Advertisment

ଭାରତର ଧନୀ ଅଭିନେତ୍ରୀ କିଏ? ମିସ ଇଣ୍ଡିଆ ଜିତିବା ପରେ ବଲିଉଡରେ କରିଥିଲେ ଏଣ୍ଟ୍ରୀ

ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

Juhi

Juhi

Advertisment

ବଲିଉଡରେ ଅନେକ ନୂଆ ଓ ପୁରୁଣା ଅଭିନେତ୍ରୀଙ୍କ ସମ୍ପର୍କରେ ସମସ୍ତେ ଉଣା ଅଧିକେ ଜାଣିଥିବେ। ହେଲେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ସମସ୍ତଙ୍କ ଠାରୁ ଧନୀ। ତାଙ୍କ ନାଁରେ ରହିଛି କୋଟି କୋଟି ସମ୍ପତ୍ତି। ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ। ମିସ ଇଣ୍ଡିଆ ଜିତି ବଲିଉଡରେ ପାଦ ଦେଇଥିବା ବଲିଉଡରେ ଏଣ୍ଟ୍ରୀ କରିଥିବା ଯୁବତୀ ହେଉଛନ୍ତି ଦେଶର ସବୁଠାରୁ ବଡ଼ ଧନୀ।

Advertisment

ଆଉ ସେ ହେଉଛନ୍ତି ଜୁହି ଚାୱଲା। ୧୯୮୪ ମିସ ଇଣ୍ଡିଆ ପ୍ରତିଯୋଗିତା ଜିତିବା ପରେ ଜୁହିଙ୍କ ବଲିଉଡ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୬ରେ ସେ ଧର୍ମେନ୍ଦ୍ର, ସନ୍ନି ଦେଓଲ ଓ ଶ୍ରୀଦେବୀଙ୍କ ସୁଲତନାତ ସିନେମା ଜରିଆରେ ବଡ଼ ପରଦାକୁ ଆସିଥିଲେ। ଏହି ସିନେମା କରନ କପୁରଙ୍କ ମଧ୍ୟ ଡେବ୍ୟୁ ପ୍ରୋଜେକ୍ଟ ଥିଲା।

Juhiଜୁହି ଓ ଆମୀର ଖାନ

ଷ୍ଟାନ ବନିଗଲେ ଜୁହି

ଏହାର ଦୁଇ ବର୍ଷ ପରେ ଜୁହି ଚାୱଲା ରୋମାଣ୍ଟିକ-ଡ୍ରାମା କୟାମତ ସେ କୟାମତ ତକରେ ନଜର ଆସିଥିଲେ। ଏହା ଆମୀର ଖାନଙ୍କ ବଲିଉଡ ଡେବ୍ୟୁ ଥିଲା। ଆମୀରଙ୍କ ବିପକ୍ଷରେ ଲିଡ ରୋଲରେ ଥିଲେ ଜୁହି। ଏହି ଫିଲ୍ମ ସୁପର ହିଟ ହେବା ପରେ ଜୁହିଙ୍କ କ୍ୟାରିୟର ବଦଳି ଯାଇଥିଲା। କୟାମତ ସେ କୟାମତ ତକର ସଫଳତା ପରେ ଜୁହିଙ୍କୁ ଏକାଧିକ ଫିଲ୍ମ ଅଫର ମିଳିଥିଲା। ସେ ଲୁଟେରା, ଆଇନା, ଡର, ହମ ହୈ ରାହି ପ୍ୟାର କୀ, ଇଶକ ଦିୱାନା ମସ୍ତାନା ଓ ୟସ ବସ ଭଳି ହିଟ ଫିଲ୍ମରେ ଅଭିନୟ କରିଥିଲେ।

Advertisment
Juhiଜୁହି

ଜୁହିଙ୍କ କ୍ରେଜ

୨୦୦୦ ମସିହାରୁ ଜୁହିଙ୍କ କ୍ରେଜ ବଢ଼ିବାରେ ଲାଗିଥିଲା। ସେ ନିଜର ସୁନ୍ଦର ଓ ନିରୀହ ଚେହାରକୁ ସୁଟ କରୁଥିବା ଚରିତ୍ର ଛାଡ଼ି ଆଉ କିଛି ଅଲଗା କରିବାକୁ ଚେଷ୍ଟା କରିଥିଲେ। ସେ ରିସ୍କ ନେଇ ଝଙ୍କାର ବିଟ୍ସ(୨୦୦୩), ୩ ଦିୱାରେ(୨୦୦୩), ମାଇଁ ବ୍ରଦର ନିଖିଲ(୨୦୦୫), ଆଇ ଆମ(୨୦୧୧) ଓ ଗୁଲାବ ଗଙ୍ଗା(୨୦୧୪)ରେ ଅଭିନୟ କରିଥିଲେ। ଏଗୁଡ଼ିକ ଫଲ୍ପ ହୋଇଥିଲେ ହେଁ ଜୁହିଙ୍କ ଆକ୍ଟିଂକୁ ସମସ୍ତେ ପ୍ରଶଂସା କରିଥିଲେ। ବଲିଉଡ ସିନେମାର ଚର୍ଚ୍ଚିତ ନାୟକ ବନି ଯିବା ପରେ ୩୦ ବର୍ଷ ବୟସରୁ ସେ ଆୟ ଉପରେ ଫୋକସ କରିଥିଲେ। ଅଭିନୟ ବ୍ୟତୀତ ଆଉ କେଉଁଠୁ ଆୟର ଉତ୍ସ ବଢ଼ି ପାରିବ, ତା’ ଉପରେ କାମ କରିଥିଲେ। ଧୀରେଧୀରେ ଜୁହିଙ୍କ ଆୟ ବଢ଼ିଥିଲା ଓ ସେ ଧନୀ ଅଭିନେତ୍ରୀ ହେବାକୁ ସକ୍ଷମ ହୋଇଥିଲେ।

Juhiଜୁହି

କେମିତି ଧନୀ ଅଭିନେତ୍ରୀ ହେଲେ ଜୁହି?

ଅଭିନୟ ବ୍ୟତୀତ ଜୁହି ଚାୱଲା ଏକାଧିକ ଉତ୍ସରୁ ଆୟ କରନ୍ତି। ସେ ଶାହରୁଖ ଖାନଙ୍କ ମାଲିକାନାରେ ଥିବା ଫିଲ୍ମ ପ୍ରଯୋଜନା ସଂସ୍ଥା ରେଡ ଚିଲ୍‌ଜର ସହ ପ୍ରତିଷ୍ଠାତା। ଶାହରୁଖଙ୍କ ସହ ଆଇପିଏଲ କ୍ରିକେଟ ଟିମ କୋଲକାତା ନାଇଟ ରାଇଡର୍ସରେ ମଧ୍ୟ ଜୁହିଙ୍କ ଶେୟାର ଅଛି। ଜୁହି ରିୟଲ-ଇଷ୍ଟେଟ ଓ ଅନ୍ୟ ବ୍ୟବସାୟରେ ମଧ୍ୟ ପୁଞ୍ଜି ନିବେଶ କରିଛନ୍ତି। ଅଭିନେତ୍ରୀ ଜୁହି ଓ ତାଙ୍କ ସ୍ୱାମୀ ଜୟ ମହେତାଙ୍କ ନାଁରେ ମୁମ୍ବାଇ ଏବଂ ପୋରବନ୍ଦରରେ ଗୋଟିଏ ଲେଖାଏ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ଗୁଷ୍ଟୋସ ଓ ରୁ ଡୁ ଲିବାନ ଭଳି ମୁମ୍ବାଇରେ ଜୁହି ଓ ଜୟ ୨ଟି ରେଷ୍ଟୁରାଣ୍ଟ ଖୋଲିଛନ୍ତି। ୨୦୨୪ରେ ଜୁହଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪,୬୦୦ କୋଟି ଟଙ୍କା ବୋଲି ଜଣାପଡ଼ିଛି। ତାଙ୍କ ଠାରୁ ଅଧିକ ଟଙ୍କାର ସମ୍ପତ୍ତି କୌଣସି ବଲିଉଡ ଅଭିନେତ୍ରୀଙ୍କ ପାଖରେ ନାହିଁ।

Juhiଜୁହି

ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ କେତେ ଧନୀ ଜୁହି?

ସମ୍ପତ୍ତି ତାଲିକାରେ ଜୁହି ବଲିଉଡର ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ ସବୁଠାରୁ ଆଗରେ ରହିଛନ୍ତି। ତାଙ୍କ ଆଖପାଖରେ କୌଣସି ଅଭିନେତ୍ରୀ ନାହାନ୍ତି। ତାଙ୍କ ପଛରକୁ ଐଶ୍ୱର୍ଯ୍ୟା ରୟ ୯୦୦ କୋଟି ସମ୍ପତ୍ତି ସହ ରହିଥିବା ବେଳେ ତୃତୀୟ ସ୍ଥାନରେ ପ୍ରିୟଙ୍କା ଚୋପ୍ରା ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୫୦ କୋଟି ଟଙ୍କା। ଆଲିଆ ଭଟ୍ଟଙ୍କ ପାଖରେ ୫୫୦ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଦୀପିକାଙ୍କ ନାଁରେ ରହିଛି ୫୫୦ କୋଟି ଟଙ୍କାର ସମ୍ପତ୍ତି।

କ୍ୟାଟ୍ରିନା କୈଫଙ୍କ ପାଖରେ ୨୪୦ କୋଟି, ଅନୁଷ୍କା ଶର୍ମାଙ୍କ ପାଖରେ ୬୬୫ କୋଟି ଓ କରିନା କପୁର ଖାନଙ୍କ ମୋଟ ସମତ୍ତିର ପରିମାଣ ହେଉଛି ୭୦୫ କୋଟି। ଏହି ତାଲିକାକୁ ଦେଖିବା ପରେ ଜଣେ ନିଃସନ୍ଦେହରେ କହି ପାରିବ ଯେ ଜୁହି ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀ।

ଜୁହି ଏକାଧିକ ଦାମୀ କାର ସବୁ ରହିଛି। ଆଷ୍ଟୋନ ମାର୍ଟିନ ରାପିଡ(୩.୩ କୋଟି), ବିଏମଡବ୍ଲ୍ୟୁ ୭ ସିରିଜ(୧.୮ କୋଟି), ମର୍ସିଡିଜ ବେଞ୍ଜ ଏସ୍‌ କ୍ଲାସ(୧.୭ କୋଟି), ଜାଗୁଆର ଏକ୍ସଜେ (୧୨.କୋଟି) ଓ ପୋର୍ସେ କାୟେନ୍ନେ(୧.୩୬ କୋଟରୁ ୨ କୋଟି) ଭଳି କାର ଜୁହଙ୍କ ନାଁରେ ଅଛି। 

Entertainment Bollywood Juhi Chawla Dipika
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe