ବିିଜ୍ଞାପନକୁ ନେଇ ବିବାଦରେ ଫସିଲେ ମିଲିନ୍ଦ

ମୁମ୍ବାଇ: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମାନ ତାଙ୍କ ଫିଟନେସ ପାଇଁ ପ୍ରାୟତଃ ଲାଇମଲାଇଟରେ ଥାଆନ୍ତି। ତାଙ୍କ ବୟସ ବଢ଼ୁଥିଲେ ବି ସେ ଦିନକୁ ଦିନ ଆହୁରି ଫିଟ୍ ହୋଇଯାଉଛନ୍ତି। ତାଙ୍କ ବୟସର ପ୍ରଭାବ ଏପର୍ଯ୍ୟନ୍ତ ତାଙ୍କ ମୁହଁରେ ଦେଖାଯାଉନାହିଁ। ତାଙ୍କ ବୟସର ଏହି ପର୍ଯ୍ୟାୟରେ ମଧ୍ୟ ତାଙ୍କର ଫିଟ୍‌ନେସ୍‌କୁ ଦେଖି ଲୋକେ ଚକିତ ହୋଇପଡୁଛନ୍ତି। ନିଜର ଫିଟ୍‌ନେସ୍‌କୁ ନେଇ ସେ ଆଜି ବି ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କ ହୃଦୟରେ ରାଜ କରୁଛନ୍ତି। ମିଲିନ୍ଦ ତାଙ୍କ […]

milind-soman

Madhupriya Mistry
  • Published: Saturday, 10 December 2022
  • , Updated: 10 December 2022, 07:21 PM IST

ମୁମ୍ବାଇ: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମାନ ତାଙ୍କ ଫିଟନେସ ପାଇଁ ପ୍ରାୟତଃ ଲାଇମଲାଇଟରେ ଥାଆନ୍ତି। ତାଙ୍କ ବୟସ ବଢ଼ୁଥିଲେ ବି ସେ ଦିନକୁ ଦିନ ଆହୁରି ଫିଟ୍ ହୋଇଯାଉଛନ୍ତି। ତାଙ୍କ ବୟସର ପ୍ରଭାବ ଏପର୍ଯ୍ୟନ୍ତ ତାଙ୍କ ମୁହଁରେ ଦେଖାଯାଉନାହିଁ। ତାଙ୍କ ବୟସର ଏହି ପର୍ଯ୍ୟାୟରେ ମଧ୍ୟ ତାଙ୍କର ଫିଟ୍‌ନେସ୍‌କୁ ଦେଖି ଲୋକେ ଚକିତ ହୋଇପଡୁଛନ୍ତି। ନିଜର ଫିଟ୍‌ନେସ୍‌କୁ ନେଇ ସେ ଆଜି ବି ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କ ହୃଦୟରେ ରାଜ କରୁଛନ୍ତି।

ମିଲିନ୍ଦ ତାଙ୍କ ଫିଟ୍‌ନେସ୍ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ବିବାହ ଠାରୁ ଆରମ୍ଭ କରି ଉଲଗ୍ନ ହୋଇ ରାସ୍ତାରେ ଦୌଡିବା ଯାଏ, ଅନେକ କାରଣ ଯୋଗୁ ମିଲିନ୍ଦ ଖବରର ହେଡ୍ ଲାଇନ୍ ପାଲଟିଛନ୍ତି। ହେଲେ ଏବେ ମିଲିନ୍ଦ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ନୁହେଁ ନିଜ ପ୍ରଫେସନାଲ ଲାଇଫ୍‌କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ନିକଟରେ ମିଲିନ୍ଦ ସୋମେନ ଏକ ଡିସ୍ ୱାଶ୍ ଲିକ୍ୱିଡ୍‌ର ବିଜ୍ଞାପନ କରିଛନ୍ତି। ଏହି ବିଜ୍ଞାପନର ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ତେବେ ଫିଟ୍‌ନେସ୍ ଫ୍ରିକ୍ ମିଲିନ୍ଦଙ୍କ ଏହି ବିଜ୍ଞାପନ କିନ୍ତୁ ସୋଶାଲ ମିଡିଆ ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ। ପ୍ରଶଂସକମାନେ ତାଙ୍କୁ ଜୋରଦାର ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।

ଏହି ଭିଡିଓ ମାଧ୍ୟମରେ ମିଲିନ୍ଦ ପୁରୁଷମାନଙ୍କୁ ଆକ୍ଷେପ କରିଛନ୍ତି। କେବଳ ସେତିକି ନୁହେଁ କଳା ରଙ୍ଗକୁ ନେଇ ମଧ୍ୟ ପୁରୁଷ ସହ ଯୋଡା ଯାଇଛି। ଯେଉଁ ଡିସ୍ ୱାଶିଂ ଲିକ୍ୱିଡ୍‌ର ବିଜ୍ଞାପନ କରିଛନ୍ତି ମିଲିନ୍ଦ ତାହାର ରଙ୍ଗ ମଧ୍ୟ କଳା ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅଭିନେତା ଏବେ ଅଡୁଆରେ ଫସିଛନ୍ତି। ତାଙ୍କୁ ଚାରିଆଡୁ ଟାର୍ଗେଟ୍ କରାଯାଉଛି।

 

View this post on Instagram

 

A post shared by Milind Usha Soman (@milindrunning)

Related story