ ଫସି ରହିଛି। ହେଲେ ଫିଲ୍ମର ଡାଏଲଗକୁ ନେଇ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନ ସମେତ ନେପାଳରେ ବି ଫିଲ୍ମକୁ ଜୋରଦାର ବିରୋଧ କରାଯାଇଥିଲା।

Prabhas Adipurush