Advertisment

ଫ୍ଲାଟରୁ ମିଳିଲା ମରାଠୀ ଫିଲ୍ମ ନିର୍ଦ୍ଦେଶକଙ୍କ ଗଳିତ ମୃତଦେହ

ରବୀନ୍ଦ୍ରଙ୍କ ମୃତ୍ୟୁ ପରେ ବଲିଉଡ୍ ଓ ମରାଠୀ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
ravindra mahajani

ravindra mahajani

ମରାଠୀ ଫିଲ୍ମର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକଙ୍କ ରବୀନ୍ଦ୍ର ମହାଜନୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ପୁଣେର ତଲେଗାଁଓ ଦାଭାଡେର ଅମ୍ବି ଅଞ୍ଚଳରେ ଥିବା ଏକ ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତିନିରୁ ଚାରି ଦିନ ପୂର୍ବରୁ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ମୃତ୍ୟୁ ବେଳକୁ ରବୀନ୍ଦ୍ରଙ୍କୁ ୭୭ବର୍ଷ ହୋଇଥିଲା।

Advertisment

କିଛି ଦିନ ହେବ ରବୀନ୍ଦ୍ର ଅମ୍ବି ଅଞ୍ଚଳରେ ଉକ୍ତ ଫ୍ଲାଟକୁ ଭଡ଼ାରେ ନେଇ ଏକୁଟିଆ ରହୁଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଘରୁ ପଚା ଗନ୍ଧ ଆସିଥିଲା। ଏନେଇ ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ଘର ଭିତରେ ପଶିଥିଲା। ଘରେ ରବୀନ୍ଦ୍ର ମୃତଦେହ ପଡ଼ିଥିବା ଦେଖିଥିଲା।

ରବୀନ୍ଦ୍ରଙ୍କ ମୃତ୍ୟୁ ପରେ ବଲିଉଡ୍ ଓ ମରାଠୀ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ରବୀନ୍ଦ୍ର ମରାଠୀ ଫିଲ୍ମରେ ଅଭିନୟ କରିବା ସହ ହିନ୍ଦୀ ଫିଲ୍ମ କାମ କରିଛନ୍ତି। ରବୀନ୍ଦ୍ରଙ୍କୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବିନୋଦ ଖନ୍ନା ବୋଲି କୁହାଯାଉଥିଲା। ରବୀନ୍ଦ୍ର ଜଣେ ଭଲ ଅଭିନେତା ସାଙ୍ଗକୁ ଭଲ ନିର୍ଦ୍ଦେଶକ ମଧ୍ୟ ଥିଲେ।

Advertisment

ରବୀନ୍ଦ୍ର ବିଗ ବି ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ “ସାତ ହିନ୍ଦୁସ୍ତାନୀ”ରେ କାମ କରିଥିଲେ। ଏହି ଫିଲ୍ମରେ ସେ ପୁଲିସ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିଲେ। ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା।

ରବୀନ୍ଦ୍ର ମରାଠୀ ଫିଲ୍ମ ‘ଆରାମ ହରାମା ଆହୋ’, ‘ଦୁନିଆ କାରି ସଲାମ’“ହଲଦୀ କୁଙ୍କୁମ’ ଓ ମୁମ୍ବାଇ ଚା ଫୌଜଦାର’ ପରି ଅନେକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ‘ଲକ୍ଷ୍ମୀ ମିରିଚ ପାଓ’ ରବୀନ୍ଦ୍ରଙ୍କର ସବୁଠାରୁ ହିଟ୍‌ ହୋଇଥିଲା।

Bollywood