Advertisment

ଦିନକରେ ୨୦ରୁ ୩୦ଟି ସିଗାରେଟ୍ ପିଉଥିଲେ ମିଲିନ୍ଦ

ମୁମ୍ବାଇ: ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ। ସେ ତାଙ୍କ ବଡି ଫିଟ୍‌ନେସ୍ ପାଇଁ ବେଶ୍ ଚର୍ଚ୍ଚିତ। କିନ୍ତୁ ଏତେ ଫିଟ୍ ରହୁଥିବା ଅଭିନେତା ଦିନେ ଥିଲେ ସିଗାରେଟ୍ ପ୍ରେମୀ। ସିଗାରେଟ୍ ଥିଲା ତାଙ୍କ ଜୀବନ। ସେ ଦିନକରେ ୨୦ରୁ ୩୦ଟି ସିଗାରେଟ୍ ପିଇ ଯାଉଥିଲେ। ଦିନେ ସିଗାରେଟ୍ ନ ପଇଲେ ସେ ରହି ପାରୁନଥିଲେ। ଏପରିକି ସିଗାରେଟ୍ ନ ପିଇଲେ ସେ ପାଗଳ ହୋଇଯାଉଥିଲେ। ନିକଟରେ ଏକ ପୋଷ୍ଟ ସେଆର କରି ଅତିତରେ ସିଗାରେଟ୍ ପ୍ରତି […]

ଅଦ୍ୟତନ ହୋଇଛି
ଦିନକରେ ୨୦ରୁ ୩୦ଟି ସିଗାରେଟ୍ ପିଉଥିଲେ ମିଲିନ୍ଦ

milind

Advertisment

ମୁମ୍ବାଇ: ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ। ସେ ତାଙ୍କ ବଡି ଫିଟ୍‌ନେସ୍ ପାଇଁ ବେଶ୍ ଚର୍ଚ୍ଚିତ। କିନ୍ତୁ ଏତେ ଫିଟ୍ ରହୁଥିବା ଅଭିନେତା ଦିନେ ଥିଲେ ସିଗାରେଟ୍ ପ୍ରେମୀ। ସିଗାରେଟ୍ ଥିଲା ତାଙ୍କ ଜୀବନ। ସେ ଦିନକରେ ୨୦ରୁ ୩୦ଟି ସିଗାରେଟ୍ ପିଇ ଯାଉଥିଲେ। ଦିନେ ସିଗାରେଟ୍ ନ ପଇଲେ ସେ ରହି ପାରୁନଥିଲେ। ଏପରିକି ସିଗାରେଟ୍ ନ ପିଇଲେ ସେ ପାଗଳ ହୋଇଯାଉଥିଲେ। ନିକଟରେ ଏକ ପୋଷ୍ଟ ସେଆର କରି ଅତିତରେ ସିଗାରେଟ୍ ପ୍ରତି ଥିବା ତାଙ୍କ ଦୁର୍ବଳତା ବିଷୟରେ ଗୁମର ଖୋଲିଛନ୍ତି ମିଲିନ୍ଦ।

Advertisment

ସେ ସୋଶାଲ ମିଡିଆରେ ଏକ ବୁମରାଂ ଭିଡିଓ ସେଆର କରିଛନ୍ତି। ଏଥିରେ ସେ ଏକ ସିଗାରେଟ୍‌କୁ ଭାଙ୍ଗୁ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ସେଆର କରି ମିଲିନ୍ଦ ଲେଖିଛନ୍ତି, ୧୯୮୯ ଏକ ସୁଟିଂ ସମୟରେ ତାଙ୍କ ସିଗାରେଟ୍ ପିଇବା ଅଭ୍ୟାସ ଆରମ୍ଭ ହୋଇଥିଲା। ଯେତେବେଳେ ସେ ୩୨ ବର୍ଷର ଥିଲେ ସେତେବେଳେ ଟିଭି ସିରିଜ ‘କ୍ୟାପ୍‌ଟେନ୍ ବ୍ୟୋମ’ର ସୁଟିଂ ଚାଲିଥିଲା। ଏହି ସମୟରେ ସେ ସିଗାରେଟ୍ ପିଇବା ଆରମ୍ଭ କରିଥିଲେ। ଏପରିକି ସେ ଦିନରେ ୨୦ରୁ ୩୦ଟି ସିଗାରେଟ୍ ପିଇଯାଉଥିଲେ ବୋଲି ଖୁଲାସା କରିଛନ୍ତି।

ମିଲିନ୍ଦ ଆହୁରି କହିଛନ୍ତି ଯେ, ବହୁ କଷ୍ଟରେ ମୁଁ ମୋର ଏହି ଅଭ୍ୟାସ ଛଡାଇଛି। ସିଗାରେଟ୍ ଠାରୁ ଦୂରେଇ ରହିବା ପାଇଁ ମୋତେ ଦୀର୍ଘ ସମୟ ଲାଗିଯାଇଥିଲା, କିନ୍ତୁ ମୁଁ ଏଥିରେ ସଫଳ ହୋଇଥିଲି। ମେ’ ୩୧ ବିଶ୍ୱ ତମାଖୁ ଦିବସ ମୋ ପାଇଁ ଏକ ଉତ୍ସବ ଭଳି। ୱାର୍ଲ୍ଡ ହେଲ୍‌ଥ ଅର୍ଗାନାଇଜେସନ ମୁତାବକ ତମାଖୁ ଏକ ବଡ ମହାମରୀ। ଏହା ସାମ୍ନା ବିଶ୍ୱର ପ୍ରାୟ ସମସ୍ତେ କରିଛନ୍ତି। ତମାଖୁ ଯୋଗୁଁ ପ୍ରତି ବର୍ଷ ସାରା ବିଶ୍ୱରେ ୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ତେଣୁ ଏହାଠାରୁ ଦୂରେଇ ରହିବା ଉଚିତ।’

Advertisment

ସୂଚନା ମୁତାବକ ମିଲିନ୍ଦ ସୋମନ ନିଜ ଫିଟ୍‌ନେସ୍‌କୁ ନେଇ ବେଶ୍ ସଜାଗ। ତାଙ୍କୁ ୫୦ ବର୍ଷରୁ ଅଧିକ ହେଲାଣି ତଥାପି ସେ ପୁରାପୁରି ଫିଟ୍। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ସର୍ବଦା ନିଜ ବ୍ୟାୟମ କରିବା ଫଟୋ କିମ୍ବା ଭିଡିଓ ସେ ସୋଶାଲ ମିଡିଆରେ ସେଆର କରନ୍ତି, ଯାହା ଯୁବପିଢ଼ିଙ୍କୁ ପ୍ରେରଣା ଦିଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe