Advertisment

ରାସ୍ତା ମଝିରେ ଅଭିନେତାଙ୍କୁ ଆକ୍ରମଣ, ଛୁରାମାଡ଼ କଲେ ଦୁର୍ବୃତ୍ତ

ଅଭିନେତାଙ୍କୁ ପ୍ରଥମେ ଛୁରୀରେ ତା'ପରେ ଲୁହା ରଡ୍‌ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

Raghav Tiwari

Raghav Tiwari

Advertisment

ବିଚ୍‌ ରାସ୍ତାରେ ବଲିଉଡ ଅଭିନେତାଙ୍କୁ ଛୁରାମାଡ଼। ଅଭିନେତା ରାଘବ ତିଓ୍ୱାରୀଙ୍କ ଉପରେ ଆଖିବୁଜା ଆକ୍ରମଣ କଲେ ଦୁର୍ବୃତ୍ତ। ଏଥିରେ ଗୁରତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ବର୍ସୋଓ୍ୱା ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି।

Advertisment

ସୂଚନା ମୁତାବକ, ରାଘବ ତିୱାରୀ ନିଜ ସାଙ୍ଗଙ୍କ ସହ ସପିଂ କରିବା ପରେ ଘରକୁ ଫେରୁଥିଲେ। ରାସ୍ତା ପାର ହେଉଥିବା ବେଳେ ସେ ଜଣେ ବାଇକ ଆରୋହୀଙ୍କ ସହ ଧକ୍କା ହୋଇଯାଇଥିଲେ। ତେବେ ଏନେଇ ସେ ବାଇକ୍‌ ଚାଳକଙ୍କୁ କ୍ଷମା ମାଗିଥିଲେ। ତେବେ ବାଇକ୍‌ ଚାଳକ କିନ୍ତୁ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ।

ଏହାପରେ ଅଭିଯୁକ୍ତ ବାଇକ୍‌ ଚାଳକ ରାଗରେ ତାଙ୍କ ଉପରେ ଦୁଇ ଥର ଛୁରୀରେ ଆକ୍ରମଣ କରିଥିଲା। ତେବେ କୌଣସି ପ୍ରକାରେ ସେ ଏଥିରେ ବର୍ତ୍ତି ଯାଇଥିଲେ। କିନ୍ତୁ ଏତିକିରେ ଅଟକି ନଥିଲେ ବାଇକ୍‌ ଚାଳକ। ସେ ନିଜ ଗାଡିରୁ ମଦ ବୋତଲ ଓ ଏକ ଲୁହା ରଡ୍‌ ଆଣି ଅଭିନେତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କ ସାଙ୍ଗମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Advertisment

ଏନେଇ ଅଭିନେତା ବର୍ସୋଓ୍ୱା ଥାନରେ ଅଭିଯୁକ୍ତ ବାଇକ୍‌ ଚାଳକ ମହମ୍ମଦ ଜୈଦ ପରବେଝ ଶେଖଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ ଧାରା ୧୧୮(୧) ଓ ୩୫୨ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଏହି ମାମଲାରେ ପୁଲିସ ଏଯାଏ କାହାକୁ ଗିରଫ କରି ନାହିଁ।

କହିରଖୁ ଯେ, ରାଘବ ତିଓ୍ୱାରୀ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ସେ ପ୍ରିୟଙ୍କା ଚୋପ୍ରାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ମେରି କମ୍‌ରେ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ କ୍ରାଇମ ପେଟ୍ରୋଲ ଓ ଅନେକ ଓ୍ୱେବ୍‌ ସିରିଜରେ ମଧ୍ୟ କାମ କରିଛନ୍ତି।

Bollywood Attack On Actor Raghav Tiwari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe