Advertisment

ଅମିଷାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି

ମୁମ୍ବାଇ: ବିବାଦରେ ଘେରରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲ। ତାଙ୍କ ନାଁରେ ଜାରି ହେଲା ଗିରଫ ୱାରେଣ୍ଟ। ଭୋପାଲର ଏକ କୋର୍ଟ ତାଙ୍କ ନାଁରେ ଜାମିନ ଯୁକ୍ତ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଚେକ୍‌ ବାଉନ୍ସ ମାମଲାରେ ତାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରାଯାଇଛି। ପରବର୍ତ୍ତୀ ଶୁଣାଣି ବେଳେ ତାଙ୍କୁ କୋର୍ଟର ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଡିସେମ୍ବର ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ରିପୋର୍ଟ ମୁତାବକ ୩୨ ଲକ୍ଷ […]

ଅଦ୍ୟତନ ହୋଇଛି
ଅମିଷାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି

Amisha Patel

Advertisment

ମୁମ୍ବାଇ: ବିବାଦରେ ଘେରରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲ। ତାଙ୍କ ନାଁରେ ଜାରି ହେଲା ଗିରଫ ୱାରେଣ୍ଟ। ଭୋପାଲର ଏକ କୋର୍ଟ ତାଙ୍କ ନାଁରେ ଜାମିନ ଯୁକ୍ତ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଚେକ୍‌ ବାଉନ୍ସ ମାମଲାରେ ତାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରାଯାଇଛି। ପରବର୍ତ୍ତୀ ଶୁଣାଣି ବେଳେ ତାଙ୍କୁ କୋର୍ଟର ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଡିସେମ୍ବର ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment

ରିପୋର୍ଟ ମୁତାବକ ୩୨ ଲକ୍ଷ ୨୫ ହଜାର ଟଙ୍କାର ଚେକ୍‌ ବାଉନ୍ସ ହୋଇଥିଲା। ଏନେଇ ୟୁଟିଏପ୍‌ ଟେଲିଫିଲ୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଅମିଷାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଅଭିନେତ୍ରୀ ଜଣକ ଫିଲ୍ମ ତିଆରି କିରବା ପାଇଁ ତାଙ୍କ ଠାରୁ ଟଙ୍କା ନେଇଥିଲେ, କିନ୍ତୁ ପରେ ଯେଉଁ ୨ଟି ଚେକ୍‌ ଦେଇଥିଲେ ତାହା ବାଉନ୍ସ ହୋଇଯାଇଥିଲା ବୋଲି କମ୍ପାନୀ ଦାବି କରିଛି। ସେପଟେ ଏନେଇ ଅମିଷା ପଟେଲ କିମ୍ବା ତାଙ୍କ ଟିମ୍‌ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅମିଷା ପଟେଲ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ବି-ଟାଉନ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ କିଛି ସମୟ ପରେ ଧୀରେ ଧୀରେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ। 'କହୋ ନା ପ୍ୟାର୍‌ ହୈ' ଫିଲ୍ମରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ହିଟ୍‌ ହୋଇଥିଲା। ଏହାପରେ ଅମିଷା 'ଗଦର ଏକ୍‌ ପ୍ରେମ କଥା', 'ଆପ୍‌ ମୁଝେ ଅଛେ ଲଗନେ ଲଗେ', 'ହମ୍‌ ରାଜ' ଭଳି ଫିଲ୍ମରେ କାମ କରିଥିଲେ।

Advertisment

ଅମିଷା ବଲିଉଡ ବ୍ୟତୀତ ଟଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ୨୦୧୮ରେ ଫିଲ୍ମ 'ଭୟାଜୀ ସୁପରହିଟ୍‌'ରେ ଅମିଷା ନଜର ଅସିଥିଲେ। ଏଥିରେ ତାଙ୍କ ସହ ସନି ଦେଓଲ ଓ ପ୍ରୀତି ଜିଣ୍ଟା ମଧ୍ୟ ଲିଡ୍‌ ରୋଲରେ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe