Advertisment

୫୭ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ଅତୁଲ

ବେଶ କିଛି ବର୍ଷ ହେବ ଅତୁଲ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ।

Atul Parchure

Atul Parchure

Advertisment

ପ୍ରଖ୍ୟାତ ମରାଠି ଓ ବଲିଉଡ ଅଭିନେତା ଅତୁଏ ପାର୍ଚୁରେ ଆଉ ନାହାନ୍ତି। ଆଜି ୫୭ ବର୍ଷ ବୟସରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂର୍ଯ୍ୟାଚି ପିଲ୍ଲେରେ ଆୟୋଜିତ ଗୋଟିଏ ଷ୍ଟେଜ ଶୋ’ରେ ଅତୁଲ ଗତକାଲି ସାମିଲ ହୋଇଥିଲେ।

Advertisment

କିନ୍ତୁ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଆଜି ତାଙ୍କର ଦେହାନ୍ତ ହୋଇଛି। ବେଶ କିଛି ବର୍ଷ ହେବ ଅତୁଲ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ତଥାପି ସେ ସୁସ୍ଥ ଅନୁଭବ କରିବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ଜାରି କରିଥିଲେ।

ହେଲେ ଆଜି ତାଙ୍କ ଦେହାନ୍ତ ହୋଇଥିବା ପରିବାର ଲୋକ ନିଶ୍ଚିତ କରିଛନ୍ତି। ସେ ନିଜ ମା’, ପତ୍ନୀ ଓ ଝିଅ ସହ ମୁମ୍ବାଇରେ ରହୁଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅତୁଲଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

Advertisment

ନିଜର ଲମ୍ବା ଅଭିନୟ କ୍ୟାରିୟରରେ ଅତୁଲ ଦି କପିଲ ଶର୍ମା ଶୋ’ରେ ମଧ୍ୟ ନଜର ଆସିଥିଲେ। ଅଜୟ ଦେବଗାନ, ସଞ୍ଜୟ ଦତ୍ତ ଓ ଶାହରୁଖ ଖାନଙ୍କ ସହ ମଧ୍ୟ ସେ ବଲିଉଡ ସିନେମାରେ ଅଭିନୟ କରିଛନ୍ତି।

Mumbai Atul Parchure
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe