ketaki
ମୁମ୍ବାଇ: ଆପତ୍ତି ଜନକ ମନ୍ତବ୍ୟ ଦେଇ ଫସିଲେ ମରାଠି ଅଭିନେତ୍ରୀ। ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଅପମାନ ଜନକ ଟିପ୍ପଣୀ ରଖି ମରାଠି ଅଭିନେତ୍ରୀ କେତକୀ ଚୈତାଳି ଗିରଫ ହୋଇଛନ୍ତି। କେତକୀ ତାଙ୍କ ସୋଶାଲ ମଡିଆ ଆକାଉଣ୍ଟରେ ଶରଦ ପାୱାରଙ୍କ ବିରୋଧରେ ଅଶୋଭନୀୟ ପୋଷ୍ଟ ସେୟାର କରଥିଲେ। ଏହି ପୋଷ୍ଟଟିକୁ ଅନ୍ୟ କେହି ଲେଖିଥିଲା ବେଳେ କେତକୀ କେବଳ ସେୟାର କରିଛନ୍ତି । ଏହି ବିବାଦୀୟ ପୋଷ୍ଟରେ ‘ଆପଣ ବ୍ରାହ୍ମଣଙ୍କୁ ଘୃଣା କରନ୍ତି।’ ଏହି ଅଭିଯୋଗ ଶରଦ ପାୱାରଙ୍କୁ ଇଙ୍ଗିତ କରି ପୋଷ୍ଟ ହୋଇଛି।
ଏହାକୁ ନେଇ କେତକୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୨୯ ବର୍ଷୀୟ ଚୈତାଳିଙ୍କୁ କ୍ରାଇମବ୍ରାଞ୍ଚ ନଭୀ ମୁମ୍ବାଇ ପୁଲିସ ଗିରଫ କରିଛି। ଶନିବାର ଏନସିପିର ମହିଳା ସାମ୍ମୁଖ୍ୟ ପକ୍ଷରୁ ଚୈତଳାଳିଙ୍କ ଉପରକୁ କାଳି ମାଡ଼ କରାଯାଇଥିଲା। ଅନ୍ୟପଟେ ଆଇଟି ଆକ୍ଟ ସହ ଚୈତାଳିଙ୍କ ବିରୋଧରେ ଏକାଧିକ ଦଫାରେ ମାମଲା ରୁଜୁ କରିଛି ପୁଲିସ।
ଅନ୍ୟପକ୍ଷରେଏହି ଘଟଣାକୁ ନେଇ ସାମ୍ବାଦିକମାନେ ଏନସିପି ନେତା ଶରଦ ପାୱାରଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ପାୱାର କହିଛନ୍ତି ଚୈତାଳି କିଏ ମୁଁ ଚିହ୍ନି ନାହିଁ। ସେ ସୋଶାଲ ମିଡିଆରେ କଣ ପୋଷ୍ଟ କରିଛନ୍ତି ତାହା ମଧ୍ୟ ମୁଁ ଜାଣେ ନାହିଁ। ଆପଣ କେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛନ୍ତି ମୁଁ ତାଙ୍କୁ ଜାଣି ନାହିଁ। ସେ କଣ କରିଛନ୍ତି ମୁଁ ମଧ୍ୟ ଜାଣି ନାହିଁ। ସମ୍ପୂର୍ଣ୍ଣ ଘଟଣା ବିଷୟରେ ନଜାଣିଲେ ସମ୍ପୃକ୍ତ ଅଭିନେତ୍ରୀଙ୍କ ବିରୋଧରେ କୌଶସି ଟିପ୍ପଣୀ ଦେବା ଅନୁଚିତ ହେବ ବୋଲି ପାୱାର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/ketaki.jpg)